ବର୍ଷା

ବର୍ଷା

Share :

କୃଷ୍ଣ କୁମାର ମହାନ୍ତି   ବୈରାଗ୍ୟ ଓ ମିଳନର ମୁଖା ପିନ୍ଧି ମୁଁ ମୁକୁଳି ଆସିଲି ତମଠୁଁ। ତଥାପି ଦିଶିଲି ନାହିଁ ତମ ପାଇଁ କେବେ ଦିନେ ସାଜିଥିବା ଆତଙ୍କିତ ସ୍ୱପ୍ନଟିଏ ଭଳି।   ଦିଶିଲି ନାହିଁ କଳାହାଣ୍ଡିଆ ମେଘ ପରି ଆନମନା। ମାଟିହାଣ୍ଡିର ସଂସାର ଭିତରେ ଉଇଁଥିବା ଚନ୍ଦ୍ରପକ୍ଷ ଉଲ୍ଲାସ ପରି ବି ଦେଖାଗଲିନି।   ଦିଶିଲି ତ ମୋର ସେଇ ପୁରୁଣା ଭଲ ପାଇବାର ଚେହେରାରେ।   କେବେ ଝିପିଝିପି ଗୁମାନରେ ଭରିଛି ମୁଁ ବାରିପଟ ଗାଡ଼ିଆ। କେବେ ପୁଣି ଧାରାଶ୍ରାବଣର ସୁଅରେ ଭସେଇଛି ତମ ସ୍ୱପ୍ନର କୁଡ଼ିଆ।   ଅଗଣାରେ ଶୁଖୁଥିବା ସାତସିଆଁ ଜହ୍ନରାତି, ଉବୁଟୁବୁ ଅନ୍ଧାରରେ ବୁଡ଼ି ସାରିଥିବା ମୁଠାମୁଠା ନିଶ୍ୱାସ, ଓଦା ଚାଳର ଧୂଆଁକୁଣ୍ଡଳି ଭିତରେ ଛକିଥିବା ଉଦାସ ଖରାବେଳ। ଏମାନେ କେହି ହେଲେ କହିଲେ ନାହିଁ ମୋର ସେଇ ଶ୍ୟାମଳ ସବୁଜ ରୂପରେ ମୁଁ ଦିଶୁଛି।   ଏଣିକି ଆଶ୍ରା ନେବି ତ ସେଇ ମାଟିରେ। କେବେ ଦିନେ ମିଶିଯିବି ଯଦି ଆଖି ପାଉ ନଥିବା ତମର ସେଇ ଆକାଶ ପରି ବକ୍ଷରେ।   ୪୫୧-ଏ, ବ୍ୟାସକବି ନଗର, ଚାନ୍ଦମାରି ପଡ଼ିଆ, ସହଦେବଖୁଣ୍ଟା, ବାଲେଶ୍ୱର- ୭୫୬୦୦୧

Share :