ପାରାଦୀପରେ ଜିଲ୍ଲାପାଳଙ୍କ ସମୀକ୍ଷା

ପାରାଦୀପରେ ଜିଲ୍ଲାପାଳଙ୍କ ସମୀକ୍ଷା

Share :

  ସାକ୍ଷରତା ସମିତିରେ ନୂତନ ଭାବେ ଯୋଗ ଗ୍ରହଣ କରିଥିବେ ଜଗତସିଂହପୁର ଜିଲ୍ଲାପାଳ ଯାମିନୀ ଷଡଙ୍ଗୀ ଯୋଗଦେଇ କେତେକ କାର୍ଯ୍ୟକ୍ରମର ଉଦ‌୍‍ଘାଟନ କରିବା ସହିତ ସାକ୍ଷରତା ସମିତିର କାର୍ଯ୍ୟକ୍ରମକୁ ସମୀକ୍ଷା କରିଥିଲେ। ଏନେଇ ପ୍ରଥମେ ସମିତିର କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ଏକ ସିଲେଇ ଶିକ୍ଷା କାର୍ଯ୍ୟକ୍ରମର ଶୁଭ ଉଦ‌୍‍ଘାଟନ କରିଥିଲେ। ଯେଉଁଥିରେ ପ୍ରାୟ ୧୨ଟି ସିଲେଇ ମେସିନରେ ୩ ମାସ ପର୍ଯ୍ୟନ୍ତ ଦୈନିକ ୧୫ ଜଣ ମହିଳାଙ୍କୁ ସିଲେଇ ଶିକ୍ଷା ଦାନ କରାଯିବ।   ସେହିପରି ପାରାଦୀପ ପୋର୍ଟ ଟ୍ରଷ୍ଟ ହାଇସ୍କୁଲରେ ପ୍ରାୟ ୨୦ଟି କମ୍ପୁଟର ରଖାଯାଇ ଦୈନିକ ୨୦ ଜଣ ମହିଳାଙ୍କ କମ୍ପ୍ୟୁଟର ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯିବ। ଏହି ୨ଟି କାର୍ଯ୍ୟକ୍ରମକୁ ଉଦ‌୍‍ଘାଟନ କରିବା ପରେ ଜିଲ୍ଲାପାଳ ଅଫିସର୍ସ କ୍ଳବ‌୍‍ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଯେଉଁଠାରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ‌୍‍ଘାଟନ କରିଥିଲେ। ସେଠାରେ ୧୯୯୨ ମସିହାରୁ ପ୍ରତିଷ୍ଠିତ ସାକ୍ଷରତା ସମିତି ପାରାଦୀପ ଅଞ୍ଚଳରେ କେଉଁ କେଉଁ କାର୍ଯ୍ୟ ସବୁ ହାତକୁ ନେଇ ଉନ୍ନତି ମୂଳକ କାର୍ଯ୍ୟ କରିଛି ତାର ଏକ ପ୍ରାମାଣିକ ଚିତ୍ର ସର୍ବ ସମ୍ମୁଖରେ ପ୍ରଦର୍ଶିତ ହୋଇଥିଲା।   କେବଳ ନିରକ୍ଷରଙ୍କୁ ସ୍ୱାକ୍ଷର ନୁହେଁ ଅନେକ ସମାଜ ସେବା କାର୍ଯ୍ୟ ଓ ଅନେକ ଦିବସ ପାଳନ ସହିତ ବିଭିନ୍ନ ସଚେତନତା କାମ ସାକ୍ଷରତା ସମିତି ଦୀର୍ଘ ୨୪ ବର୍ଷ ମଧ୍ୟରେ ହାତକୁ ନେଇଥିବାରୁ ଜିଲ୍ଲାପାଳଙ୍କ ସମେତ ବନ୍ଦର ଅଧ୍ୟକ୍ଷ ସମିତିକୁ ସାଧୁବାଦ ଜଣାଇଥିଲେ। ପରେ ନବ ସ୍ୱାକ୍ଷରଙ୍କ ପାଇଁ ଆମ ବହିକୁ ଅତିଥିମାନେ ଲୋକାର୍ପିତ କରିଥିଲେ।   ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିଙ୍କ ମଧ୍ୟରେ ବନ୍ଦର ଉପାଧ୍ୟକ୍ଷ ଏନ‌୍‍. ଭାୟାପୁରୀ, ଲେଡିଜ‌୍‍ କ୍ଳବ‌୍‍ ସଭାନେତ୍ରୀ ଶୁଭଲକ୍ଷ୍ମୀ ରାଏ, ବନ୍ଦର ସଚିବ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବିଶ୍ୱାଳ, କୁଜଙ୍ଗ ତହସିଲ ଦାର ବାସୁଦେବ ଶତପଥୀ, ପୌରନିର୍ବାହୀ ଅଧିକାରୀ ଦିଲ୍ଲିପ ମହାନ୍ତିଙ୍କ ସମେତ ସ୍ୱୟଂସହାକ ଗୋଷ୍ଠିର ମହିଳାମାନେ ଉପସ୍ଥିତ ଥିଲେ।   

Share :