ବିଦ୍ୟୁତ ଆଘାତରେ ଦୁଇଭାଇଙ୍କ ମୃତ୍ୟୁ

ବିଦ୍ୟୁତ ଆଘାତରେ ଦୁଇଭାଇଙ୍କ ମୃତ୍ୟୁ

Share :

ପାରାଦୀପ ହରିବୋଲିଆ ମଠ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଯାଇଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଭାଇ ମୃତ୍ୟୁବରଣ କରିଛନ୍ତି। ଏହି ଦୁଇଭାଇ ହେଲେ ଓଡ଼ିଶା ଷ୍ଟିଭେର୍ଡ୍ସ ଲିମିଟେଡ଼ରେ କାର୍ଯ୍ୟରତ ପ୍ରଭାକର ବାରିକଙ୍କ ଦୁଇ ପୁଅ ପ୍ରବୀଣ କୁମାର ବାରିକ, ବୟସ(୨୭) ଏବଂ ପିଣ୍ଟନ କୁମାର ବାରିକ, ବୟସ(୧୭)।   ଜୁଲାଇ ୨୬ ତାରିଖ ମଙ୍ଗଳବାର ସକାଳେ ପାରାଦୀପରେ ପ୍ରବଳ ବର୍ଷା ଯୋଗୁଁ ଲୋକେ ଘରୁ ପଦାକୁ ପ୍ରାୟ ବାହାରୁ ନଥିଲେ। କିନ୍ତୁ କୌଣସି କାରଣ ବଶତଃ ମୃତ ପ୍ରବୀଣ ପ୍ରଥମେ ବନ୍ଦର ପକ୍ଷରୁ ଲଗାଯାଇଥିବା ବିଦ୍ୟୁତ ବକ୍ସ ନିକଟକୁ ଯାଇଥିଲେ। ସେଠାରେ ଲାଇନ‌୍‍ ଚାର୍ଜ ହୋଇଥିବାରୁ ପ୍ରବୀଣକୁ କରେଣ୍ଟ ମାରିଥିଲା। ପ୍ରବୀଣ ଚିତ୍କାର କରିବା ଶୁଣି ସାନ ଭାଇ ପିଣ୍ଟନ ଭାଇକୁ ରକ୍ଷା କରିବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ।   ଦୁଇ ଭାଇ ଛଟପଟ ହେବା ସମୟରେ ସ୍ଥାନୀୟ ଜଣେ ଯୁବକ ଏକ କାଠ ଫାଳିଆ ସାହାଯ୍ୟରେ ତାଙ୍କୁ ପିଟି ଦେଇ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ଦୁଇ ଭାଇ ସଜ୍ଞାହୀନ ହୋଇ ଗୁରୁତର ଅବସ୍ଥାରେ ତଳେ ଟଳିପଡିଥିଲେ। ତୁରନ୍ତ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଦୁଇ ଭାଇଙ୍କୁ ଅଠରବାଙ୍କୀ ବିଜୁ ମେମୋରିଆଲ ହସ୍ପିଟାଲ ନିଆ ଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ।

Share :