ବଣ ଛାଡ଼ି ବାଡ଼ିରେ ମାଙ୍କଡ

ବଣ ଛାଡ଼ି ବାଡ଼ିରେ ମାଙ୍କଡ

Share :

  କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଲଗି ରହିଥିବା ହଜାର ହଜାର ହେକ୍ଟର ଚାଷଜମୀ ଗାଁଗଣ୍ଡା, ସହର ଓ ବଜାର ମଧ୍ୟକୁ ଦଳ ଦଳ ମାଙ୍କଡ ପଶିଆସି ବାଡିବଗିଚା ଓ ଚାଷଜମୀକୁ ଉଜାଡି ଦେଉଛନ୍ତି। ଫଳରେ ପରିଶ୍ରମ କରି ଭଲ ଅମଳ ଆଶା ରଖିଥିବା ଚାଷୀ ମାଙ୍କଡଙ୍କ ଉତ୍ପାତରେ ହତାଶ ହୋଇ ପଡିଲେଣି।   ଏ ଅଞ୍ଚଳରେ ଧାନ, ମୁଗ, ବିରି, କୋଳଥ, ରବିଫସଲ, ନଡିଆ, ଓ ବିଭିନ୍ନ ପ୍ରକାର ପନିପରିବା ଚାଷକରି ଚାଷୀ ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ଗତ କିଛି ବର୍ଷ ଧରି ମାଙ୍କଡଙ୍କର ବଂଶ ଦୃତ ଗତିରେ ବୃଦ୍ଧି ପାଉଥିବାରୁ ଅଭୟାରଣ୍ୟ ମଧ୍ୟରେ ଖାଦ୍ୟାଭାବ ଯୋଗୁଁ ଚାଷ ଜମୀ ଓ ଜନ ବସତି ମଧ୍ୟକୁ ଚାଲି ଆସି ପ୍ରଭୁତ କ୍ଷତି ଘଟାଉଛନ୍ତି। ବିଶେଷ କରି ଲୋକେ ନିଜ ବାଡିରେ ଲଗାଇଥିବା କଦଳୀ, ଆମ୍ୱ, ଅମୃତଭଣ୍ଡା ସଜନା ଓ ନଡିଆ ପ୍ରଭୃତି ଅର୍ଥକାରୀ ଫସଲକୁ ଉଜାଡି ଦେଉଛନ୍ତି।   ଏ ସଂପର୍କରେ ଲୋକେ ବନ ଓ କୃଷି ବିଭାଗର ଅଧିକାରୀମାନଙ୍କୁ ବାରମ୍ୱାର ଅଭିଯୋଗ କରିଥିଲେ ମଧ୍ୟ ପ୍ରତିକାର ବ୍ୟବସ୍ଥା ହୋଇପାରି ନାହିଁ। ଅଭୟାରଣ୍ୟ ମଧ୍ୟରେ ମାଙ୍କଡଙ୍କ ପାଇଁ ବିଭିନ୍ନ ପ୍ରକାର ଫଳ ବୃକ୍ଷ ରୋପଣ କରାଯିବା, ଜନବସତି ଭିତରକୁ ପଶିଆସୁଥିବା ମାଙ୍କଡ଼ଙ୍କୁ ଘଉଡାଇବା ପାଇଁ ରବର ବୁଲେଟ ବନ୍ଧୁକଧାରୀ କର୍ମଚାରୀ ନିଯୁକ୍ତି ଦେବା, ମାଙ୍କଡଙ୍କ ବଂଶ ବିସ୍ତାରକୁ ରୋକିବା ପାଇଁ ସେମାନଙ୍କୁ ବନ୍ଧ୍ୟାକରଣ କରିବା ଓ ମାଙ୍କଡଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ଚାଷୀମାନେ ନିବେଦନ କରିଛନ୍ତି। ଏହି ଦାବିଗୁଡିକ ପ୍ରତି ସରକାର ଧ୍ୟାନ ନ ଦେଲେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଜଣାଇଛନ୍ତି।

Share :