ରୋଷେଇ ଘରୁ ରଣାସାପ ଉଦ୍ଧାର

ରୋଷେଇ ଘରୁ ରଣାସାପ ଉଦ୍ଧାର

Share :

  ଜୁଲାଇ ୨୮ ତାରିଖ ଗୁରୁବାର ପୂର୍ବାହ୍ନରେ ବାଲିଦୋକାନ ନିକଟସ୍ଥ ଦେବେନ୍ଦ୍ର ବେହେରାଙ୍କ ରୋଷେଇ ଘରୁ ବିରଳ ପ୍ରଜାତିର ଦୁଇଟି ରଣାସାପଙ୍କୁ ଉଦ୍ଧାର କରାଯାଇଛି।  ସ୍ନେକ‌୍‍ ହେଲ୍ପ ଲାଇନର ସଦସ୍ୟ ବ୍ରଜ କିଶୋର ସାହୁ ଏ ସଂପର୍କର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବେହେରାଙ୍କ ରୋଷଇ ଘରେ ପଶିଥିବା ୫ ଫୁଟର ଲମ୍ୱର ମା’ ରଣା ସାପ ସହିତ ୩ ଫୁଟ ଲମ୍ୱ ଛୁଆ ରଣାସାପକୁ ଉଦ୍ଧାର କରିଥିଲେ। ମା’ ରଣା ସାପକୁ ୭ ବର୍ଷ ଓ ଛୁଆ ରଣା ସାପକୁ ୩ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।   ଉଦ୍ଧାର ହୋଇଥିବା ଏହି ରଣାସାପ ଦୁଇଟିକୁ ବନବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଜଙ୍ଗଲରେ ଛଡାଯାଇଛି। କାକଟପୁର ନିକଟସ୍ଥ ବାଜପୁର ଗ୍ରାମର ବାସିନ୍ଦା ଶ୍ରୀ ସାହୁ ୬ ବର୍ଷ ତଳୁ ଭୁବନେଶ୍ୱରର ସ୍ନେକ ହେଲପ ଲାଇନ ସହିତ ସାମିଲ ହୋଇ କୋଣାର୍କ, ଗୋପ, କାକଟପୁର, ଅସ୍ତରଙ୍ଗ, ନିମାପଡ଼ା, ଛଇତନା ପ୍ରଭୃତି ଗ୍ରାମାଞ୍ଚଳରେ ଜନବସତିରୁ ସାପ ଧରି ଆସୁଛନ୍ତି। କୌଣସି ଲୋକର ଘରେ ସାପ ପଶିଥିଲେ ଦିନରାତି ଯେ କୌଣସି ସମୟରେ ଶ୍ରୀ ସାହୁଙ୍କୁ ଟେଲିଫୋନ କଲେ ସେ ଅବିଳମ୍ୱେ ସେଠାରେ ପହଞ୍ଚି ସାପକୁ ଧରିଥାନ୍ତି। ସଂପୃକ୍ତ ଅଞ୍ଚଳରେ ବିପଦ ସମୟର  ବନ୍ଧୁ ଭାବରେ ଶ୍ରୀ ସାହୁ ବେଶ ଜଣାଶୁଣା।   କୌଣସି ବ୍ୟକ୍ତିଙ୍କୁ ସର୍ପ ଦଂଶନ କରିଥିଲେ ଡ଼ାକ୍ତରଖାନା ଯିବା ପର୍ଯ୍ୟନ୍ତ ଆଶୁ ଚିକିତ୍ସାର ବନ୍ଦୋବସ୍ତ କରିବାରେ ଶ୍ରୀ ସାହୁ ସିଦ୍ଧହସ୍ତ। ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଶ୍ରୀ ସାହୁଙ୍କର ମୋବାଇଲ ନମ୍ୱର ୯୦୪୦୬୫୨୨୮୩ ଦିନରାତି ଖୋଲାଥାଏ। ସାପକୁ ଧରିବା ପରେ ଶ୍ରୀ ସାହୁ ବନବିଭାଗ ଅଧିକାରୀଙ୍କୁ ସୂଚନା ଦେବା ସହ ବିଭାଗୀୟ ଅଧିକାରୀଙ୍କ ଜ୍ଞାତସାରରେ ଏହାକୁ ଜଙ୍ଗଲରେ ଛାଡ଼ିଦେଇଥାନ୍ତି।

Share :