ଦେଶର ଖାଇ ବିଦେଶର ଗାଉଛନ୍ତି ଅତି ଧନୀ!
 

ଦେଶର ଖାଇ ବିଦେଶର ଗାଉଛନ୍ତି ଅତି ଧନୀ!  

Share :

ଭାରତରେ ଶିଳ୍ପ ଓ ବ୍ୟବସାୟ କରି କୋଟିପତି ହେବା ପରେ ଧନୀ ଲୋକମାନେ ଭାରତ ଛାଡ଼ି ବିଦେଶ ପଳାଉଛନ୍ତି | ଏହା ହେଉଛି ଗତ ଦୁଇ ଦଶନ୍ଧିର ଏକ ନୂଆା ଧାରା | ଗତ 14 ବର୍ଷ ଭିତରେ ଭାରତର ଏହିଭଳି ପ୍ରାୟ 61 ହଜାର ଅତି ଧନୀ ଦେଶ ଛାଡ଼ି ଅନ୍ୟ ଦେଶରେ ଯାଇ ସ୍ଥାୟୀ ଭାବେ ବସବାସ କରୁଛନ୍ତି |  ଅତି ଧନୀଙ୍କ ଦେଶ ଛାଡ଼ିବା କ୍ଷେତ୍ରରେ ଚୀନ…ପରେ ଭାରତ ପାଇଛି ଦ୍ବିତୀୟ ସ୍ଥାନ | ନିଉ ଉଆର୍ଲଡ଼ ଉଏଲ୍ଥ ଓ ଲିଓ ଗ୍ଲୋବାଲ…ନାମକ ଦୁଇଟି ଅ‘ର୍ଜାତୀୟ ସଂସ୍ଥାର ମିଳିତ ଉଦ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ଏକ ବିଂଶ ଶତାବ୍ଦୀ ଆରମ୍ଭରୁ ଭାରତର ଅତି ଧନୀ ବା ବହୁ କୋଟି ଟଙ୍କା ମୂଲ୍ୟ ସଂପତ୍ତିର ମାଲିକମାନେ ଦେଶ ଛାଡ଼ି ବିଦେଶ ପଳାଇବାରେ ଲାଗିଛନ୍ତି | ଏମାନଙ୍କ ମଧ୍ୟରୁ କିଛି ଧନୀ ବିଦେଶରେ ସ୍ଥାୟୀ ଭାବେ ବସବାସ କରିବା ସହିତ ଅନ† କେତେକ ସେଠାକା ନାଗରିକତ୍ବ ଗ୍ରହଣ କରିବାକୁ ମଧ୍ୟ ଦରଖାସ୍ତ କରିଛନ୍ତି | ଏହି ସମୟ ମଧ୍ୟରେ ଭାରତର ପ୍ରାୟ 61 ହଜାର ଅତି ଧନୀ ଦେଶ ଛାଡ଼ି ପଳାଇଛନ୍ତି | ଏହି ସମୟ ମଧ୍ୟରେ ଚୀନର 91 ହଜାର ଏପରି ଧନୀ ଦେଶ ଛାଡ଼ିଛନ୍ତି | ମୁଖ୍ୟତଃ କଳାଧନର ସୁରକ୍ଷା ଓ ଟିକସ ଫାଙ୍କିବା ସହିତ ଅଧିକ ବିଳାସପୂର୍ଣ୍ଣ ଜୀବନ ବିତାଇବାକୁ ଏହି ଧନୀ ଲୋକମାନେ ବିଦେଶ ପଳାଉଥିଲେ ମଧ୍ୟ ସେମାନେ ପିଲାଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତ ସୁବିଧା ନିମନ୍ତେ ବିଦେଶ ଯାଉଛନ୍ତି ବୋଲି ଦର୍ଶାଇଛନ୍ତି | ଭାରତର ଅତି ଧନୀ ବା ହାଇ ନେଟ ଉଅର୍ଥ ଇଣ୍ଡିଭିଜୁଆଲ ବା ଏଚଏନଆଇ ଲୋକମାନେ ମୁଖ୍ୟତଃ ସଂଯୁକ୍ତ ଆରବ ଅମିରାତ, ଇଂଲଣ୍ଡ, ଆମେରିକା ଓ ଅଷ୍ଟ୍ରେଲିଆାକୁ ପଳାଉଛନ୍ତି | ଚୀନର ଅତି ଧନୀ ଲୋକମାନେ ଆମେରିକା, ହଂ କଂ, ସିଙ୍ଗାପୁର ଓ ଇଂଲଣ୍ଡରେ ରହିବାକୁ ଅଧିକ ପସନ୍ଦ କରିଛନ୍ତି | ମୋଟ ଉପରେ ଦେଖିଲେ ଅନ୍ୟ ଦେଶର ଅତି ଧନୀଙ୍କୁ ଆପଣେଇବାରେ ପ୍ରଥମ ସ୍ଥାନ ଅଧିକାର କରିଛି ଇଂଲଣ୍ଡ | ଗତ ୧୪ ବର୍ଷ ଭିତରେ ଏହି ଦେଶକୁ ୧. ୨୫ ଲକ୍ଷ ବିଦେଶୀ ଧନୀ ସ୍ଥାୟୀ ଭାବେ ବସବାସ କରିବାକୁ ଚାଲି ଯାଇଛନ୍ତି | ଏହି ସମୟ ମଧ୍ୟରେ ଫ୍ରାନ୍ସରୁ ୪୨ ହଜାର, ଇଟାଲୀରୁ ୨୩ ହଜାର, ରୁଷିଆରୁ ୨୦ ହଜାର, ଇଣ୍ଡୋନେସିଆରୁ ୧୨ ହଜାର, ଦକ୍ଷିଣ ଆଫ୍ରିକାରୁ ୮ ହଜାର ଓ ଇଜିପ୍ଟ ବା ମିଶରରୁ ୭ ହଜାର ବହୁ କୋଟିପତି ଧନସଂପତ୍ତି ସହିତ ଅନ୍ୟ†ଦେଶକୁ ପଳାଇଛନ୍ତି | ସେମାନେ ଦେଶଛାଡ଼ିବା ପାଇଁ ନିଜ ଦେଶରେ ଅସ୍ଥିରତା, ନିରାପତ୍ତା ଆଶଙ୍କା ଓ ପିଲାମାନଙ୍କ ଶିକ୍ଷା ସୁବିଧା ଆଦିକୁ କାରଣ ଭାବେ ଦର୍ଶାଇଛନ୍ତି | କିନ୍ତୁ ବାସ୍ତବରେ ଏହି ଲୋକମାନେ ନିଜ ଦେଶର ଟିକସ ବ୍ୟବସ୍ଥାକୁ ଫାଙ୍କିବା ସହିତ ଅଧିକ ବିଳାସପୂର୍ଣ୍ଣ ଜୀବନ ବିତାଇବାକୁ ବିଦେଶ ପଳାଉଛନ୍ତି ବୋଲି ରିପୋର୍ଟରେ ଅନୁଶୀଳନ କରାଯାଇଛି | ଇଂଲଣ୍ଡ ପରେ ଆମେରିକା ଓ ସିଙ୍ଗାପୁରକୁ ଅଧିକ ସଂଖ୍ୟକ ଧନୀ ପଳାଇଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି | ଇଂଲଣ୍ଡକୁ ମୁଖ୍ୟତଃ ୟୁରୋପର ଅନ୍ୟ କେତେକ ରାଷ୍ଟ୍ର, ରୁଷିଆ, ଚୀନ…ଓ ଭାରତର ଅତି ଧନୀମାନେ ପଳାଇଛନ୍ତି | ଆମେରିକାକୁ ପଳାଇଛନ୍ତି ଚୀନର ସର୍ବାଧିକ ଧନୀ | ଭାରତ ଓ ରୁଷିଆର ଅନେକ ଧନୀ ମଧ୍ୟ ଆମେରିକା ପଳାଇଛନ୍ତି | ସିଙ୍ଗାପୁରକୁ ଯାଇଥିବା ସର୍ବାଧିକ ଧନୀଙ୍କ ମଧ୍ୟରେ ଅଛନ୍ତି ଚୀନ, ଭାରତ ଓ ଇଣ୍ଡୋନେସିଆର ନାଗରିକ | ଏହି ରିପୋର୍ଟ ପାଇଁ ଯେଉଁମାନଙ୍କର ନିଜ ମୂଳ ଘର ବ୍ୟତିତ ୧ ନିୟୁତ ଆମେରିକୀୟ ଡଲାର ବା ତଦୁର୍ଦ୍ଧ୍ବ ସଂପତ୍ତି ରହିଛି ସେମାନଙ୍କୁ ଅତି ଧନୀ ଭାବେ ଗଣନା କରାଯାଇଛି |

Share :