ଏଲଆଇ ଟଙ୍କା ଯନ୍ତ୍ରୀଙ୍କ ଘରେ!

ଏଲଆଇ ଟଙ୍କା ଯନ୍ତ୍ରୀଙ୍କ ଘରେ!

Share :

  କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଉଠା ଜଳସେଚନ ବିଭାଗର ବୈଦ୍ୟୁତିକ କନିଷ୍ଠ ଯନ୍ତ୍ରୀ ଚେରୁ ମେହେର ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଚଢଉରେ ୮୦ ଲକ୍ଷ ଟଙ୍କାରୁ ଅଧିକ ସଂପତି ଠାବ କରାଯାଇଛି। କଳାହଣ୍ଡି, ନୂଆପଡା ଓ ରାୟଗଡା ଭିଜିଲାନ୍ସ ଦ୍ୱାରା ମିଳିତ ଭାବରେ ଭାବାନୀପାଟଣା ଶାନ୍ତିନଗର ପଡାସ୍ଥିତ ତାଙ୍କ ଘର, ଭବାନୀପାଟଣା ସ୍ଥିତ ତାଙ୍କ କାର୍ଯ୍ୟାଳୟ, ଖରିଆରସ୍ଥିତ ତାଙ୍କ ଅନ୍ୟ ଏକ ଘରେ ଏବଂ ତାଙ୍କ ନିଜ ଗାଁ ଦୁରାଯୋରରେ ଏକକାଳୀନ ଚଢାଉ କରାଯାଇଥିଲା।   ଚଢାଉରେ ବିଭିନ୍ନ ବ୍ୟାଙ୍କ ଏକାଉଂଟରେ ୧୫ ଲକ୍ଷ ଟଙ୍କା, ଭବାନୀପାଟଣାରେ ୨୨ ଲକ୍ଷ ଟଙ୍କା ମୂଲ୍ୟର ଘର, ଖରିଆରରେ ୨୦ ଲକ୍ଷର ଘର, ଭୁବନେଶ୍ୱରରେ ଫ୍ଲାଟ କିଣିବା ପାଇଁ ୧୦ ଲକ୍ଷ ଟଙ୍କା ବିଲଡରକୁ ଦେଇଥିବା ଅଗ୍ରିମର ରସିଦ, ଗୋଟିଏ ୭ ଲକ୍ଷ ଟଙ୍କାର କାର ସମେତ ପ୍ରାୟ ୮୦ ଲକ୍ଷ ଟଙ୍କାର ସଂପତି ଧରାପଡ଼ିଛି। ନୂଆପଡା ଭିଜିଲାନ୍ସ ଡିଏସ‌୍‍ପି ଦାଶରଥୀ ସେଠୀ ଏବଂ ଜୟପୁର ଭିଜିଲାନ୍ସ ଡିଏସ‌୍‍ପି ଏମେରି କୁଲୁଙ୍କ ନେତୃତ୍ୱରେ ଇନ୍ସପେକ୍ଟର ଶିବରାମ ସାହୁ, ଶରତଚନ୍ଦ୍ର ସାହୁ ଏବଂ କଳାବତୀ ବାଗ ଏହି ଚଢାଉରେ ସାମିଲ ହୋଇ ତଦନ୍ତ ଜାରି ରଖିଛନ୍ତି।

Share :