ଅସତୀ ନିନ୍ଦଇ ପତି

ଅସତୀ ନିନ୍ଦଇ ପତି

Share :

ଦନେଇ ବଚନ-3   ୧. ଆଚାର ବିହୀନ ଯେବଣ ଦ୍ବିଜ କୁଳ ଭୂଆଶୁଣି ନକରେ ଲାଜ ବେଶ୍ୟା ଆସକ୍ତ ହୁଏ ଯେ ପଣ୍ଡିତ ଜ୍ଞାନୀ ହୋଇ ଯେ କରେ ପକ୍ଷପାତ ଦରିଦ୍ର ହୋଇ ଯେବେ ଅତି ମାନୀ ଅତି କୃପଣ ଯେବେ ହୁଏ ଧନୀ ଲୋଭୀ ସନ୍ନ୍ୟାସୀ କଟୁଭାଷୀ ବୁଢ଼ା ବୁଢ଼ୀ ଦିନେ ଯେ ମୁଣ୍ଡେ ପାରେ ଜୁଡ଼ା କଥାକଥାକେ ଯେ କାଢ଼ଇ ବଡ଼ାଇ ଦଣ୍ଡବତ ନାହିଁ ବୋଲେ ଦନାଇ।   ୨. ଆଗରେ ଯାଇ ଯେ ପଛରେ ଆସଇ ତାକୁ ଜାଣିବ କଳୁଆ ଗହୀର ମଝିରେ ଧୋବଧାବଳିଆ ତାକୁ ଜାଣିବ ନଳୁଆ କମର ସୁରୁ ଯେ ଛାତି ଓସାରିଆ ତାକୁ ଜାଣିବ ବଳୁଆ ପିଙ୍ଗଳ ଆଖିକି କହରା ଯେ କେଶ ତାକୁ ଜାଣିବ ଚଳୁଆ ଲାଙ୍ଗୁଡ଼କୁ ଟେକି ବୋବାଳି ଛାଡ଼ିଲେ ତାକୁ ଜାଣିବ ହଳୁଆ ମୁହଁ ଉପରେ ତିରସ୍କାର କଲେ ଦନାଇ ନୁହଁଇ ଛଳୁଆ।   ୩. ଅସତୀ ନିନ୍ଦଇ ପତି ନାସ୍ତିକ ନିନ୍ଦଇ ଯତି ଥବିର ନିନ୍ଦଇ ରତି ଲଂପଟ ନିନ୍ଦଇ ସତୀ ଦନାଇ ନିନ୍ଦଇ ଗୁଆଁର ମତି।   ୪. ଅଳିଆ ଘରକୁ କଳିଆ ଭାଇ ବଳୁଆ ପଡ଼ିଶା ଚଳୁଆ ଧାଈ ଦଳୁଆ ଗଡ଼ିଆ ଖଳୁଆ ନାରୀ ନାଥ ବୋଲେ ପୁତା ଯାଆ ବାହାରି।   ୫. ଅଲଣା କଥାରେ ସାଇଭାଇରେ ହୁଅଇ ଯେହୁ ଅପଡ଼ କାମ ନକରି ଖାଲି ସବୁବେଳେ କରେ ଦଉଡ଼ଧାପଡ଼ ଗାଈଗୋରୁଙ୍କୁ ନିପ୍ରାସିଆ କରି ମାରଇ ଯେହୁ ଫୋଫଡ଼ ଘୋର ଜାଡ଼ରେ ନିଜେ ଘୋଡ଼ି ହୋଇ ପିଲାଙ୍କୁ ନଦିଏ କାପଡ଼ ବୋଲେ ଦନାଇ ଏମାନଙ୍କ ଗାଲରେ ବସିଯାଏଟି ଚାପଡ଼।

Share :