ସେସମିକ ଫଲଟ ଲାଇନରେ ରେଙ୍ଗାଲି, ହୀରାକୁଦ
 

ସେସମିକ ଫଲଟ ଲାଇନରେ ରେଙ୍ଗାଲି, ହୀରାକୁଦ  

Share :

ଗତ କେଇମାସ ମଧ୍ୟରେ ତିନି ତିନି ଥର ଭୂକମ୍ପ ଛାତିକୁ ଥରାଇ ଦେଇସାରିଲାଣି | କଟକ, ଭୁବନେଶ୍ବର ଭଳି ଉପକୂଳବର୍ତ୍ତୀ ଜିଲାରୁ ନେଇ ଦକ୍ଷିଣ ଓଡ଼ିଶାର ଗଂଜାମ, ଉତ୍ତର ଓଡ଼ିଶାର ବାଲେଶ୍ବର ଓ ଉତ୍ତରପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ବି କମ୍ପନ ଅନୁଭୂତ ହୋଇଛି | ଏହି ପରିପ୍ରେକ୍ଷୀରେ ଭୂକମ୍ପ ଦୃଷ୍ଟିରୁ ରାଜ୍ୟ କେତେ ସ୍ପର୍ଶକାତର ତାହା ପୁଣି ଥରେ ଆଲୋଚନା ପର୍ଯୟକୁ ଆସିଛି | ଯଦିଓ ରାଜ୍ୟରେ ପୂର୍ବରୁ ଅନୁଭୂତ ଭୂମିକମ୍ପର ତୀବ୍ରତାଠାରୁ ଏହା କମ ତଥାପି ରାଜ୍ୟବାସୀଙ୍କୁ ଭୟଭୀତ କରିବା ପାଇଁ ଏହା ଯଥେଷ୍ଟ| ଓଡ଼ିଶାରେ ଭୂକମ୍ପ ପ୍ରବଣ ଅଂଚଳ ସଂପର୍କରେ ଭାରତୀୟ ଭୂତାତ୍ତ୍ବିବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ପ୍ରସ୍ତୁତ ମାନଚିତ୍ରରେ ତାଳଚେର ଭୂମିକମ୍ପ ଦୃଷ୍ଟିକୋଣରୁ ଅଧିକ ସ୍ପର୍ଶକାତର ବୋଲି ଦର୍ଶାଯାଇଛି | ଏଠାରେ ଯେକୌଣସି ସମୟରେ ଭୂକମ୍ପ ହୋଇପାରେ ବୋଲି ଦର୍ଶାଯାଇଛି | କାରଣ ତାଳଚେର ନିକଟରେ ଭୂମିକମ୍ପର ଦୁଇଟି ଏପିସେଣ୍ଟର ଓ ବ୍ରାହ୍ମଣୀ ଫଲଟ୍ ଲାଇନ ରହିଛି | ଏତଦ ବ୍ୟତିତ ବ୍ରାହ୍ମଣୀ ଫଲଟ ଲାଇନ ମଧ୍ୟରେ ଆସୁଥିବା ବଣେଇଁ, ସୁନ୍ଦରଗଡ଼ ଓ ଦେବଗଡ଼ ମଧ୍ୟ ଭୂମିକମ୍ପ ପ୍ରବଣ ଅଂଚଳ ବୋଲି ଭୂତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି| ରାଜ୍ୟ ମଧ୍ୟରେ 3ଟି ମୁଖ୍ୟ ଫଲଟ ଲାଇନ ରହିଛି| ପ୍ରଥମତଃ ମଧ୍ୟ ପ୍ରଦେଶରୁ ଏକ ଫଲଟ ଲାଇନ ହୀରାକୁଦ ଦେଇ ତାଳଚେର ପର୍ଯନ୍ତ‘ ଆସି ବ୍ରାହ୍ମଣୀ ଫଲଟ ଲାଇନକୁ ସଂଯୋଗ କରିଛି| ଅନ୍ୟ ଏକ ଫଲଟ ଲାଇନ ଜୟପୁର- ଭବାନୀପାଟଣା- ବଲାଙ୍ଗୀରର କିଛି ଅଂଶ ଦେଇ ବ୍ରାହ୍ମଣୀ ଫଲଟ ଲାଇନକୁ ସଂଯୋଗ କରୁଛି | ସେହିପରି ଆସ୍କା- ଭୁବନେଶ୍ବର- କଟକ ଓ ଢେଙ୍କାନାଳ ଦେଇ ଅନ୍ୟ ଏକ ଫଲଟ୍ ଲାଇନ ମଧ୍ୟ ରହିଛି |  ପାଲଲହଡ଼ା ନିକଟର୍ବୀ ମାଲ୍ୟଗିରି ପାହାଡ଼ରେ ମଧ୍ୟ ଏକ ଫଲଟ ଲାଇନ ରହିଛି | ଏହି ଫଲଟ ଲାଇନ ଯୋଗୁଁ ଭବିଷ୍ୟତରେ ମାଲ୍ୟଗିରି ପାହାଡ଼ର ଭୌଗୋଳିକ ପରିସ୍ଥିତିରେ ମଧ୍ୟ ପରିବର୍ତ୍ତନ ଘଟିବାର ଆଶଙ୍କା ରହିଛି| ଏହା ବ୍ୟତୀତ ଭୁବନେଶ୍ବର ସହର ମଧ୍ୟରେ ଅନେକ କ୍ଷୁଦ୍ର ଫଲଟ ଲାଇନ ମଧ୍ୟ ରହିଛି | ଉପରୋକ୍ତ ଫଲଟ ଲାଇନକୁ ଦେଖିଲେ ରାଜ୍ୟର ଦୁଇଟି ଗୁରୁତ୍ବପୂର୍ଣ୍ଣ ନଦୀବନ୍ଧ ରେଙ୍ଗାଲୀ ଓ ହୀରାକୁଦ ଏବେ ଭୂକମ୍ପ ପ୍ରବଣ ଅ*ଳରେ ରହିଛି | ମୋଟାମୋଟି ଭାବେ ରାଜ୍ୟର ଉତ୍ତର ଓ ଦକ୍ଷିଣ-ପଶ୍ଚିମାଂଚଳ ସେସମିକ ଜୋନ-2ରେ ରହୁଥିବାବେଳେ ମହାନଦୀରୁ ଝାରସୁଗୁଡ଼ା ଦେଇ ଦକ୍ଷିଣ-ପୂର୍ବ ଦିଗରେ କଟକ ଓ ଭୁବନେଶ୍ବର ପର୍ଯନ୍ତ†ଲମ୍ବିଥିବା ଅଂଚଳ ସେସମିକ…ଜୋନ-3 ପର୍ଯ୍ୟାୟଭୁକ୍ତ କରାଯାଇଛି | 1995 ମସିହାରେ ସୁନ୍ଦରଗଡ଼ ଜିଲ୍ଲାର ବଣେଇଁଠାରେ ଦୁଇଥର ଭୂମିକମ୍ପ ଅନୁଭୂତ ହୋଇଥିଲା | ଏହି ଭୂମିକମ୍ପର ତୀବ୍ରତା ସେତେବେଳେ 4.9 ଓ 4.8 ବୋଲି ରେକର୍ଡ଼ କରାଯାଇଥିଲା | ବଣେଇଁଠାରେ ଅନୁଭୂତ ଏହି ଭୂକମ୍ପ ପ୍ରଭାବରେ ବହୁ ଘରେ ଫାଟ ସୃଷ୍ଟି ହୋଇଥିଲା ଓ ଜନସାଧାରଣ ଆତଙ୍କିତ ହୋଇପଡ଼ିଥିଲେ | ଏହି ଭୂମିକମ୍ପ ସଂପର୍କରେ ଅନୁଧ୍ୟନ ପାଇଁ ଭାରତୀୟ ଭୂତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା, ପୂର୍ବଂଚଳ ଶାଖାର ଦୁଇ ଜଣ ବରିଷ୍ଠ ବୈଜ୍ଞାନିକ ସୁଜିତ୍ ଦାସଗୁପ୍ତା ଓ ପି.କେ.ପଣ୍ଡା ସେତେବେଳେ ବଣେଇଁ ଗସ୍ତ କରିଥିଲେ| ଅନୁଧ୍ୟାନ ସମୟରେ ରାଜ୍ୟର ଉତ୍ତର-ପଶ୍ଚିମାଂଚଳରେ ଏକାଧିକ ଭୂକଂପ କେନ୍ଦ୍ର ରହିଥିବା ବୈଜ୍ଞାନିକ ଦ୍ବୟ ଜାଣିବାକୁ ପାଇଥିଲେ | ତେଣୁ ଏ ଅଂଚଳରେ ନିୟମିତ ଭୂକମ୍ପ ସଂକ୍ରାନ୍ତ ତଥ୍ୟ ସଂଗ୍ରହ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ନିମନ୍ତେ‘ ପରାମର୍ଶ ଦିଆଯାଇଥିଲା | କିନ୍ତୁ ଏହି ବ୍ୟବସ୍ଥା ଏ ଅଂଚଳରେ ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିନଥିବା ଜଣାପଡ଼ିଛି | ପୂର୍ବରୁ ରାଜ୍ୟରେ ଯେଉଁ କେତେକ ଭୂକମ୍ପ ରେକର୍ଡ଼ଭୁକ୍ତ କରାଯାଇଛି ସେଥିମଧ୍ୟରେ ଅଧିକାଂଶ ଢେଙ୍କାନାଳ, ତାଳଚେର, ବଣେଇଁ ଓ ରାଉରକେଲା ଆଦି ଅ*ଳରେ ଅନୁଭୂତ ହୋଇଛି | କିନ୍ତୁ ଏବେ ଉପକୂଳ ଓଡ଼ିଶାରେ ଏହା ଅନୁଭୂତ ହେଉଛି କଟକ ଓ ଭୁବନେଶ୍ବର ସେସମିକ ଜୋନ-3 ପର୍ଯ୍ୟାୟଭୁକ୍ତ ଥିବାରୁ ଏଠାର ସାଧାରଣତଃ 5ରୁ ଅଧିକ ତୀବ୍ରତା ସଂପନ୍ନ ଭୂମିକମ୍ପ ହେବାର ସମ୍ଭାବନା କମ ଥାଏ| ତେଣୁ ଏହି ସମସ୍ତ ସ୍ଥାନରେ କ୍ଷୟକ୍ଷତିର ସମ୍ଭାବନା ଖୁବ୍ କମ୍| ଏହା ହେଉଛି ଭାରତୀୟ ଭୂତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାର 1975 ମସିହାର ଆକଳନ|  କିନ୍ତୁ ବିଗତ ଦିନମାନଙ୍କରେ ଯେଉଁଭଳି ରାଜ୍ୟର ବିଭିନ୍ନ ଜିଲାରେ ଭୂକମ୍ପନ ଅନୁଭୂତ ହେଉଛି ସେହି ପରିପ୍ରେକ୍ଷୀରେ ଏହି ଆକଳନ ଭୁଲ ହେବା ଆଶଙ୍କା ଦେଖାଦେଇଛି | କାରଣ ଇତିମଧ୍ୟରେ ଭୁବନେଶ୍ବର ଓ କଟକର ବହୁତଳ ଅଟ୍ଟାଳିକା ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଜଳ ଜମୁଥିବା ଓ ଜଳ ନିଷ୍କାସନ ପଥ ଉପରେ ନିର୍ମାଣ କାର୍ଯ୍ୟ କରାଯିବା ଦ୍ବାରା ଏଠାରେ ଭୂକମ୍ପଜନିତ କ୍ଷୟକ୍ଷତିର ପରିମାଣ ଅଧିକ ହେବା ଆଶଙ୍କା ସୃଷ୍ଟି ହୋଇଛି| ଏପ୍ରକାର ପରିସ୍ଥିତିରେ ଆଗାମୀ ଦିନରେ ଭୂକମ୍ପ ପରି ବିପର୍ଯ୍ଯୟର ମୁକାବିଲା ପାଇଁ ଏବେଠାରୁ ଗଭୀର ଭାବେ ଚିନ୍ତା କରିବାର ଆବଶ୍ୟକତା ଦେଖାଦେଇଛି |

Share :