ଶିକ୍ଷା ଘୋଟାଲାରେ ଜଡ଼ିତ ନବୀନ!

ଶିକ୍ଷା ଘୋଟାଲାରେ ଜଡ଼ିତ ନବୀନ!

Share :

ପ୍ରଦୀପ ପ୍ରଧାନ   ଓଡ଼ିଆ ପିଲାମାନଙ୍କୁ କାଳକାଳ ଧରି ମୁର୍ଖ ଓ ଅଜ୍ଞାନ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଚକ୍ରାନ୍ତ କରିଛନ୍ତି। ଏହି ଉଦ୍ଦେଶ୍ୟରେ ଏସଆଇଇଟିକୁ ବନ୍ଦ କରାଯାଇଛି ଓ ଏହି ସଂସ୍ଥାକୁ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଆସିଥିବା କୋଟିକୋଟି ଟଙ୍କା ଓଡ଼ିଶା ନଲେଜ କର୍ପୋରେସନ ଜରିଆରେ ହଡ଼ପ କରାଯାଇଛି। ଏ ସଂପର୍କର ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଅନେକ ତଥ୍ୟରୁ ଜଣାପଡ଼ିଛି।   ନ୍ୟାସନାଲ ଏଜୁକେସନାଲ ପଲିସି ଯୋଜନାରେ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ସୂଚନା ଓ ପ୍ରଯୁକ୍ତି ଜ୍ଞାନ କୌଶଳ ପ୍ରୟୋଗ କରି ସମସ୍ତଙ୍କ ପାଖରେ ଶିକ୍ଷା ପହଂଚାଇବା ପାଇଁ କେନ୍ଦ୍ର ସରକାର ୧୯୭୨ ମସିହାରେ ଆରମ୍ଭ କରିଥିଲେ ଏଜୁକେସନ ଟେକ୍ନୋଲୋଜି ବା ବୈଷୟୀକ ଜ୍ଞାନ କୌଶଳ ମାଧ୍ୟମରେ ଶିକ୍ଷାଦାନ। ପ୍ରଥମ ଦଫାରେ ରେଡିଓ ଏବଂ ଟେଲିଭିଜନକୁ ମାଧ୍ୟମ ଭାବରେ ବ୍ୟବହାର କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ଆହୁରି ବ୍ୟାପକ କରାଯିବା ପାଇଁ କମ୍ପ୍ୟୁଟରକୁ ମାଧ୍ୟମ ରୂପେ ବ୍ୟବହାର କରିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଆଇସିଟି ଆଟ ସ୍କୁଲ ଯୋଜନା।   କେନ୍ଦ୍ର ମାନବ ସମ୍ୱଳ ବିଭାଗ ଦ୍ୱାରା ପ୍ରକାଶିତ ଆଇସିଟି ଆଟ ସ୍କୁଲର ଗାଇଡ ଲାଇନର ପ୍ରଥମ ପୃଷ୍ଠାର ପ୍ରଥମ ପରିଚ୍ଛଦରେ ପ୍ରାଞ୍ଜଳ ଭାବରେ ଉଲ୍ଲେଖ ଅଛି ଏହା ଏସଆଇଇଟିରେ କାର୍ଯ୍ୟକାରୀ କରାଯିବ। କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟ ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୨୯.୦୪.୨୦୧୩ରେ ୯୯୩୪ ନମ୍ୱର ବିଜ୍ଞପ୍ତି ଜାରିକରି ଏସଆଇଇଟିକୁ କେନ୍ଦ୍ର ଅନୁଦାନ ବନ୍ଦ କରିଦେଲା ବୋଲି ଦର୍ଶାଇ ବନ୍ଦ କରି ଦେଲେ। ତାହା ପୁଣି ୨୨.୦୪.୨୦୧୩ ଦିନ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଥିଲା। ବିଜ୍ଞପ୍ତିରେ ଦର୍ଶାଯାଇଥିଲା କେନ୍ଦ୍ର ସରକାର ଏସଆଇଇଟିକୁ ବନ୍ଦ କରିବାକୁ ଚିଠି ଦେଇଛନ୍ତି। କିନ୍ତୁ କେନ୍ଦ୍ର ମାନବ ସମ୍ୱଳ ବିଭାଗରୁ ୦୯.୦୭.୨୦୧୩ରେ ମିଳିଥିବା ସୂଚନା ଦର୍ଶାଇଥିଲା କେନ୍ଦ୍ର ସରକାର ଏସଆଇଇଟି ବନ୍ଦ ପାଇଁ କୈାଣସି ପଦକ୍ଷେପ ନେଇ ନାହାଁନ୍ତି କିମ୍ୱା କେନ୍ଦ୍ରୀୟ ଅନୁଦାନ ବନ୍ଦ କରି ନାହଁନ୍ତି କି ଆଇସିଟି ଆଟ ସ୍କୁଲ ବାବଦରେ ଯେଉଁ ଅନୁଦାନ ରାଜ୍ୟକୁ ଆସିବା କଥା ରାଜ୍ୟ ସରକାର ୨୦୦୭-୦୮ରୁ କେନ୍ଦ୍ର ପାଖରେ ବଜେଟ ଉପସ୍ଥାପନା କରି ନାହାଁନ୍ତି।   ମାନ୍ୟବର ହାଇକୋର୍ଟଙ୍କ ତନାଘନା ପରେ ହନୁ ମଲାବେଳେ ସତ କହିଲା ପରି ଗଣଶିକ୍ଷା ବିଭାଗ ୧୬.୦୨.୨୦୧୬ରେ ଏସଆଇଟିକୁ ବନ୍ଦ କରିବା ପାଇଁ ବ୍ୟବହୃତ ହୋଇଥିବା ଚିଠିଟି କେନ୍ଦ୍ର ସରକାରଙ୍କ ନୁହଁ ବୋଲି ସଫେଇ ଦେଇଛନ୍ତି।  ଏସଆଇଇଟିକୁ ବନ୍ଦ କରିବା ପୂର୍ବରୁ ଗଣଶିକ୍ଷା ସଚିବ ୨୦.୦୩.୨୦୧୩ ତାରିଖରେ ଓକେସିଏଲ ମାଧ୍ୟମରେ ଆଇସିଟି ଯୋଜନା କାର୍ଯକାରୀ କରାଯିବ ବୋଲି ଓକେସିଏଲକୁ ଏକ ଚିଠି ଦେଇଥିଲେ। ପ୍ରାପ୍ତ ସୂଚନା ଅନୁସାରେ ଓକେସିଏଲକୁ ଅଦ୍ୟାବଧି ଆଇସିଟି ବାବଦରେ ୧୭୭୬୦୬୬୦୦ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଁି। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିର୍ଦ୍ଦେଶ ମିଳିଛି ବୋଲି ସୂଚନା ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି।   ବହୁ ବାଦ ବିବାଦ ପରେ ୦୫.୦୮.୨୦୧୬ ତାରିଖରେ ଉଚ୍ଚ ଶିକ୍ଷା ବିଭାଗ ସମସ୍ତ ବିଭାଗକୁ ଚିଠିଲେଖି ଜଣାଇଛନ୍ତି  ଓକେସିଏଲକୁ ବିନା ଟେଣ୍ଡରରେ ଆ.ଟି ସମ୍ୱନ୍ଧୀୟ କୌଣସି ଅର୍ଥ ପ୍ରଦାନ ନକରିବା ପାଇଁ କାରଣ ଓକେସିଏଲ ଏକ ପବ୍ଲିକ ଲିମିଟେଡ କମ୍ପାନୀ। କିନ୍ତୁ ଓକେସିଏଲ ଯେ କୌଣସି ଟେଣ୍ଡରରେ ଭାଗ ନେଇ ପାରିବ। ଏଠାରେ ପ୍ରଶ୍ନ ଡଠେ ଏବେ କ’ଣ ସରକାରଙ୍କ ଜ୍ଞାନୋଦୟ ହେଲା? ତେବେ ଏତେଗୁଟିଏ କେନ୍ଦ୍ରୀୟ ଅନୁଦାନକୁ ସରକାର କାହା ସ୍ୱାର୍ଥରେ ଓକେସିଏଲକୁ ବିନା ଟେଣ୍ଡରରେ ଦେଇଥିଲେ। ପୁନଶ୍ଚ ଓକେସିଏଲ ଗଠନ ବେଳେ କିଭଳି ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ ଦେଇଥିଲେ?   ଆବାହକ, ଓଡିଶା ସୁଚନା ଅଧିକାର ଅଭିଯାନ, ମୋ- ୯୯୩୭୮୪୩୪୮୨     

Share :