ଅରୁଚି ଧଇଲେ ଅମୃତ ପିତା

ଅରୁଚି ଧଇଲେ ଅମୃତ ପିତା

Share :

ଦନେଇ ବଚନ-୪   ୧. ଅଳସ କରଇ କାଲୁଆବେଳେ ଦରାଣ୍ଡି ହୁଅଇ ଦୁଇ ପ୍ରହରେ ପର ଦୋଷ ଯାକ ବାଛି ବସଇ ଦେହକୁ ପଡ଼ିଲେ ସବୁ କରଇ ଦଇବ ସୁମରି ଆଉଁସେ ହିଆ ବୋଲେ ଦନାଇ ଏ ଭୂତ ଖଣ୍ଡିଆ।   ୨. ଅଭାବ ଘାରଇ ଯୁବା ବୟସ ଯୁବତୀ ନାରୀ ପତି ନାହିଁ ପାଶ ଧପାଡ଼ିଙ୍କୁ ଯେ କରଇ ବିଶ୍ବାସ ପୁଷମାଘରେ ଯେ ରହେ ଓପାସ ପାହାନ୍ତିଆକୁ ଉଠେ ଦମା କାଶ ବରଗୀ ପାଖରେ ଯେ ରହେ ଦାସ ବଡ଼ ହରବର ଦନାଇ ଭାଷ।   ୩. ଅରୁଚି ଧଇଲେ ଅମୃତ ପିତା ଜୋଇଁ ନମିଳିଲେ ପିତା ଦୁହିତା ବୃଦ୍ଧକୁ ତରୁଣୀ ଅଟଇ ପିତା ତୁଣ୍ଡ ଘାଆକୁ ଯେ ପିତା ରାଇତା ସହଜେ ପିତା ଯେ କୁଆମଇଁତା ଦନେଇକୁ ପିତା ଧନ ସାଇତା।   ୪. ଅନ୍ଧାରକଣା ଛାଟିଆ ତଳି ଦଦରା ମାଠିଆ ଅନ୍ତକୋଷିଆ ବେଠିଆ ଜ୍ଞାତି ଚରଣଚୁଟିଆ।   ୫. ଅନ୍ଧ, ଛୋଟା, ରୋଗୀ, ସେବକ, ବର ଯୋଗୀ, କାମମତ୍ତ ବୃଷଭ, ଖର ବୋଝିଆ, ଭାରୁଆ, ଗର୍ଭିଣୀ ନାରୀ ବାଟ ଛାଡ଼ିବ ଦନାଇ ବିଚାରୀ।

Share :