ସପ୍ତୋପଦେଶ

ସପ୍ତୋପଦେଶ

Share :

୧. ମସ୍ତିଷ୍କର ପ୍ରକୃତ କର୍ମକ୍ଷେତ୍ର ହେଉଛି ହୃଦୟ। -ଫ୍ରାଙ୍କ ଲଏଡ଼ ରାଇଟ୍   ୨. ଶିଶୁମାନେ ଅଧିକ ଉପଦେଶ ଆବଶ୍ୟକ କରନ୍ତି ନାହିଁ, ସେମାନଙ୍କୁ ଉଚିତ ମାର୍ଗଦର୍ଶନ ଆବଶ୍ୟକ। -ଏରିକ ଥମ୍ପସନ୍   ୩. ଖାଲି ମୁଣ୍ଡ ଓ ହାତ ଥିଲେ ରୋଜଗାର ହୁଏ ନାହିଁ, ସେଗୁଡ଼ିକୁ କାର୍ଯ୍ୟରେ ଲଗାଇଲେ ରୋଜଗାର ହୁଏ। ଆଲବର୍ଟ ହୋବାର୍ଡ଼   ୪. ସନ୍ତାନର ଭଲ ପାଇବା ନପାଇବା ଉପରେ ମା’ଙ୍କ ସ୍ନେହ ନିର୍ଭର କରେ ନାହିଁ, ଏହା ସ୍ବତସ୍ଫୂର୍ତ୍ତ। ଏରିକ ଫ୍ରୋମ୍   ୫. ଅନ୍ୟମାନେ କରିବେ ବୋଲି କୌଣସି କାମ ପକାଇ ରଖନା, ଆଗେ ନିଜେ କରିବାକୁ ଚେଷ୍ଟା କର। -ଆମେଲିୟା ଇଅରହାର୍ଟ   ୬. ଜୀବନରେ ଶାନ୍ତିରେ ରହିବା ପାଇଁ ହୃଦୟର ଅନୁଭବକୁ ଗ୍ରହଣ କରିବା ଉଚିତ। -ଆଲ୍‌ଡସ୍ ହକ୍ସଲେ   ୭. ପୃଥିବୀରେ କୌଣସି ଜିନିଷ ସ୍ବୟଂସଂପୂର୍ଣ୍ଣ ନୁହେଁ, ପ୍ରତ୍ୟେକର ସମାଲୋଚକ ଅଛନ୍ତି। -ଜେମ୍ସ ଲୁଥର୍ ଆଡାମ୍ସ

Share :