ପାରାଦୀପ ପ୍ରେସ‌୍‍ ମିଡିଆ ସଭା

ପାରାଦୀପ ପ୍ରେସ‌୍‍ ମିଡିଆ ସଭା

Share :

  ପାରାଦୀପ ପ୍ରେସ‌୍‍ ମିଡିଆ ଇତି ମଧ୍ୟରେ ପଂଜିକୃତ ହୋଇ ସାରିଛି। ଏହାର ପଂଜିକରଣ ପରେ ସ୍ଥାନୀୟ ସର୍କିଟ‌୍‍ ହାଉସଠାରେ ଏହାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତରେ କେତେକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବାବେଳେ ଅନେକ ବିଷୟ ଉପରେ ଆଲୋଚନା କରାଯାଇଥିଲା।   ପ୍ରଥମେ ନୂତନ କର୍ମକର୍ତ୍ତା ଚୟନ ଉପରେ ଆଲୋଚନା କରାଯାଇଥିଲା। ଯେହେତୁ କର୍ମକର୍ତ୍ତାଙ୍କର କାର୍ଯ୍ୟକାଳ ଦୁଇବର୍ଷ ରଖାଯିବା ପାଇଁ ସର୍ବସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା ସେ ଦୃଷ୍ଟିରୁ ପୁରାତନ କର୍ମକର୍ତ୍ତାଙ୍କୁ ନେଇ ସଭାପତି ଭାବେ ଶଶାଙ୍କ ଶେଖର ଆଚାର୍ଯ୍ୟ ଓ ସମ୍ପାଦକ ଭାବେ ବଟକୃଷ୍ଣ ଦାସଙ୍କ ନେତୃତ୍ୱରେ ଚଳିତ ବର୍ଷ ମଧ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସଂଘର ପ୍ରମୁଖ ୧୩ଟି ସର୍ତ୍ତ ଓ ନିୟମାବଳୀକୁ ନେଇ ସଂଘର ଆଭିମୁଖ୍ୟ ସ୍ପଷ୍ଟ କରାଯାଇଥିଲା। ନିକଟ ଅତିତରେ ଦୁଇ ଜଣ କର୍ମକର୍ତ୍ତା ବିଶୃଙ୍ଖଳ ଆଚରଣ କରିଥିବାରୁ ତାଙ୍କୁ ସର୍ବସମ୍ମତି କ୍ରମେ ସଂଘରୁ ବିତାଡିତ କରାଯାଇଛି।   ଏକ ସୌହାର୍ଦ୍ଦ୍ୟପୁର୍ଣ୍ଣ ବାତାବରଣରେ ସାମ୍ୱାଦିକଙ୍କ ସମସ୍ୟା ଓ ସୁରକ୍ଷା ଉପରେ ଆଲୋଚନା କରାଯାଇ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଦାବି କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ତା ସହିତ ପାରାଦୀପ ସମସ୍ୟାର ସମାଧାନ ଦିଗରେ ସାମ୍ୱାଦିକମାନେ ଏକତାର ସହ କାର୍ଯ୍ୟ କଲେ ନିଶ୍ଚିନ୍ତ ସଫଳତା ହାସଲ ହେବ ବୋଲି ମତ ପ୍ରକାଶ ପାଇଥିଲା।

Share :