ଭୂତ ଗୁଳି କରି ଫେରାର!

ଭୂତ ଗୁଳି କରି ଫେରାର!

Share :

ଜୁଲାଇ ୧୬ ତାରିଖ ପୂର୍ବାହ୍ନ ୧୨ ଘଣ୍ଟା ସମୟରେ ବନ୍ଦର ନଗରୀ ପାରଦୀପର ପ୍ରବେଶ ପଥ ଦୋଛକିଠାରେ ଭୂତର ଗୁଳିକାଣ୍ଡକୁ ନେଇ ପ୍ରାୟ ୨/୩ ଘଣ୍ଟା ସ୍ଥାନୀୟ ପୋଲିସକୁ ନାକେଦମ ହେବାକୁ ପଡିଛି। ଏହି ଘଟଣାକୁ ନେଇ ଦୋଛକିଠାରୁ ପାରଦୀପ ବସଷ୍ଟଣ୍ଡ ଛକ ମଧ୍ୟରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ ଦୋଛକିଠାରେ କେହି ଜଣେ ଫାଙ୍କା ଗୁଳି ଚାଳନା କରିଛି ବୋଲି ସ୍ଥାନୀୟ ପୋଲିସ ଓ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ଖବରର ପ୍ରଚାର ପରେ ସ୍ଥନୀୟ ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ ଘଟଣାର ସତ୍ୟତା ଜାଣିବାକୁ ତତ୍ପରତା ଲାଗି ରହିଥିଲା। ପ୍ରକୃତ ଘଟଣା ଜାଣିବା ପାଇଁ କିଛି ସାମ୍ୱାଦିକ ଦୋଛକିର ପାରାଦୀପ ଚଣ୍ଡିଖୋଲ ରାସ୍ତା ଓ ପାରଦୀପ କଟକ ରାସ୍ତାର କଡରେ ଥିବା ଦୋକାନୀମାନଙ୍କୁ ଗୁଳିକାଣ୍ଡ ବିଷୟରେ ପଚାରିବାରୁ ସେମାନେ କେହି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ପ୍ରକୃତରେ ଗୁଳିକାଣ୍ଡ କିଏ କରିଛି ନା ଭୂତ ଗୁଳିକାଣ୍ଡ କରି ଆକାଶରେ ଖୋକାକୁ ଉଡେଇ ନେଇଛି ଏହି ଘଟଣାକୁ ନେଇ ଏଠାରେ ହାସ୍ୟରୋଳ ସୃଷ୍ଟି ହୋଇଛି।

Share :