କଳିଙ୍ଗ କାର୍ବନରେ ଡିଜେଲ ଚୋରୀ

କଳିଙ୍ଗ କାର୍ବନରେ ଡିଜେଲ ଚୋରୀ

Share :

  ପାରାଦୀପ କଳିଙ୍ଗ କାର୍ବନରେ ଡିଜେଲ ଚୋରୀ ଅଭିଯୋଗରେ ଟ୍ୟାଙ୍କଲର ଜବତ ସହିତ ଡ୍ରାଇଭର ଓ ହେଲପରକୁ ସ୍ଥାନୀୟ ପୋଲିସ ଗିରଫ କରିଛି। ଏହିଭଳି ଆଗରୁ ଚୋରୀ ହୋଇ ଆସୁଥିବା ଡିଜେଲ ଚୋରୀକୁ କଳିଙ୍ଗ କାର୍ବନ କମ୍ପାନୀ ପର୍ଦ୍ଦାଫାସ କରି ପାରିଛି। ଜୁଲାଇ ୧୫ ତାରିଖ ୧୦.୩୦ ଘଣ୍ଟାରେ ଓଆର-୦୫ଏଏସ-୪୧୪୫ ଟ୍ୟାଙ୍କଲର ଡ୍ରାଇଭର ତୁଷାର ସ୍ୱାଇଁ ଓ ହେଲପର ଚିଙ୍କୁ ଦାସ ୧୨ ହଜାର ଡିଜେଲ ସ୍ଥାନୀୟ ଇଣ୍ଡିଆନ ଅଏଲ ଟର୍ମିନାଲରୁ ବାହାରି କଳିଙ୍ଗ କାର୍ବନକୁ ଆସୁଥିବା ବାଟରେ ସ୍ଥାନୀୟ ବାଉରିଆ ପାଳନ୍ଦା ଠାରେ ଡ୍ରାଇଭର ଗାଡି ଅଟକାଇ ପ୍ରାୟ ପାଖା ପାଖି ୨୪୦ ଲିଟର ଡିଜେଲ ଗାଡିରୁ ବାହର କରି ବିକି ଦେଇଥିଲେ। ପରେ ସେମାନେ ସନ୍ଧ୍ୟାରେ କମ୍ପାନୀ ପରିସରକୁ ଆସିଥିଲେ ପୂର୍ବରୁ ଡିଜେଲ ଚୋରୀ ହୋଇ ଆସୁଥିବା ସନ୍ଦେହରେ ଆଜି ଟ୍ୟାଙ୍କଲରକୁ କାରଖାନାର ବରିଷ୍ଠ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ତରାଇ, ନିରଞ୍ଜନ ଖୁଣ୍ଟିଆ, ଏବଂ ସତ୍ୟପ୍ରୟ ପଣ୍ଡା ମିଳିତ ଭାବେ ଯାଞ୍ଚ କରିବା ଫଳରେ ଟ୍ୟାଙ୍କଲରରୁ ପ୍ରାୟ ୨୪୦ରୁ ଉର୍ଦ୍ଧ ଲିଟର କମ‌୍‍ ଥିବାର ଜାଣିପାରିଥିଲେ।   ଏହି ୨୪୦ ଲିଟର ଡିଜେଲର ଆନୁମାନିକ ଦର ୧୫ ହଜାର ଟଙ୍କା ହୋଇଥିବାର ଜଣାପଡିଛି। ପରେ କମ୍ପାନୀ ତରଫରୁ ଅଏଲ ଡିପୋର ଜେନେରାଲ ମ୍ୟାନେଜର ପିସି ପାରିହିକୁ ଅବଗତ କରାଇବା ପରେ ଡିପୋ ପକ୍ଷରୁ କେତେ ପରିମାଣର ଡିଜେଲ କମ‌୍‍ ଅଛି ତାହା ଯାଞ୍ଚ କରିଥିଲେ। ଡିପୋ କର୍ତ୍ତୃପକ୍ଷ ଯାଞ୍ଚ ପରେ କମ୍ପାନୀ ପକ୍ଷରୁ ଷ୍ଟୋର କିପର ଜଗଦୀଶ ପ୍ରଧାନ ଥାନାକୁ ଜଣାଇଥିଲେ। ଡ୍ରାଇଭର ଓ ହେଲପର ଗାଡିରୁ ଡିଜେଲ ବିକ୍ରୀ କରିଛନ୍ତି ବୋଲି କମ୍ପାନୀର ଡାଇରେକ୍ଟର ଗୋବିନ୍ଦ ଚନ୍ଦ୍ର ତରାଇଙ୍କୁ ଏକ ଲିଖିତ ଦରଖାସ୍ତ ପ୍ରଦାନ କରିଛନ୍ତି।

Share :