ମହାନଦୀ ମୁହାଁଣରେ ଭଉଁରୀ

ମହାନଦୀ ମୁହାଁଣରେ ଭଉଁରୀ

Share :

  ପାରାଦୀପ ନେହେରୁ ବଙ୍ଗଳା ସ୍ଥିତ ମହାନଦୀ ଓ ବଙ୍ଗୋପସାଗର ମିଳନସ୍ଥଳୀ ମୁହାଁଣ ମୁହଁରେ ଭଉଁରୀରେ ପଡ଼ି ଦୁଇଟି ଡଙ୍ଗା ବୁଡ଼ିଯାଇଛି। ଅଗଷ୍ଟ ୩ ତାରିଖରେ ୨ଟି ମାଛଧରା ଡଙ୍ଗା ବୁଡିଯିବା ଫଳରେ ଜଣେ ଧୀବର ନିଖୋଜ ହୋଇଯାଇଛି। ଅନ୍ୟ ୧୦ ଜଣ ମତ୍ସ୍ୟଜୀବୀ ଉଦ୍ଧାର ହୋଇ କୂଳକୁ ଫେରିଛନ୍ତି। ନିଖୋଜ ମତ୍ସ୍ୟଜୀବୀ ଜଣକ ହେଲେ ମାଲେ ଜଗନ୍ନାଥ ଓ ତାଙ୍କ ବୟସ ୨୭ ବର୍ଷ। ସମସ୍ତ ମତ୍ସ୍ୟଜୀବୀ ସ୍ଥାନୀୟ ଷଣ୍ଢକୁଦ ଅଞ୍ଚଳରେ ରହି ନିତିଦିନ ସମୁଦ୍ରରୁ ମାଛ ମାରି ଚଳୁଥିଲେ।   ସବୁଦିନ ଭଳି ଏହି ୧୧ ଜଣ ମତ୍ସ୍ୟଜୀବୀ ନୋଳିଆ ଡଙ୍ଗିରେ ସମୁଦ୍ରକୁ ଯାଇଥିଲେ। ଏକ ନୋଳିଆ ଡଙ୍ଗିରେ ସମୁଦ୍ର ମଧ୍ୟକୁ ଯାଇଥିଲେ। ପାଗ ଖରାପ ଥିବାରୁ ସମୁଦ୍ର ମଧ୍ୟ ଅଶାନ୍ତ ରହିଛି। କିନ୍ତୁ ଗତକାଲି  ସକାଳୁ ଉକ୍ତ ମତ୍ସ୍ୟଜୀବୀମାନେ ମାଛ ମାରି ଫେରୁଥିବା ବେଳେ ମୁହାଁଣ ମୁହଁ ସ୍ରୋତରେ ଏକ ଭଉଁରୀ ମଧ୍ୟରେ ପଡିଯାଇଥିଲେ। ଯେଉଁଥିରେ ଡଙ୍ଗିଟି କିଛି ସମୟ ଧରି ଅସ୍ଥିର ହେବା ପରେ ଭାରସ୍ୟାମ ହରାଇ ଓଲଟି ପଡିଥିଲା।   ଠିକ‌୍‍ ସେହି ସମୟରେ ଆଉ ଏକ ଡଙ୍ଗା ମାଛ ମାରିବାକୁ ଯାଇଥିବା ବେଳେ ସେହି ମୁହାଁଣ ମୁହଁରେ ଓଲଟି ପଡିଥିଲା। ପ୍ରଥମ ଡଙ୍ଗାରୁ ୬ ଜଣ ଓ ଦ୍ୱୀତିୟ ଡଙ୍ଗାରୁ ୪ ଜଣ ପାଣିକୁ ଖସି ପଡିଥିଲେ। ସେଥି ମଧ୍ୟରୁ ୩ ଜଣ ପହଁରିକି କୂଳକୁ ପଳାଇ ଆସିଥିବା ବେଳେ ଅନ୍ୟ ଡଙ୍ଗା ସାହାଯ୍ୟରେ ୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା। କିନ୍ତୁ ଜଣଙ୍କର ପତ୍ତା ମିଳିନଥିଲା। ମେରାଇନ‌୍‍ ପୋଲିସ‌୍‍ ପ୍ୟାଟ୍ରୋଲିଂ ବୋଟ ଯାହାଯ୍ୟରେ ସର୍ଚ୍ଚ ଅପରେସନ‌୍‍ ଜାରୀ ରଖିଛି।

Share :