୫୭ ପ୍ରତିଶତ ଡାକ୍ତର ଅଯୋଗ୍ୟ!

୫୭ ପ୍ରତିଶତ ଡାକ୍ତର ଅଯୋଗ୍ୟ!

Share :

  ଭାରତର ଅର୍ଦ୍ଧାଧିକ ଡାକ୍ତରଙ୍କର ଡାକ୍ତରୀ ଯୋଗ୍ୟତା ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା (ହୁ) ଚମକାଇ ଦେଲା ଭଳି ଏକ ରିପୋର୍ଟ ପ୍ରକାଶ କରିଛି। ହୁ କହିଛି ଯେ ଭାରତର ୫୭ ପ୍ରତିଶତ ଡାକ୍ତରଙ୍କର ଡାକ୍ତରୀ ଯୋଗ୍ୟତା ନାହିଁ।   ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ତରଫରୁ ପ୍ରକାଶିତ ‘ଭାରତର ସ୍ୱାସ୍ଥ୍ୟ କର୍ମଚାରୀ’ ଶୀର୍ଷକ ଏକ ରିପୋର୍ଟରେ ଏହି କଥା କୁହାଯାଇଛି। ଏଥିରେ ଉଲ୍ଲେଖ ଅଛି ଯେ ୨୦୦୧ ମସିହାରେ ଭାରତରେ ଯେତେ ଏଲୋପ୍ୟାଥିକ ଡାକ୍ତର କାର୍ଯ୍ୟ କରୁଥିଲେ ସେମାନଙ୍କ ମଧ୍ୟରୁ ୩୧ ପ୍ରତିଶତଙ୍କର ସାଧାରଣ ଯୋଗ୍ୟତା ମାଧ୍ୟମିକ ସ୍କୁଲ ପର୍ଯ୍ୟାୟର। ଆଉ ୫୭ ପ୍ରତିଶତ ଡାକ୍ତରଙ୍କର ଡାକ୍ତରୀ ଯୋଗ୍ୟତା ନାହିଁ। ଏହି ରିପୋର୍ଟରେ ଆହୁରି ଉଲ୍ଲେଖ ଅଛି ଯେ ଭାରତର ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ମଧ୍ୟରୁ ମାତ୍ର୧୮ ପ୍ରତିଶତଙ୍କର ମେଡିକାଲ ଯୋଗ୍ୟତା ଅଛି।   ୨୦୦୧ ଜନଗଣନା ରିପୋର୍ଟର ତଥ୍ୟ ଭିତ୍ତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଏହି ରିପୋର୍ଟ ପ୍ରସ୍ତୁତ କରିଛି। ଏହି ତଥ୍ୟ ଭାରତର ଜିଲ୍ଲାଗୁଡ଼ିକରୁ ମିଳିଛି। ୨୦୦୧ ଜନଗଣନା ରିପୋର୍ଟ ଆଧାରରେ ହୁ କହିଛି ଯେ ଭାରତର ୬୦ ପ୍ରତିଶତ ଆୟୁର୍ବେଦିକ ଡାକ୍ତର ଓ ୪୬ ପ୍ରତିଶତ ୟୁନାନି ଡାକ୍ତରଙ୍କର ମେଡିକାଲ ଶିକ୍ଷାଗତ ଯୋଗ୍ୟତା ରହିଛି। କିନ୍ତୁ ମାତ୍ର ୪୨ ପ୍ରତିଶତ ହୋମିଓପ୍ୟାଥିକ ଡାକ୍ତରଙ୍କର ମେଡିକାଲ ଶିକ୍ଷାଗତ ଯୋଗ୍ୟତା ଅଛି। ଏହି ରିପୋର୍ଟ ଅନୁସାରେ ମାତ୍ର ୪୨.୩ ପ୍ରତିଶତ ଦାନ୍ତ ଡାକ୍ତର ମେଡିକାଲ ଡିଗ୍ରୀର ଅଧିକାରୀ।   ଏହି ରିପୋର୍ଟରେ ଏକଥା ବି କୁହାଯାଇଛି ଯେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନେ ସେମାନଙ୍କର ପୁରୁଷ ସହକର୍ମୀଙ୍କଠାରୁ ଅଧିକ ଶିକ୍ଷିତ। ମହିଳା ଡାକ୍ତରଙ୍କ ମଧ୍ୟରୁ ୬୭ ପ୍ରତିଶତ ମେଡିକାଲ ଡିଗ୍ରୀଧାରୀ ହୋଇଥିବାବେଳେ ପୁରୁଷ ଡାକ୍ତରଙ୍କ ମଧ୍ୟରୁ ମାତ୍ର ୩୭ ପ୍ରତିଶତ ଏହି ଯୋଗ୍ୟତାର ଅଧିକାରୀ।   ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ଏହି ରିପୋର୍ଟରେ ରହିଥିବା ଅଧିକ ଉଦବେଗଜନକ ତଥ୍ୟ ହେଲା କେତେ ରୋଗୀକୁ କେତେ ଡାକ୍ତର ସଂଖ୍ୟା। ଆଗରୁ ହୁ ରିପୋର୍ଟ ଦେଇଥିଲୋ ଯେ ଭାରତରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୮୦ ଜଣ ଡାକ୍ତର ଅଛନ୍ତି। ନୂଆ ରିପୋର୍ଟରେ ଏହାକୁ ୧ ଲକ୍ଷ ଜନସଂଖ୍ୟାରେ ୩୬ ଡାକ୍ତରକୁ ଖସି ଯାଇଛି। ଏହାର ଅର୍ଥ ଭାରତରେ ଡାକ୍ତରଙ୍କର ଘୋର ଅଭାବ ରହିଛି। 

Share :