ସରକାର ସାର ଚୋର!

ସରକାର ସାର ଚୋର!

Share :

ଚାଷୀଙ୍କୁ ଯୋଗାଯାଉଥିବା ସାର ବ୍ୟାଗରୁ ୫ କିଲୋ ଲେଖାଏଁ ହଡ଼ପ କରୁଛନ୍ତି ଓଡ଼ିଶା ସରକାର। ଚାଷୀ ପ୍ୟାକ୍ସ ବା ପ୍ରାଥମିକ ସମବାୟ ସମିତିରୁ ୫୦ କେଜି ବ୍ୟାଗ ନେଇ ସେଥିରୁ ୪୫ କେଜି ସାର ପାଉଛି। ପ୍ୟାକ୍ସ ବା ପ୍ରାଥମିକ ସମବାୟ ସମିତିଗୁଡ଼ିକୁ ମାର୍କଫେଡ଼ରୁ ସାର ପଠାଯାଉଛି। ସେହି ମାର୍କଫେଡ଼ ବାବୁମାନେ ପ୍ରତି ବ୍ୟାଗରୁ କୌଶଳ କ୍ରମେ ୫ କେଜି ଲେଖାଏଁ ସାର କାଢ଼ି ନେଉଥିବା ଅଭିଯୋଗ ହେଉଛି।   ସରକାର ଚାଷୀଙ୍କ ପାଇଁ ପ୍ୟାକ୍ସ ମାଧ୍ୟମରେ ସାର ଯୋଗାଇ ଦେଉଛନ୍ତି। ହେଲେ ୫୦ କେଜି ବ୍ୟାଗ ବଦଳରେ ଚାଷୀଙ୍କୁ ମିଳୁଛି ୪୫ କେଜି ବ୍ୟାଗର ସାର। ମାର୍କଫେଡ ଗୋଦାମରୁ ପ୍ୟାକ୍ସ ସୋସାଇଟି ନିକଟକୁ ସାର ପଠାଯିବା ସମୟରେ ମାର୍କଫେଡର ବାବୁମାନେ ଚଞ୍ଚକତା କରି ବ୍ୟାଗରୁ ୫ କେଜି ଲେଖାଏଁ ସାର କାଢି ନେଇ ପୁଣି ଥରେ ହାତରେ ସିଲେଇ କରି ଚାଷୀଙ୍କୁ ଯୋଗାଉ ଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଚିଚେଇଗୁଡା ଗ୍ରାମରୁ। ଗୋଟାଏ ବ୍ୟାଗରୁ ୫ କେଜି ଲେଖାଏଁ କଢା ଯାଇଛି ଇଫକୋ ଡିଏପି ସାର। ୫୦ କେଜିଆ ଡିଏପି ସାର ବ୍ୟାଗର ମୂଲ୍ୟ ହେଲା ୧୨୨୦ ଟଙ୍କା। ସେଥିରୁ ୫ କେଜି ଲେଖାଏଁ କଢାଯିବା ପରେ ୪୫ କେଜିକୁ ୧୨୨୦ ଟଙ୍କା ଦର ପଡ଼ୁଛି। ଏହା ଫଳେର ଜଣେ ଚାଷୀଙ୍କୁ ବ୍ୟାଗ ପିଛା ୧୨୨ ଟଙ୍କା କ୍ଷତି ସହିବାକୁ ପଡୁଛି। ଅର୍ଥାତ ଚାଷୀ ୧୨୨୦ ଟଙ୍କା ଦେଇ ୧୦୯୮ ଟଙ୍କାର ସାର କିଣୁଛନ୍ତି।   ଚିଚେଇଗୁଡା ଗ୍ରାମର ପଦ୍ମଲୋଚନ ମେହେର ଜୁନ ୨୯ ତାରିଖରେ ୧୫ କ୍ୟୁଣ୍ଟାଲ ଡିଏପି ସାର ଚିଚେଇଗୁଡା ପ୍ରାଥମିକ କୃଷି ସମବାୟ ସମିତିରୁ ଉଠାଇଥିଲେ। କିନ୍ତୁ ଘେର ସେ ଦେଖିବାକୁ ପାଇଥିଲେ ଯେ ସାର ବ୍ୟାଗଗୁଡ଼ିକ ହାତରେ ସିଲେଇ ହୋଇଛି। ତେଣୁ ତାଙ୍କର ସଂଦେହ ହେଲା। ସେ ସାର ବ୍ୟାଗଗୁଡ଼ିକୁ ଓଜନ କଲେ ଓ ବ୍ୟାଗ ପିଛା ୫ କେଜି ଲେଖାଏଁ ସାର କମ ଥିବା ଜାଣିବାକୁ ପାଇଥିଲେ। ପରେ ସେ ସମସ୍ତ ସାର ଆଣି କୃଷି ସମବାୟ ସମିତିରେ ଫେରସ୍ତ କରି ଦେଇଥିଲେ।   ଠିକ ସେହିଭଳି ଏହି ଚିଚେଇଗୁଡା ଗାଁର ଟଙ୍କଧର ମାଝି ମଧ୍ୟ ୧୦ କ୍ୟୁଣ୍ଟ୍ଟାଲ ସାର ନେଇ ଥିଲେ। ପରେ ହାତ ସିଲେଇକୁ ଦେଖି ସେ ମଧ୍ୟସାର ଫେରସ୍ତ କରିଥିଲେ। ସ୍ବଳ୍ପ ବୃଷ୍ଟିପାତ ତଥା ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ଠିକ ସମୟରେ ଜଳ ଯୋଗାଣ ହେଉ ନଥିବାରୁ କଳାହାଣ୍ଡି ଚାଷୀ ଚିନ୍ତାରେ ଥିବା ବେଳେ ସାର ଯୋଗାଣେର ଏଭଳି ଚୋରି ଓ ଦୁର୍ନୀତି ଚାଷୀଙ୍କୁ ବୋଝ ଉପରେ କୋରଡା ମାଡ ସଦୃଶ ହୋଇଛି।   ଚଳିତ ବର୍ଷ ମାର୍କଫେଡକୁ ୩୯୬.୨୫୦ ମେଟ୍ରିକ ଟନ‌୍‍ ସାର ଆସିଥିବା ବେଳେ ୧୨୭୪.୨୦୦ ମେଟ୍ରିକ ଟନ‌୍‍ ସାର ବିଭିନ୍ନ ପ୍ୟାକ୍ସ ମାଧ୍ୟମରେ ବିକ୍ରି କରାଯାଇଛି ଓ ଗୋଦାମଗୁଡ଼ିକରେ ଆଜି ଯାଏଁ ୬୮.୨୦୦ ଟନ ଇଫକୋ ଓ ଡିଏପି ସାର ଗଛିତ ରହିଛି।   କେବଳ ଯେ ଚିଚେଇଗୁଡା ଗ୍ରାମର କଥା ନୁହଁ କଳାହାଣ୍ଡିରେ ଥିବା ସମସ୍ତ ପ୍ୟାକ୍ସ ବା ପ୍ରାଥମିକ କୃଷି ସମବାୟ ସମିତିରେ ଏଭଳି ସାର ଚୋରି ହୋଇଥିବା ସନ୍ଦେହ କରା ଯାଉଥିବା ବେଳେ ଚିଚେଇଗୁଡାର ପଦ୍ମଲୋଚନ ଓ ଟଙ୍କଧର ଜାଣିପାରି ଏହାର ପର୍ଦାଫାସ କରିଥିଲେ। ହେଲେ ଆଗରୁ ଯେଉଁ ଚାଷୀମାନେ ସାର ନେଇ ଜାଣି ପାରି ନାହାଁନ୍ତି ସମାନେ ଏହି ଠକେଇର ଶିକାର ହୋଇଛନ୍ତି। ବିକ୍ରି କରାଯାଇଥିବା ସାରର ଚାଷୀ କ୍ଷତି ସହିଥିବା ୧୨୨ ଟଙ୍କା ବାବଦରେ ମୋଟାମୋଟି ହିସାବ କରା ଗଲେ ପ୍ରାୟ ୧ କୋଟି ୪୭ ଲକ୍ଷ ୬୫ ହଜାର ଟଙ୍କା ସମଗ୍ର କଳାହାଣ୍ଡିରୁ ଆତ୍ମସାତ ହୋଇଥିବା ଅନୁମାନ କରାଯାଇପାରେ।   ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ତଥ୍ୟ ପଦାକୁ ଆସିବ। ଏ ସଂପର୍କରେ ଜିଲ୍ଲା କୃଷୀ ଉପନିର୍ଦ୍ଦେଶକ ଲକ୍ଷ୍ଣଣ କୁମାର ପାଲଟାସଂି ପ୍ରକାଶ କରିଛନ୍ତି ଯେ ଚାଷୀଙ୍କଠାରୁ ଲିଖିତ ଅଭିଯୋଗ ଆସିଲା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ।

Share :