ତୈଲଙ୍ଗୀ କବ୍ଜାରେ ଓଡ଼ିଆ ଜମି

ତୈଲଙ୍ଗୀ କବ୍ଜାରେ ଓଡ଼ିଆ ଜମି

Share :

  ଆନ୍ଧ୍ର ପ୍ରଦେଶର ଜଣେ ତେଲୁଗୁ ଠକ ଟଙ୍କାର ପ୍ରଲୋଭନ ଦେଖାଇ କଳାହାଣ୍ଡି ଜିଲ୍ଲାର ଗୋଟିଏ ଗରିବ ପରିବାରର ୪ ଏକର ୪୪ ଡେସିମିଲ ଜମି ହଡପ କରିନେଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଜୁନାଗଡ଼ ବ୍ଲକ ଡଙ୍ଗାପଲା ଗାଁରେ। ଏହି ଠକେଇ ଘଟଣାରେ ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟକଳାପ ସନ୍ଦେହଘେରକୁ ଆସିଛି।   ଜୁନାଗଡ ବ୍ଲକ ନାନ୍ଦୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାପଲା ଗାଁ ଖାତା ନଂ-୩ ପ୍ଲଟ ନଂ-୪୧୪, ୪୦.୪୧୫, ୪୧.୪୨୮ ଏବଂ ୪୨୯ରେ ଥିବା ୪ ଏକର ୪୪ ଡେସିମିଲ ଜମିକୁ ୪ ଲକ୍ଷ ୧୦ ହଜାର ଟଙ୍କା ଦେବି କହି ଆନ୍ଧ୍ର ପ୍ରଦେଶ େୱଷ୍ଟ ଗୋଦାବରୀ ଜିଲ୍ଲା ଇରାଗାଭାରମ‌୍‍ ଅଞ୍ଚଳର ବୋଲାରାମା ରାଜେଶ୍ୱର ରାଓ ନାମକ ଜଣେ ଠକ ଚଞ୍ଚକତା କରି ନିଜ ନାମରେ ସେଲ ଡିଡ‌୍‍ କରାଇ ନେବା ଜଣାପଡିଛି। ଏଥିରେ ଧର୍ମଗଡ ସବ‌୍‍ ରେଜିଷ୍ଟାର କର୍ଯ୍ୟାଳୟର ଭୂମିକା ସନ୍ଦେହ ଘେରକୁ ଆସିଛି।   ସୂଚନା ଅନୁସାରେ ବିଷ୍ଣୁ ଗଉଡ, ରଥ ଗଉଡ ଓ ଭୀମ ଗଉଡ ତିନି ଭାଇଙ୍କ ନାଁରେ ଏହି ଜମି ରହିଛି। ଜଣେ ଭାଇ ବିଷ୍ଣୁ ଗଉଡଙ୍କର ପୂର୍ବରୁ  ମୃତ୍ୟୁ ହୋଇଯାଇଚି। ତାଙ୍କ ସ୍ତ୍ରୀ ଚିତ୍ର ଗଉଡ ଓ ଅନ୍ୟ ଦୁଇ ଭାଇ ରଥ ଗଉଡ ଏବଂ ଭୀମ ଗଉଡକୁ ଠକ ରାଜେଶ୍ୱର ରାଓ ମାତ୍ର ୩୦ ହଜାର ତଙ୍କା ଦେଇ ଧର୍ମଗଡ ସବ‌୍‍ ରେଜିଷ୍ଟ୍ରାର ଅଫିସରେ ସେଲ‌୍‍ ଡିଡ ନଂ-୧୦୮୯୧୬୦୦୬୪୮ ରେ ଗତ ୧୪ ମାର୍ଚ ୨୦୧୬ରେ ସବୁ ଜମି ନିଜ ନାଁରେ କରି ନେଇଛି।   ଏଠାରେ ପ୍ରଶ୍ନ ଉଠୁଛି ଯେ ରେଜିଷ୍ଟ୍ରି ଅଫିସରେ ଜମି କିଣାବିକା ସମୟରେ ମାଜିଷ୍ଟ୍ରେଟ ଉଭୟ ପକ୍ଷଙ୍କୁ ଦେଣନେଣ ସଂପର୍କରେ ପଚାରି ବୁଝିବା ପରେ ବିକ୍ରି କବଲାରେ ଦସ୍ତଖତ କରିବା ନିୟମ ଥିଲେ ମଧ୍ୟ ଏ କ୍ଷେତ୍ରରେ ତାହା ହେଲାନି କାହିଁକି? ଓଡ଼ିଶାର ଗୋଟିଏ ସରଳ ପରିବାରକୁ ଆନ୍ଧ୍ର ଠକ ହାବୁଡ଼ରୁ ସୁରକ୍ଷା ଦେବାକୁ ମାଜିଷ୍ଟ୍ରେଟଙ୍କ ମନ କାହିଁକି ବଳିଲା ନାହିଁ?   କେବଳ ଏଇ ଗୋଟିଏ ଘଟଣା ନୁହେଁ, ଓଡ଼ିଶାର ଅଣଓଡ଼ିଆ ଅଧ୍ୟୁସିତ ସରକାରଙ୍କ ଅମଳରେ ଆନ୍ଧ୍ର ଓ ଅନ୍ୟ ରାଜ୍ୟର ବେପାରୀମାନେ କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ପ୍ରକଳ୍ପ ଅଂଚଳ ସମେତ ବରଗଡ଼ ଓ ବରପାଲି ହୀରାକୁଦ କେନାଲ ଜଳସେଚିତ ଜମି, ପୁରୀ ଓ ଖୋର୍ଦ୍ଧାର ଅନେକ ଜଳସେଚିତ ଜମି, ଗଂଜାମ, ଗଜପତି, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଆଦି ଜିଲ୍ଲାର ବିପୁଳ ପରିମାଣର ଜମି ଏହିପରି କାଇଦାରେ କିଣିନେବାରେ ଲାଗିଛନ୍ତି। ଏଥକୁ ସରକାର ଆଖିବୁଜି ଦେଇଥିବାବେଳେ ଓଡ଼ିଶାର ବୋକା ପଦବାଚ୍ୟ ସରଳ ଲୋକମାନେ ସର୍ବସ୍ବ ହରାଇବାରେ ଲାଗିଛନ୍ତି।

Share :