ଶୋଭନୀୟ ଶିକ୍ଷାଶ୍ରମର ମହାନ ବାର୍ତ୍ତା

ଶୋଭନୀୟ ଶିକ୍ଷାଶ୍ରମର ମହାନ ବାର୍ତ୍ତା

Share :

  ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନର ପ୍ରବର୍ତ୍ତକ ପୂଜ୍ୟଶ୍ରୀ କୁମାରଭାଇଙ୍କ ଦ୍ୱାରା ୧୯୮୯ ମସିହା ଅଗଷ୍ଟ ୩ ତାରିଖରେ କୋଣାର୍କଠାରେ ଶୋଭନୀୟ ଶିକ୍ଷାଶ୍ରମ ପ୍ରତିଷ୍ଠା କରାଯାଇଥିଲା। ସେହି ବର୍ଷଠାରୁ ପ୍ରତିବର୍ଷ କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମ ପକ୍ଷରୁ ପ୍ରତିଷ୍ଠା ଦଦିବସକୁ ଧୁମଧାମରେ ପାଳନ କରାଯାଇଆସୁଛି। ଶୋଭନୀୟ ଶିକ୍ଷାଶ୍ରମ ପକ୍ଷରୁ ଚଳିତ ବର୍ଷ ମଧ୍ୟ ୨୭ଶ ପ୍ରତିଷ୍ଠା ଦିବସକୁ ସର୍ବେ ଭବନ୍ତୁ ସୁଖୀନଃ ମନ୍ତ୍ରଧ୍ୱନିରେ ଛାତ୍ରଛାତ୍ରୀ, ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଓ ଅଭିବାବକଙ୍କ ଉପସ୍ଥିତିରେ ମହାସମାରୋହରେ ପାଳନ କରାଯାଇଛି।   ଏହି ପ୍ରତିଷ୍ଠା ଦିବସକୁ ଅଗଷ୍ଟ ୩ ତାରିଖ ବୁଧବାର ପୂର୍ବାହ୍ନ ୧୧ ଘଟିକା ସମୟରେ ଆମନ୍ତ୍ରୀତ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟିତ ହୋଇଥିଲା। ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନର ସମ୍ପାଦିକା ତଥା ନିର୍ଦ୍ଦେଶିକା ସତ୍ୟଭାମା ଦେବୀଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ଅତିଥି ଭାବେ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, କୋଣାର୍କ ଏନଏସି ଅଧ୍ୟକ୍ଷା ଭାନୁମତୀ ରାଉତରାୟ, କୋଣାର୍କ ତହସିଲ କାର୍ଯ୍ୟାଳୟର ଅତିରିକ୍ତ ତହସିଲଦାର ପ୍ରଭାତ ତରାଇ, ସୂର୍ଯ୍ୟମନ୍ଦିର ଗବେଷକ ବଳରାମ ମିଶ୍ର, କୋଣାର୍କ ଏନଏସିର କାଉନସିଲର ପ୍ରତାପ ଗୋଚ୍ଛାୟତ, ସଂଯୁକ୍ତା ତ୍ରିପାଠୀ ଏବଂ ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି ଭରତ ନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ କୁମାର ଭାଇଙ୍କ ସହଧର୍ମିଣୀ ସାରଦା ଦେବୀ ଉପସ୍ଥିତ ଥିଲେ। ଆର୍ନ୍ତଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନ ତଥା ଯୁଗସ୍ରଷ୍ଟା ଶୋଭନୀୟ ଶିକ୍ଷାଶ୍ରମର ପ୍ରାଣ ପ୍ରତିଷ୍ଠାତା ପୂଜ୍ୟ ଶ୍ରୀ କୁମାରଭାଇଙ୍କ ଫଟୋଚିତ୍ରରେ ଅତିଥିମାନେ ମାଲ୍ୟାଅର୍ପଣ କରିବା ସହ  ପ୍ରଦୀପ ପ୍ରଜ୍ୱୋଳନ କରି ପୂଜ୍ୟଶ୍ରୀ କୁମାର ଭାଇଙ୍କ ସ୍ମୃତିଚାରଣ କରିଥିଲେ।   ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନର ନିୟନ୍ତ୍ରିକା ତଥା କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ରୁକ୍ମିଣୀ ଦେବୀ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରଥିଲେ। ଶିକ୍ଷାଶ୍ରମ ପରିସରରେ ଅନୁଷ୍ଠିତ ହୋଇଥିବା ବିଜ୍ଞାନମେଳା ଚିତ୍ରାଙ୍କନ ପ୍ରଦର୍ଶନୀକୁ ଅତିଥିମାନେ ବୁଲି ଦେଖିଥିଲେ। ସାଧାରଣଜ୍ଞାନ, ଚିତ୍ରାଙ୍କନ ପ୍ରତିଯୋଗୀତା, ନାଚ, ଗୀତ  ଓ ବିଭିନ୍ନ କ୍ରୀଡାରେ  ଅଂସଗ୍ରହଣ  କରି କୃତି ତ୍ୱହାସଲ କରିଥିବା କୃତି ପ୍ରତିଯୋଗୀ  ଛାତ୍ର/ଛାତ୍ର୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ।   ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନେ  ବିଭିନ୍ନ ପ୍ରକାର ସଚେତନତାଧର୍ମୀ ସାଂସ୍କୃତିକ  କାର୍ଯ୍ୟକ୍ରମ ନୃତ୍ୟ ଓ ସଂଗୀତ ପରିବେଷଣକରି  ଅତିଥି ଓ ଦର୍ଶକମାନଙ୍କୁ  ମୁଗ୍ଧ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶୋଭନୀୟ ଶିକ୍ଷାଶ୍ରମର ଗୁରୁଜୀ ରମେଶ ସ୍ୱାଇଁ, ବିଦୁଲତା ଶତପଥୀ, ମନୋରମା ମିଶ୍ର, ଗୀତା ସାହୁ, ସିପ୍ରା ସାହୁ ଓ ଶିକ୍ଷାଶ୍ରମର ସମସ୍ତ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ।

Share :