କିଏ ଏହି ଚନ୍ଦ୍ରା ରାଓ?

କିଏ ଏହି ଚନ୍ଦ୍ରା ରାଓ?

Share :

  ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ନିଜ ଘରେ ଆଶ୍ରୟ ଦେଇଥିବା ଅଭିଯୋଗରେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ମଙ୍ଗଳା ବାରିପେଟା ସାହିର ଏ. ଚନ୍ଦ୍ରରାଓଙ୍କୁ ବ୍ରହ୍ମପୁର ପୋଲିସର ଏକ ସ୍ୱତନ୍ତ୍ର ସ୍କ୍ୱାଡ଼ ଜୁଲାଇ ୨୮ ତାରିଖ ବୁଧବାର ଗିରଫ କରିଛି। ସେ ଦୀର୍ଘ ୨ ବର୍ଷ ହେଲା ଫେରାର ଥିଲେ। ତାଙ୍କରି ଘରୁ ପୁଲିସ ସବ୍ୟସାଚୀଙ୍କୁ ଗିରଫ କରିଥିଲା। ସେତେବେଳେ ଚନ୍ଦ୍ରା ରାଓ ଘରେ ନଥିଲେ।   ୨୦୧୪ ମସିହା ଜୁଲାଇ ମାସ ୧୮ ତାରିଖରେ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ବ୍ରହ୍ମପୁର ବଡ଼ବଜାର ପୋଲି ଚନ୍ଦ୍ରା ରାଓଙ୍କ ଘରୁ ଗିରଫ କରିଥିଲା। କିନ୍ତୁ ସବ୍ୟସାଚୀ ଗିରଫ ହେବାପରେ ଚନ୍ଦ୍ରା ରାଓ ଗିରଫ ଭୟରେ ଫେରାର ହୋଇଯାଇଥିଲେ। ସବ୍ୟସାଚୀ ଗିରଫ ହେବା ଦିନ ସେହି ଘରେ ଚନ୍ଦ୍ରାଙ୍କ ମା’ ଥିଲେ। ସେ ସବ୍ୟସାଚୀ ଜଣେ ମାଓବାଦୀ ବୋଲି ଜାଣି ନଥିଲେ। ସବ୍ୟସାଚୀ ସେଠାରେ ଗୋଟିଏ ବଖରା ଘର ଭଡ଼ା ନେଇ ରହୁଥିଲେ। କିନ୍ତୁ ପୁଲିସର ସନ୍ଦେହ ଯେ ସେ ସବ୍ୟସାଚୀର ଜଣେ ପ୍ରମୁଖ ସହଯୋଗୀ।   ବଡ଼ବଜାର ଥାନାରେ ଚନ୍ଦ୍ରା ନାମରେ କେସ‌୍‍ ନଂ ୧୨୭/୧୪ ଧାରା ୩୫୩,୧୨୧/୧୨୧(ଏ)/୧୨୪(ଏ) ଆଇପିସି/୨୫(୧-ବି)(ଏ)/୨୭ ଆର୍ମସ ଆକ୍ଟ/୧୮/୨୦/୩୮ୟୁଏପି ଆକ୍ଟ ୧୯୬୭ ରେ ଏକ ମାମଲା ରହିଛି। ଚନ୍ଦ୍ରା ରାଓ ସବ୍ୟସାଚୀଙ୍କ ମୁଖ୍ୟ ସହଯୋଗୀ ବୋଲି କୁହାଯାଉଛି। ସବ୍ୟସାଚୀ ଗିରଫ ହେବା ପରଠୁଁ ଚନ୍ଦ୍ରାକୁ ପୋଲିସ‌୍‍ ଚନ୍ଦ୍ରାକୁ ଖୋଜୁଥିଲା।   ବୁଧବାର ଚନ୍ଦ୍ରା ବ୍ରହ୍ମପୁରର ଏକ ଘରୋଇ ହସ୍ପିଟାଲ‌୍‍କୁ ଚିକିତ୍ସା ପାଇଁ ଆସୁଥିବା ବ୍ରହ୍ମପୁର ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇ ଏକ ସ୍ୱତନ୍ତ୍ର ସ୍କ୍ୱାଡ଼ ଗଠନ କରିଥିଲା। ଚନ୍ଦ୍ରା ହସ୍ପିଟାଲରେ ପହଞ୍ଚିବା ସମୟରେ ଟିମ‌୍‍ ଚଢ଼ାଉ କରି ଚନ୍ଦ୍ରାଙ୍କୁ ଗିରଫ କରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ତେବେ ନିଜ ମା’ ଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କ ଚିକିତ୍ସା ପାଇଁ ଏମ‌୍‍କେସିଜି ମେଡ଼ିକାଲ‌୍‍କୁ ଯିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଥିବା ଚନ୍ଦ୍ରା ଗଣମାଧ୍ୟମ ନିକଟରେ ପ୍ରକାଶ କରିଥିଲେ। ପୋଲିସ ତାଙ୍କ ନିକଟରୁ କିଛି ମେଡ଼ିକାଲ‌୍‍ ଡ଼କ୍ୟୁମେଣ୍ଟ, ନଗଦ ୯୦୦ ଟଙ୍କା ଏବଂ ଏକ ମୋବାଇଲ‌୍‍ ଜବତ ହୋଇଥିବା ସୂଚନା ମିଳିଛି।   ସେହିଭଳି ଚନ୍ଦ୍ରାଙ୍କ କୌଣସି ମାଓବାଦୀ ସଂପର୍କ ରହିଛି କି ନାହିଁ ସେ ସଂପର୍କରେ ବ୍ରହ୍ମପୁର ପୋଲିସର ଅନ୍ୟ ଏକ ସ୍ୱତନ୍ତ୍ର ଟିମ‌୍‍ ଜେରା ସହ ଅନୁସନ୍ଧାନ କରୁଥିବା ସୂଚନା ମିଳିଛି। ତେବେ ଚନ୍ଦ୍ରା ସବ୍ୟସାଚୀଙ୍କ ମୁଖ୍ୟ ସହଯୋଗୀ କୁହାଯାଉଥିବା ବେଳେ ବର୍ତ୍ତମାନ ଚନ୍ଦ୍ରାଙ୍କ ଗିରଫ ପରେ ସବ୍ୟସାଚୀଙ୍କ ବହୁ ଗୁମର ପଦାକୁ ଆସିବ ବୋଲି ଆଶା ପ୍ରକାଶ ପାଉଛି। ସେହିଭଳି ଚନ୍ଦ୍ରା ଗିରଫ ହୋଇଛନ୍ତି ନା ଆତ୍ମସମର୍ପଣ କରିଛନ୍ତି ତାହାର ମଧ୍ୟ ଗୁମର ଫିଟିବ ବୋଲି ଆଶା ପ୍ରକାଶ ପାଉଛି। ଏସଂପର୍କରେ ଏକ ସାମ୍ୱାଦିକ ସମ୍ମିଳନୀରେ ଏଏସ‌୍‍ପି ତ୍ରିନାଥ ପଟେଲ‌୍‍, ଟାଉନ‌୍‍ ଏସ‌୍‍ଡ଼ିପିଓ ଶାନ୍ତୁନୁ କୁମାର ଦାଶ, ବଡ଼ବଜାର ଥାନା ଅଧିକାରୀ ସୁରେଶ କୁମାର ତ୍ରିପାଠୀ, ଟାଉନ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ଏବଂ ବୈଦ୍ୟନାଥପୁର ଥାନା ଅଧିକାରୀ ଅଜୟ କୁମାର ମିଶ୍ରଙ୍କ ଉପସ୍ଥିତିରେ ସୂଚନା ଦେଇଛନ୍ତି।

Share :