୧. ଗୋଟେ ନିର୍ବାଚନ ହୋଇଥିଲା ବୋଲି ଲୋକେ ଜାଣିବା ହିଁ ଯଥେଷ୍ଟ। ଭୋଟ ଦେଉଥିବା ଲୋକମାନେ କିଛି ନିଷ୍ପତ୍ତି ନେଇନଥାନ୍ତି। ଭୋଟ ଗଣୁଥିବା ଲୋକମାନେ ହିଁ ସବୁ ନିଷ୍ପତ୍ତି ନେଇଥାନ୍ତି। - ଯୋଶେଫ ଷ୍ଟାଲିନ୍ ୨. ରାଜନୀତି ହେଉଛି ସମସ୍ୟା ଖୋଜିବା, ସବୁଠି ସମସ୍ୟା ଦେଖିବା, ତାହାର ଭୁଲ ଅନୁଶୀଳନ କରିବା ଓ ଭୁଲ ସମାଧାନ କରିବା। - ଗ୍ରୁକୋ ମାର୍କ୍ସ ୩. ଆମେ ରିପବ୍ଲିକାନ ଉତ୍ତର ବା ଡେମୋକ୍ରାଟ ଉତ୍ତର ଖୋଜିବା ଉଚିତ ନୁହେଁ, ଆମେ ଠିକ ଉତ୍ତର ଖୋଜିବା ଉଚିତ। ଆମେ ଅତୀତକୁ ଦୋଷ ଦେବା ଠିକ ନୁହେଁ। ବରଂ ଭବିଷ୍ୟତ ପାଇଁ ଆମେ ଆମର ଉତ୍ତରଦାୟିତ୍ୱ ସ୍ଥିର କରିବା ଉଚିତ। - ଜନ୍ ଏଫ. କେନେଡ଼ି ୪. ବିନାଶ ଓ ବିସ୍ୱାଦ ମଧ୍ୟରୁ ଗୋଟିକୁ ବାଛିବାର କଳା ହେଉଛି ରାଜନୀତି। - ଜନ୍ କେନେଥ୍ ଗାଲ୍ବ୍ରେଥ ୫. ବିରାଟ ନୈତିକ ଦ୍ୱନ୍ଦ୍ୱ ସମୟରେ ନିରପେକ୍ଷ ରହୁଥିବା ଲୋକମାନଙ୍କ ପାଇଁ ନର୍କର ସବୁଠୁ ଉତ୍ତପ୍ତ ସ୍ଥାନଟି ସଂରକ୍ଷିତ ଅଛି। - ମାର୍ଟିନ ଲୁଥର କିଙ୍ଗ ଜୁନିଅର୍ ୬. କୁହାଯାଏ ରାଜନୀତି ହେଉଛି ଦ୍ୱିତୀୟ ସର୍ବପୁରାତନ ବୃତ୍ତି। ମୁଁ ଜାଣିଗଲିଣି ଯେ ପ୍ରଥମ ସର୍ବପୁରାତନ ବୃତ୍ତିଟି ସହିତ ଏହାର ଅନେକ ସାମଞ୍ଜସ୍ୟ ଅଛି। - ରୋନାଲ୍ଡ ରିଗାନ୍ ୭. ଯେତେବେଳେ ଖରାପ ଲୋକେ ଏକାଠି ହୁଅନ୍ତି ଭଲ ଲୋକମାନେ ସଂଘ ବାନ୍ଧିବା ଦରକାର। ନହେଲେ ସେମାନେ ଜଣକ ପରେ ଜଣେ ଟଳି ପଡ଼ିବେ, ତାହା ହେବ ଏକ ନିକୃଷ୍ଟ ସଂଗ୍ରାମର ଅନୁକମ୍ପାହୀନ ପରିଣତି। - ଏଡ଼ମଣ୍ଡ ବର୍କ ୮. ନୈତିକତା ସହିତ ରାଜନୀତିର କୌଣସି ସଂପର୍କ ନାହିଁ। - ନିକୋଲୋ ମାକିଆଭେଲି ୯. ଧନୀ ନୁହେଁ ଗରୀବ ଲୋକେ ଶାସନ କରିବା ହିଁ ଗଣତନ୍ତ୍ର। - ଆରିଷ୍ଟୋଟଲ ୧୦. ବୁଲେଟ୍ଠାରୁ ବାଲାଟ ଅଧିକ ଶକ୍ତିଶାଳୀ। - ଆବ୍ରାହମ ଲିଙ୍କନ୍ ୧୧. ତୁମେ ଯଦି ସରକାରଙ୍କୁ ସାହାରା ମରୁଭୂମିର ଦାୟିତ୍ୱ ଦେଲ ତେବେ ୫ ବର୍ଷ ପରେ ଦେଖିବ ବାଲି ବି ଅଭାବ ହେବ। - ମିଲ୍ଟନ୍ ଫ୍ରିଡ଼ମ୍ୟାନ୍ ୧୨. ଆମେ ଯେଉଁମାନଙ୍କୁ ଅବଜ୍ଞା କରୁ ସେମାନଙ୍କ କହିବାର ସ୍ୱାଧୀନତା ଅଛି ବୋଲି ଯଦି ଆମେ ବିଶ୍ୱାସ କରୁନା ତେବେ ଆମେ କହିବାର ସ୍ୱାଧୀନତାରେ ହିଁ ବିଶ୍ୱାସ କରୁନା। - ନୋଆମ ଚୋମ୍ସ୍କି ୧୩. ପେରିସ୍ତ୍ରୋଇକା ବା ସଂସ୍କାର ପାଇଁ ମତେ ବହୁମୂଲ୍ୟ ଦେବାକୁ ପଡ଼ିଛି। - ମିଖାଇଲ ଗୋର୍ବାଚେଭ ୧୪. ମୋ ଭାଇ ବବ୍ ସରକାରରେ ରହିବାକୁ ଚାହେଁ ନାହିଁ- ସେ ବାପାଙ୍କ ପାଖରେ ସଂକଳ୍ପ କରିଛି ଯେ ସିଧା ରାସ୍ତାରେ ଚାଲିବ। - ଜନ୍ ଏଫ କେନେଡ଼ି ୧୫. ସର୍ବଦା ନୀତି ସପକ୍ଷରେ ଭୋଟ ଦିଅ, ଏକଲା ହେଲେ ବି, ଦେଖିବ ତୁମ ଭୋଟ ହଜିଯାଇ ନାହିଁ ବୋଲି ମଧୁର ପ୍ରତିବିମ୍ୱ ତୁମକୁ ଆନନ୍ଦ ଦେବ। - ଜନ୍ କ୍ୱିନ୍ସି ଆଡାମ୍ସ