ଏଇ ଶ୍ରାବଣରେ

ଏଇ ଶ୍ରାବଣରେ

Share :

ଡକ୍ଟର ପ୍ରଜ୍ଞାପ୍ରବର୍ତ୍ତିକା ଦାଶ   ତୁମେ ବଦଳିବା ଦିନୁ ବଦଳି ଯାଇଛି ଋତୁ ଫଗୁଣରୁ ଶ୍ରାବଣ। ଏବେ ତ ଆକାଶରେ ମେଘର ତାଣ୍ଡବ, ଝିପ‍୍‌ ଝିପ‍୍‌ ବର୍ଷାରେ ଚିକ୍ ଚିକ୍ ଅନ୍ଧାର। ଜୀବନର ସବୁ ରାସ୍ତା କୋଉଠି ନା କୋଉଠି ସରି ଯାଉଛି ହଠାତ ଓ ଫେରି ଆସୁଛି ମୁଁ ପୁଣି ମୂଳକୁ।   ବର୍ଷାରେ ବର୍ଷାରେ ଧୋଇ ଯାଉଛି ସବୁ ପୁଞ୍ଜିଭୂତ ଅହଂକାର। ହଁ, କାନ୍ଦିବା ଖୁବ ସହଜ ଏଇ ଶ୍ରାବଣରେ।   କିଏ ବା ଜାଣିପାରେ ବର୍ଷା ଓ ଅଶ୍ରୁର ଫରକ? କୋହ ଉଠିବାକୁ ଆଉ ଡର ନାହିଁ ଶ୍ରାବଣ ରାତିରେ।   ମନ ଭରି ହସି ନହେଲେ ନାହିଁ ପଛେ ମନ ଭରି କାନ୍ଦିବାକୁ ମନାକର ନାହିଁ। ଗୋଟିଏ ଶ୍ରାବଣ ଖୁବ‍୍‌ ନିଅଣ୍ଟ ଗୋ ମତେ ଜୀବନର ସବୁ ସ୍ମୃତି ଧୋଇଦେବା ପାଇଁ।   ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ଯାଜପୁର ରୋଡ଼

Share :