ପାରାଦୀପ ବନ୍ଦର ଇତିହାସରେ ଗତ ଜୁଲାଇ ମାସର ପଣ୍ୟ କାରବାର ସର୍ବୋଚ୍ଚ ହେବା ସହ କେତେକ ନୂତନ କୀର୍ତ୍ତି ସ୍ଥାପନ କରିଛି। ବର୍ଷା ରତୁରେ ଏପରି ଅଧିକ ପଣ୍ୟ କାରବାର ଅଧିକ ଉତ୍ସାହିତ କରିଛି। ଜୁଲାଇ ମାସରେ ୮.୦୬ ନିୟୁତ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରିଛି ପାରାଦୀପ ବନ୍ଦର। ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ୭.୬୧ ମି. ମେଟ୍ରିକ ଟନ୍ କାରବାର ସବୁଠାରୁ ଅଧିକ ଥିଲା। ଏଥିରେ କ୍ରୁଡ ଅଏଲ ୨.୦୦ ଏମ୍.ଏମ୍.ଟି ଓ ଆମଦାନୀ କୁକିଂ କୋଲ୍ ୧.୨୩ ଏମ୍ଏମ୍.ଟି ରହିଛି। ସେହିପରି ଜୁଲାଇ ୮ ତାରିଖରେ ଏମ୍.ଭି.କିଶୋର ଓ ୨୬ରେ ଏମ୍.ଭି ଶ୍ରାବଣ ୧ ଲକ୍ଷ ଟନ୍ ପେପଲେଟ୍ କାର୍ଗୋ ବୋଝେଇ ଖଲାସ (ଏମ୍.ସି.ଏଚ୍.ପି) ଦ୍ୱାରା ଗତ ମେ’ ୯ ତାରିଖରେ ୨୦ ଘଣ୍ଟାରେ ୮୪୬୫୬ ମେଟ୍ରିକ ଟନ୍ ବୋଝେଇ କରାଯାଇଥିଲା। ଘଣ୍ଟା ପ୍ରତି ୪୨୩୩ ଟନ୍ ବୋଝେଇ କରିବା ଥିଲା ଅନ୍ୟତମ ସଫଳତା ବୋଲି ବନ୍ଦର କତ୍ତୃର୍ପକ୍ଷ ସୂଚନା ଦେଇଛନ୍ତି। ଖୁବ୍ଶ୍ରୀଘ୍ର ବୁହୁମୁଖି ବର୍ଥ କାମ ଶେଷ ହେବାକୁ ଯାଉଛି, ଯେଉଁଠି ୨୩୦ ମିଟର ବିଶିଷ୍ଟ ପାନାମାକ୍ସ ଜାହାଜ ଲାଗିବ ବୋଲି ସୂଚନା ଦିଆଯାଇଛି। ଏହି ସଫଳତା ପାଇଁ ବନ୍ଦରର ଅଧ୍ୟକ୍ଷ ରିଙ୍କେଶ ରାୟ ବନ୍ଦରର ସମସ୍ତ କର୍ମଚାରୀ, ବ୍ୟବହାରକାରି ସଂସ୍ଥା ଏବଂ ବନ୍ଦରର ସମସ୍ତ ୟୁନିୟନଙ୍କୁ ପ୍ରସଂଶା କରିବା ସହିତ ସାଧୁବାଦ ଜଣାଇଛନ୍ତି। ଅପର ପକ୍ଷରେ ବନ୍ଦର ଅଧ୍ୟକ୍ଷକଙ୍କ ସଫଳ ପ୍ରୟାସକୁ ପାରାଦୀପ ବଣିକ ମହାସଙ୍ଘର ସଭାପତି ତଥା ବିଶିଷ୍ଠ ଶ୍ରମିକ ନେତା ସନ୍ତୋଷ କୁମାର ପଟ୍ଟନାୟକ ସ୍ୱାଗତ କରିଛନ୍ତି।