‘ଭୂମି’ ହେଲା ଲୋକାର୍ପିତ

 ‘ଭୂମି’ ହେଲା ଲୋକାର୍ପିତ

Share :

ଉତ୍କଳ ବିଶ୍ୱବିଦ୍ୟାଳୟର ପି.ଜି. କାଉନ‌୍‍ସିଲ ହଲ ଠାରେ ‘ଭୂମି - ଦି ମଦର ଆର୍ଥ’ ଏକ ଓଡ଼ିଆ ଅର୍ଥନୈତିକ ପତ୍ରିକାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ଭୂମିର ମୁଖ୍ୟ ସମ୍ପାଦକ ସତ୍ୟବ୍ରତ ପଣ୍ଡା ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ. ଅଶୋକ କୁମାର ଦାସ ଯୋଗଦେଇ ଭୂମି ପତ୍ରିକାକୁ ଆଗାମୀ ଦିନରେ ରେଫରାନ୍ସ ପତ୍ରିକା ଭାବେ ତଥ୍ୟଭିତ୍ତିକ କରିବାକୁ ଗୁରୁତ୍ୱ ଦେଇଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ପି.ଜି. କାଉନ‌୍‍ସିଲ ଅଧ୍ୟକ୍ଷ ଡ଼ଃ. ରଞ୍ଜନ କୁମାର ବଳ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭୂମି ପତ୍ରିକାରେ ବିଭିନ୍ନ ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ଗବେଷଣା ଭିତ୍ତିକ ନିବନ୍ଧ ଉପସ୍ଥାପନା ପାଇଁ ପରାମର୍ଶ ଦେଇଥିଲେ।   ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଜିନେସ‌୍‍ ଷ୍ଟାଣ୍ଡାର୍ଡ଼ର ବ୍ୟୁରୋ ମୁଖ୍ୟ ଦିଲ୍ଲିପ ଶତପଥୀ ଓଡ଼ିଆ ଭାଷାରେ ଅର୍ଥନୀତି ସଂକ୍ରାନ୍ତ ପତ୍ରିକା ପ୍ରକାଶ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ। ଅନ୍ୟତମ ଅତିଥି ଭାବେ ଯୋଗଦେଇ ଆୟକର କମିଶନର ଶରତ କୁମାର ଦାଶ ପତ୍ରିକାରେ ପ୍ରକାଶିତ ପ୍ରତ୍ୟେକଟି ନିବନ୍ଧ ଉଚ୍ଚମାନ ସମ୍ପନ୍ନ ହୋଇଥିବାର ମତ ଦେଇଥିଲେ।   ପ୍ରାରମ୍ଭରେ ପତ୍ରିକାର ସହ ସମ୍ପାଦିକା ଡ଼ଃ. ରୀନା ରାଉତରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ପରିଶେଷରେ ବଦ୍ରୀନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଲୋକାର୍ପଣ ଉତ୍ସବରେ ପ୍ରଶାସନିକ ଅଧିକାରୀ ଅଜୟ ନାୟକ, ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ମନ୍ମଥ କୁମାର ବିଶ୍ୱାଳ, ଶ୍ରୀମତୀ ଜ୍ୟୋତ୍ସା ଦେବୀ ମର୍ଦ୍ଦରାଜ, ବରିଷ୍ଠ ବିଜେପି ନେତା ଭ୍ରୁଗୁ ବକ୍ସି ପାତ୍ର, ଅନୀଲ ଧିର, ପ୍ରଭାସ ଆଚାର୍ଯ୍ୟ, ଚଳଚିତ୍ର ନିର୍ଦ୍ଦେଶକ ଅମୀୟ ପାଣି, ସମାଜସେବୀ ନମ୍ରତା ଚଡ୍ଡା, ପ୍ରକାଶ ମହାପାତ୍ର, ଅଜୟ ମିଶ୍ର, ମନୋଜ ସାହୁ, ସଞ୍ଜିବ ପତ୍ରି, ସୂର୍ଯ୍ୟକାନ୍ତ ପାଢ଼ୀ, ସଚ୍ଚି ନନ୍ଦନ ନାୟକ, ବିଷ୍ଣୁ ଦାସ, ମନୋଜ ବିଶ୍ୱାଳ ଓ ସଞ୍ଜିବ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

Share :