କଳାହାଣ୍ଡିରେ ରାସନ କାର୍ଡ଼ ବିଭ୍ରାଟର ପ୍ରତିବାଦ

କଳାହାଣ୍ଡିରେ ରାସନ କାର୍ଡ଼ ବିଭ୍ରାଟର ପ୍ରତିବାଦ

Share :

  ରାସନ କାର୍ଡ ବିଭ୍ରାଟ ଏବଂ ଅଯୋଗ୍ୟ ହିତାଧିକାରୀ ଅଭିଯୋଗରେ ସରକାର ଓ ପ୍ରଶାସନର ଜୁଲୁମର ପ୍ରତିବାଦ କରିଛି କଂଗ୍ରେସ। ଏହା ବିରୋଧେର କଳାହାଣ୍ଡି ଜିଲ୍ଲା ମହିଳା କଂଗ୍ରେସ ଜିଲ୍ଲାପାଳ ଅଫିସ ଘେରାଉ କରିଛି।   କଳାହାଣ୍ଡିରେ ମହିଳା କଂଗ୍ରେସ ଏବେ ଅଣ୍ଟା ଭିଡିଛି। ଫଳସ୍ୱରୁପ ହଜାର ହଜାର ମହିଳା ପ୍ରତିବାଦ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳାୟକୁ ଘେରାଓ କରିବା ସହ କାଯ୍ୟାର୍ଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଯାହାକୁ ନେଇ ବିଜେଡି ପଛପାଦରେ ଠିଆ ରହିଥିବାବେଳେ ପ୍ରଶାସନ ମଧ୍ୟ ହରଡଗଣାରେ ପଡିଯାଇଛି। ରାସନ କାର୍ଡ ବିଭ୍ରାଟରେ ପୋଲିସ ଓ ପ୍ରଶାସନର ଜୁଲୁମ ନେଇ ଜୁଲାଇ ୨୨ ତାରିଖ ଭବାନୀପାଟଣାଠାରେ ଏକତ୍ରିତ ହୋଇଥିଲେ ମହିଳା କଂଗ୍ରେସ ସଦସ୍ୟଗଣ। ଜିଲ୍ଲା ମହିଳା କଂଗ୍ରେସର ଆହ୍ୱାନ କ୍ରମେ ଜିଲ୍ଲାରେ ରାସନ କାର୍ଡ ନପାଇ ଅସନ୍ତୁଷ୍ଟ ଥିବା ହଜାର ହଜାର ମହିଳା କଂଗ୍ରେସର ଏହି ବିକ୍ଷାଭରେ ସାମିଲ ହୋଇଥିଲେ।   ଜିଲ୍ଲା ମହିଳା ସଭାନେତ୍ରୀ ଦ୍ରୌପଦୀ ମାଝିଙ୍କ ନେତୃତ୍ୱରେ ରାଜ୍ୟ ମହିଳା କଂଗ୍ରେସ ସଂପାଦିକା ଲଳିତା ନାଏକ, ଏଆଇସିସି ସଂପାଦକ ଭକ୍ତଚରଣ ଦାସ, ବରିଷ୍ଠ କଂଗ୍ରେସ ନେତା ଦେବୀପ୍ରସାଦ ସିନ୍ଦୁର, ତରୁଣ ମାଝି, ଦୁଷ୍ମନ୍ତ ନାଏକ, ଚିତ୍ତରଞନ ମଣ୍ଡଳ, ଉଦିଆ ସୁନାନୀ, ତ୍ରିଲୋଚନ ପାଣିଗ୍ରାହୀ, ମହମ୍ମଦ ସାହେବ, ତୁଳେଶ୍ୱର ନାଏକ, ସାଉଲ ମଙ୍ଗରାଜଙ୍କ ସମେତ ହଜାର ହଜାର କର୍ମୀ ଓ ମହିଳା ସ୍ଥାନୀୟ ଟାଉନ ହଲଠାରୁ ଏକ ଶାଭାଯାତ୍ରାରେ ବାହାରି ନବୀନ ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାଯ୍ୟାର୍ଳୟ ସମ୍ମୁଖରେ ବିକ୍ଷାଭ ପ୍ରଦର୍ଶନ କରିବା ସହ ଘେରାଉ କରିଥିଲେ। ଯେଁଉଥିରେ ମହିଲା କଂଗ୍ରେସର କର୍ମକର୍ତ୍ତା ଓ ଆନ୍ଦୋଳନରେ ଯୋଗ ଦେଇଥିବା ହିତାଧିକାରୀମାନେ ସରକାର ଓ ପ୍ରଶାସନ ବିରୋଧରେ ସ୍ଲୋଗାନ ଦେଇଥିଲେ।   ସେହିପରି କଳାହାଣ୍ଡି ଜିଲ୍ଲାରେ ଜଣେ ମହିଳା ଜିଲ୍ଲାପାଳ ଥିବା ବେଳେ ରାସନ କାର୍ଡ ପ୍ରସଙ୍ଗରେ ମହିଳାଙ୍କ ଉପରେ ଜୁଲୁମ ହେବା କେତେ ଦୂର ଯଥାର୍ଥ ବୋଲି ସେମାନେ ପ୍ରଶ୍ନ କରିଥିଲେ। କଳାହାଣ୍ଡି ଜିଲ୍ଲାରେ ରାସନ କାର୍ଡର ପ୍ରବଳ ବିଭ୍ରାଟ ଦେଖାଦେଇଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ଯୋଗୁଁ ରାସନ କାର୍ଡ ନ ପାଇ ଅସନ୍ତୁଷ୍ଟ ଥିବା ଲୋକଙ୍କ ପାଇଁ କାର୍ଡ ଦିଆ ନଯିବା, ପ୍ରଶାସନକୁ ଲଗାଇ କାର୍ଡ ବାବଦକୁ ଜରିମାନା କରିବା ସହ ଫୌଜଦାରୀ ମାମଲା ରୁଜୁ କରାଯିବା ଶାସକ ଦଳ ବିରୋଧରେ ଜନମତ ସୃଷ୍ଟି କରିଛି। କଂଗ୍ରେସ ଏହାକୁ ପ୍ରସଙ୍ଗ କରି ଯେଉଁ ବିକ୍ଷୋଭ ପ୍ରଦର୍ଶନ କରିଛି ସେଥିରେ ସରକାରୀ ଦଳ ଛାନିଆ ହୋଇଯାଇଛି। ଏହି ପ୍ରସଙ୍ଗ ଆଗାମୀ ପଞ୍ଚାୟାତ ନିବାର୍ଚନରେ ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି ସାଧାରଣରେ ଚର୍ଚା ହୋଉଛି।

Share :