ମିତୁମମତା ପଟ୍ଟନାୟକ ଆକାଶ ପରି ଅମାୟିକ ଆତ୍ମୀୟତାରେ ଯେଉଁ ଦିନୁ ଆବୋରି ନେଲୁ ମୋତେ ସେଇ ଦିନଠୁ ଛୋଟିଆ ପୃଥିବୀଟେ ଗଢ଼ି ହେଇଯାଇଛି ମୋ ଭିତରେ। ପଥର ପାଲଟି ଯାଇଥିବା ଛାତି ଫଟେଇ ବହିଗଲା ଝରଣାଟିଏ ବୋଲି ତ ଘୂରୁଛି ଯେ ଘୂରୁଛି ତା’ ଅକ୍ଷରେ। ଜାଣେ ରେ..ତୋ ସିଗାରେଟର ଶେଷତମ ଝୁଲରେ କଅଁଳି ଯାଉଥାଏ ଗୋଟେ ଅର୍ଖ ନୂଆ ଶୋଷ, ଅଥଚ ତୁ ସେମିତି ହିଁ ଗର୍ଭ ଗୃହରେ ବାସୁଥାଉ ଈଶ୍ବର ଈଶ୍ବର। କେଜାଣି କେଉଁ ଆକର୍ଷଣରେ ପୃଥିବୀ ଘୂରୁଛି ତୋ ଚାରିପଟେ, ପାଲଟୁଛି ଦୃଶ୍ୟରୁ ଅଦୃଶ୍ୟ ପୁଣି ଅଦୃଶ୍ୟରୁ ଦୃଶ୍ୟ। ତୁ କିନ୍ତୁ ତୟାର ହେଉଥାଉ ପ୍ରତିଥର ଉଷ୍ମତାରେ ମାପିବାକୁ ସଂପର୍କର ତମାମ ଆୟୁଷ।