ସ୍କୁଲ ଛାତ୍ରଛାତ୍ରୀଙ୍କ ବନ୍ଦର ଭ୍ରମଣ

ସ୍କୁଲ ଛାତ୍ରଛାତ୍ରୀଙ୍କ ବନ୍ଦର ଭ୍ରମଣ

Share :

  ବନ୍ଦରର ଜନସଂପର୍କ ବିଭାଗ ଆନୂକୂଲ୍ୟରେ ସ୍ଥାନୀୟ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ବନ୍ଦର ପରିଦର୍ଶନ କରି ଜ୍ଞାନ ଆହରଣ ଲାଗି ସୁଯୋଗ ପ୍ରଦାନ ଉଦ୍ଦେଶ୍ୟରେ ଏକ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ପୋର୍ଟ ଟ୍ରଷ୍ଟ ହାଇସ୍କୁଲର ଦେଢ ଶହରୁ ଊର୍ଦ୍ଧ୍ୱ  ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତତ୍ତ୍ୱାବଧାନରେ ବନ୍ଦର ଭ୍ରମଣ କରିଥିଲେ।   ପିଲାମାନେ ବନ୍ଦର ମଧ୍ୟରେ ଜାହାଜ, କ୍ରେନ, ଯାନ୍ତ୍ରିକ କୋଇଲା ପ୍ରକଳ୍ପ ଓ ପୋତାଶ୍ରୟର ଅନ୍ୟ ଅଂଚଳଗୁଡିକ ବୁଲି ଦେଖିଥିଲେ। ବନ୍ଦରର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ପିଲାମାନଙ୍କୁ ବନ୍ଦର କାର୍ଯ୍ୟବିଧି ସଂପର୍କରେ ସମ୍ୟକ ସୂଚନା ଦେଇଥିଲେ। ସକାଳେ ବନ୍ଦର ଭ୍ରମଣର ଅବ୍ୟବହିତ ପୂର୍ବରୁ ଜୟଦେବ ସଦନଠାରେ ଛାତ୍ରଛାତ୍ରୀଙ୍କ ଲାଗି ଏକ ବନ୍ଦର ସଂପର୍କିତ ପ୍ରାମାଣିକ ଚିତ୍ର ପ୍ରଦର୍ଶିତ ହୋଇଥିଲା। ପିଲାମାନେ ବିଦ୍ୟାଳୟ ପରିବେଷ୍ଟନୀ ବାହାରେ ବରିଷ୍ଠ ବନ୍ଦର ପଦାଧିକାରୀମାନଙ୍କ ସହିତ ଭାବ ବିନିମୟ ଓ ପ୍ରଶ୍ନୋତ୍ତରର ସୁଯୋଗ ପାଇଥିଲେ।   ମଧ୍ୟାହ୍ନ ବେଳକୁ ପିଲାମାନେ ସ୍କୁଲ ଫେରି ଖୁସିରେ ଆତ୍ମହରା ହୋଇଉଠିଥିଲେ। ଏପ୍ରକାର ଭ୍ରମଣ ନିଶ୍ଚିତ ଭାବେ ଶିକ୍ଷାପ୍ରଦ ତଥା ନିଜ ନିଜର ଅନୁଭୂତିକୁ ଅନ୍ୟମାନଙ୍କ ସହିତ ମଧ୍ୟ ସେମାନେ ବାଣ୍ଟିବେ ବୋଲି ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି। ଅନ୍ୟ ସ୍କୁଲଗୁଡିକ ଲାଗି ମଧ୍ୟ ପାରାଦୀପ ବନ୍ଦର ଅନୂରୂପ କାର୍ଯ୍ୟକ୍ରମର ଯୋଜନା ରଖିଛି ଏବଂ ଏଥିପାଇଁ ସମୟ ନିର୍ଘଂଟ ନିର୍ଦ୍ଧାରିତ କରିଛି।

Share :