ଜଗନ୍ନାଥ ମନ୍ଦିରରୁ ଚୋରୀ

ଜଗନ୍ନାଥ ମନ୍ଦିରରୁ ଚୋରୀ

Share :

ଜୁଲାଇ ୧୩ ତାରିଖ ବୁଧବାର ବିଳମ୍ୱିତ ରାତିରେ କୋଣାର୍କ ମେଡିକାଲ ଛକସ୍ଥିତ ରାଜାରାମ ମଠ ପରିସରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରୁ ଦାନବାକ୍ସ ଚୋରୀ ହୋଇଯାଇଛି। ମହାପ୍ରଭୁଙ୍କ ଘୋଷ ଯାତ୍ରା ଚାଳିଥିବା ସମୟରେ ମନ୍ଦିରରେ ସେବାୟତ ଓ ଶ୍ରଦ୍ଧାଳୁଙ୍କ ଅନୁପସ୍ଥିତିର ସୁଜୋଗ ନେଇ ଦୁର୍ବୃତ୍ତମାନେ ବାହୁଡା ଯାତ୍ରାର ପୂର୍ବ ରାତିରେ ମନ୍ଦିରରେ ପଷି ହୁଣ୍ଡି (ଦାନ ବାକ୍ସ)କୁ ଚୋରାଇ ନେଇ ଲୁଟି ନେବାପରେ ମନ୍ଦିର ସଂଲଗ୍ନ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାର ବଗିଚାରେ ଫୋପାଡ଼ି ଦେଇଥିବା ଗୁରୁବାର ପ୍ରତ୍ୟୁଷରେ ଦେଖିବାକୁ ମିଳିଥିଲା। ଚୋରମାନେ ଏହି ଦାନ ବାକ୍ସରୁ ପ୍ରାୟ ୭ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିବା କୋଣାର୍କ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି କୋଣାର୍କ ଥାନାଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ମଧ୍ୟ ଚୋରଙ୍କ ସଂପର୍କରେ ଏଯାବତ କୌଣସି ସନ୍ଧାନ ପାଇପାରି ନାହାନ୍ତି।  ଏଠାରେ ସୂଚନା ଥାଉକି ଗତ ୨୦୧୪ ମସିହା ମାର୍ଚ୍ଚ ୧୦ ତାରିଖରେ ମଧ୍ୟ ଅନୁରୂପ ଭାବେ ଚୋରି ହୋଇଥିଲା। ଉକ୍ତ ଦିନ ଜଗନ୍ନାଥ ମନ୍ଦିରର ସେବାୟତମାନେ ପ୍ରତ୍ୟୁଷରେ ଶ୍ରୀଜିମାନଙ୍କର ପୂଜା ନୀତି ସମ୍ପାଦନ କରିବା ପାଇଁ ମନ୍ଦିରକୁ ଯିବା ସମୟରେ ଦେଖିବାକୁ ପାଇଥିଲେ ମା’ ଲକ୍ଷ୍ମୀଙ୍କର ମନ୍ଦିର କବାଟର ତାଲା ଭଙ୍ଗା ଯାଇଛି ଓ ଚୋରମାନେ  ମା’ଙ୍କ ରୁପା ମୁକୁଟକୁ ଚୋରାଇ ନେବା ସହ ମନ୍ଦିରର ହୁଣ୍ଡିକୁ ଶାବଳରେ ତାଡି ନେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନେବାରେ ସକ୍ଷମ ହୋଇପାରି ନ ଥିଲେ।   ଏହି ଚୋରୀ ଘଟଣା ସଂପର୍କର କୋଣାର୍କ ଜଗନ୍ନାଥ ମନ୍ଦିର ଟ୍ରଷ୍ଟି ସୂର୍ଯ୍ୟନାରାୟଣ ସାହୁଙ୍କ କୋଣାର୍କ ଥାନାରେ କରିଥିବା ଅଭିଯୋଗକୁ ଭିତ୍ତି କରି ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ପୁରୀରୁ ସାଇଣ୍ଟିଫିକ ଟିମ‌୍‍ ସହ ସନ୍ଧାନୀ କୁକୁର ଆସି ଘଟଣା ସ୍ଥଳ ଅନୁଧ୍ୟାନ କରିଥିଲେ ମଧ୍ୟ ଚୋରୀ ସଂପର୍କରେ ପୁଲିସକୁ କୌଣସି ତଥ୍ୟ ମିଳିପାରି ନ ଥିଲା। ଜଗନ୍ନାଥଙ୍କ ମନ୍ଦିରରୁ ବାରମ୍ୱାର ଚୋରି ହେବା ଘଟଣାକୁ ନେଇ ଶ୍ରଦ୍ଧଳୁଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି।

Share :