ପାଣି ଘେରରେ ଆଶ୍ରମ ସ୍କୁଲ

ପାଣି ଘେରରେ ଆଶ୍ରମ ସ୍କୁଲ

Share :

  ଲଘୁଚାପ ଯୋଗୁଁ ଗତ ୬ ଦିନ ଧରି ବର୍ଷା ଲାଗି ରହିବାରୁ କୋଣାର୍କର ବିଭିନ୍ନ ସ୍ଥାନରେ ବର୍ଷାଜଳ ଠୁଳହୋଇ ନାହିଁ ନ ଥିବା ଅସୁବିଧା ସୃଷ୍ଟି କରିଛି। ଏନଏସି ଅନ୍ତର୍ଗତ ୧୦ ନମ୍ୱର ୱାର୍ଡରେ ଥିବା ଓଡ଼ିଶା ସରକାରଙ୍କ ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ ସ୍କୁଲ ପରିସରରେ ଜମିରହିଛି ଦୁଇଫୁଟ ଉଚ୍ଚତାରେ ବର୍ଷାଜଳ। ସମ୍ମୁଖରେ ଡ୍ରେନ ଥିଲେ ମଧ୍ୟ ସ୍କୁଲ ପରିସରରୁ ବର୍ଷାଜଳ ନିଷ୍କାସିତ ହେବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ସ୍କୁଲ ପରିସରେ ବର୍ଷାଜଳ ଠୁଳହୋଇ ରହିଛି। ଫଳରେ ଛାତାଛାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଉଥିବା ବେଳେ ଶିକ୍ଷାଦାରେ ଅନ୍ତରାୟ ସୃଷ୍ଟି କରିଛି।   ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଡୁଥିବା ବିଦ୍ୟାର୍ଥିଙ୍କ ସମେତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଆଣ୍ଠୁଏ ଆଣ୍ଠଏ ପାଣିରେ ପଶି ଯାତାୟତ କରୁଥିବା ବେଳେ ଆଶ୍ରମ ସ୍କୁଲ ପରିସର ଏବେ ଜଳାଶୟର ଭ୍ରମ ସୃଷ୍ଟି କରୁଛି। ଆଶ୍ରମ ସ୍କୁଲଟି କୋଣାର୍କର ସର୍ବ ପୁରାତନ ବିଦ୍ୟାଳୟ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ବହୁବିିିଧ ସମସ୍ୟା ଏଠାରେ ଲାଗିରହିଛି। ବିଗତ ବର୍ଷର ବର୍ଷାଋତୁ ମାନଙ୍କରେ ସ୍କୁଲ ପରିସରରେ ବର୍ଷା ଜଳଠୁଳ ହୋଇ ରହିବା  ସଂପର୍କରେ ବିଭାଗୀୟ ଅଧିକାରୀମାନେ ଅବଗତ ଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ଏଯାବତ କରାଯାଇ ନାହିଁ।   ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ଥିବା ଏହି ବିଦ୍ୟାଳୟରେ ୨୯୫ ଜଣ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀ ହଷ୍ଟେଲରେ ରହି ପାଠ ପଢ଼ୁଥିବାବେଳେ ୨୨୬ ଜଣ ଦିବ୍ୟାଧ୍ୟାୟୀ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ ୫୨୧ ଜଣ କୋମଳମତି ବିଦ୍ୟାର୍ଥୀ ବିଦ୍ୟାଧ୍ୟୟନ କରୁଛନ୍ତି। ଓଡ଼ିଶା ସରକାରଙ୍କ ଏହି ବିଦ୍ୟାଳୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଅନୁସୂଚୀତ ଜାତି ଓ ଜନଜାତି ବର୍ଗର ଛାତ୍ରଛତ୍ରୀମାନେ ଛାତ୍ରାବସରେ ରହିବାସହ ବିଦ୍ୟାଧୟନ କରୁଥିବା ବେଳେ ଆଶ୍ରମ ସ୍କୁଲ ପରିସରରେ ବିପଦ ସଂକୁଲ ଅବସ୍ଥାରେ ରହିଛି ଏକ ପରିତ୍ୟକ୍ତ ସ୍କୁଲ ଗୃହ କେତେବେଳେ ଯେ ଭୂଶୁଡି ପାଡିବା ତାହା କହିବା ସମ୍ଭବ ନୁହଁ।   କୌଣସି ଅଘଟଣ ନ ଘଟିବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ସୂରକ୍ଷାକୁ ଦୃଷ୍ଟିରଖି ଆଶ୍ରମ ସ୍କୁଲ ପରିସରରୁ ଉଦବୃତ୍ତ ବର୍ଷାଜଳ ନିଷ୍କାସନର ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ବିପଦ ସଂକୁଳ ସ୍କୁଲ ଗୃହକୁ ଭାଙ୍ଗିବା ପାଇଁ ଅଭିଭାବକ ମାନେ ଦାବି କରିଛନ୍ତି।

Share :