ମନ କଢ଼ାଏ ବାଟ

ମନ କଢ଼ାଏ ବାଟ

Share :

ରବି ଦାସ   କ୍ଲାନ୍ତ କାୟା ଶ୍ରାନ୍ତ ମାୟା ଧରି ବିପଣୀ ଖୋଜିଲି ବୁଲି ସପନ ସଉଦା। ଘୂରିଲି ବଳୟମାନ, ଛୁଇଁଚି ମଳୟ ନିଦ ଭାଙ୍ଗେ - ଅଲେଖା କାଗଜସବୁ ଦେଖାଯାଏ ସାଦା।ା   ଅପରତେ ପରତରେ ରହି ସେ ଇଲାକା - ଅବିଶ୍ୱାସ ବଢ଼ିଯାଏ ଶକ୍ତ। ଅନ୍ଧାରର ଭୟ ଥାଏ ନିଶ୍ଚେଁ କିନ୍ତୁ, ଆଲୋକର ପଥ ସେଠି ମୁକ୍ତ।ା   ପରୀ ରାଣୀ ଟାଣିନିଏ କାହିଁ କେତେ ଦୂର କାଳ ଲାଗେ ରତିକ୍ଳାନ୍ତ ପରି ମଧୁର ମଧୁର ଝରଣାରୁ ମହୁ ଝରେ -  ଚାରିଆଡେ଼ ଦେଖାଯାଏ ହୀରାର ପାହାଡ଼ ଶୁଭର ଲହଡ଼ି ଉଠେ ଦୁଃଖ ସବୁ ରହିଯାଏ ଉହାଡ଼ ଉହାଡ଼।ା   କ୍ଲାନ୍ତ କାୟା ଶାନ୍ତ ହୁଏ, ମାୟା-ଚିତ୍ର ଉଭେଇ ବି ଯାଏ ନଥାଏ ବିପଣୀ ସେଠି ମିଳେନି ସଉଦା। ଘୂରିନି ବଳୟ କିଛି, ଛୁଇଁଚି ମଳୟ,  ନିଦ ଭାଙ୍ଗେ - ଅଲେଖା କାଗଜସବୁ ଦେଖାଯାଏ ସାଦା।ା    ଦି ବେଷ୍ଟ‌୍‍, ରାଉରକେଲା - ୭୬୯୦୦୧. ମୋବାଇଲ: ୦୯୪୩୭୦-୪୨୦୭୯

Share :