ସୁଶାନ୍ତ ସାମଲଙ୍କ ନୂଆ ନିଯୁକ୍ତି

ସୁଶାନ୍ତ ସାମଲଙ୍କ ନୂଆ ନିଯୁକ୍ତି

Share :

  ପାରାଦୀପ ବିଜେପି ମଣ୍ଡଳରେ ନୂତନ ଯୁବ ମୋର୍ଚ୍ଚାର ସଭାପତି ଭାବେ ମନୋନୀତ ହୋଇଥିବାରୁ ସୁଶାନ୍ତ ସାମଲ ଓରଫ ବାପି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସମ୍ପଦ ସ୍ୱାଇଁ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।   ତେବେ ପାରାଦୀପ ବିଜେପି କିପରି ତୃଣମୂଳ ସ୍ତରରୁ ମଜବୁତ ହେବ ସେନେଇ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ବାପି ସାମଲ କହିଛନ୍ତି। ଏକ ସଫଳ ବ୍ୟବସାୟୀରୁ ରାଜନୀତିକୁ ଓହ୍ଲାଇଥିବା ବାପି କିପରି ରାଜନୀତିରେ ସଫଳ ସେନେଇ ସବୁ ସ୍ତରରେ ସୟାୟତାର ହାତ ବଢାଯାଇଛି। ବିଶେଷକରି ପାରାଦୀପ ବିଜେପି ମଧ୍ୟରେ ନୂତନ କର୍ମକର୍ତ୍ତାମାନଙ୍କୁ ନେଇ ଆଗାମୀ ଦିନରେ ଦଳକୁ ଶକ୍ତିଶାଳୀ କରିବା ସହ ସାଧାରଣ ଲୋକଙ୍କୁ ନ୍ୟାୟ ଦେବାରେ ଯଥେଷ୍ଟ ସହାୟକ ହେବ ସେନେଇ ଉଦ୍ୟମ କରାଯିବ। ତା’ଛଡା ଶାସକ ଦଳ ଯେପରି ଭାବେ ଦୁର୍ନୀତିଗ୍ରସ୍ତ ହୋଇ ପଡିଛି ତାର ଦୃଢ ମୁକାବିଲା କରିବା ସହିତ ବସ୍ତି ବାସିନ୍ଦାମାନଙ୍କୁ ଯେପରି ଅବହେଳିତ କରାଯାଇଛି ସେନେଇ ମଧ୍ୟ ସ୍ୱର ଉତ୍ତୋଳନ କରାଯିବ ବୋଲି ବାପି ସାମଲ ଦୃଢତାର ସହ କହିଛନ୍ତି।   ପାରାଦୀପର ବରିଷ୍ଠ ବିଜେପି ନେତା ଆଦିତ୍ୟ ରଂଜନ ରାଉତରାୟ, ମଣ୍ଡଳ ସଭାପତି କୈଳାସ ଚନ୍ଦ୍ର ସାହୁ ଏବଂ ଉପସଭାପତି ଅୟସକାନ୍ତ ରାୟ ଶ୍ରୀ ସାମଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share :