ବଡଦାଣ୍ଡରେ ଭଜନ ସମାରୋହ

ବଡଦାଣ୍ଡରେ ଭଜନ ସମାରୋହ

Share :

  ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ସ୍ମୃତିରେ ଓଡିଶା ପକ୍ଷରୁ ଶ୍ରୀଜୀୟୁମାନଙ୍କ ରଥ ଦକ୍ଷଣ ମୋଡ ହେବା ଅବସରରେ ସ୍ମୃତିରେ ଓଡ଼ିଶା ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପୁରୀ ବଡଦାଣ୍ଡସ୍ଥିତ ମେଡିକାଲ ଛକ ନିକଟରେ ଆୟୋଜିତ ଏହି ଭଜନ ସମାରୋହକୁ ପୁରୀ ବିଧାୟକ ମହେଶ୍ୱର ମହାନ୍ତି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ପରିସଦ ଅଧ୍ୟକ୍ଷ ଦିବାକର ପାତ୍ର, ପୁରୀ ପୌର ପରିଷଦର ଅଧ୍ୟକ୍ଷ ଜୟନ୍ତ କୁମାର ଷଢଙ୍ଗୀ, ସୂଚନା ଓ ଲୋକସଂର୍ପକ ବିଭାଗର ନିର୍ଦ୍ଦେଶକ ସୁଶୀଲ କୁମାର ଦାଶ ଓ ପୁରୀ ପୌର ପରିଷଦର ଉପାଧ୍ୟକ୍ଷା ଶାନ୍ତିଲତା ପ୍ରଧାନ, ବିଚାରପତି ଜୟଶ୍ରୀ ମହାପାତ୍ର ଓ ଜିଲ୍ଲା ସୂଚନା ଓ ପ୍ରସାରଣ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଉପସ୍ତିତ ଥିଲେ।   ଭଜନ ସମାରୋହରେ ଓଡିଶାର ଲବ୍ଧପ୍ରତିଷ୍ଟିତ କଳକାକାରମାନେ ଭଜନ ପରିବେଷଣ କରିଥିଲେ। ଲୋକପ୍ରିୟ ଗୀତିକାର ଶ୍ରୀକାର ପାଢୀ, ଗଗନବିହାରୀ ଜେନା, ରବି କୁମାର, ସୁରେଶ କୁମାର ସାଗରିକା ପଟ୍ଟନାୟକ, ଜୟଶ୍ରୀ ଧଳ ସାମନ୍ତ, ମମତା ପାଢୀ, ନାରାୟଣ ରଥ, ରୋଜାଲିନ ମିଶ୍ର, ସନ୍ଧ୍ୟା ପଟ୍ଟନାୟକ, ଅର୍ପିତା ଚଉଧୁରୀ, ଅନନ୍ୟା ଅଚାର୍ଯ୍ୟ, ଶାଶ୍ବତୀ ତ୍ରିପାଠୀ, ଭାଗ୍ୟଶ୍ରୀ ମହାପାତ୍ରଙ୍କ ସମେତ ପ୍ରଖାତ ତବଲାବାଦକ ତଥା ସଂଗୀତ ନିର୍ଦ୍ଦେଶକ ଆଲୋକ ମହାପାତ୍ର ପ୍ରମୁଖ ଏହି ଭଜନ ସମାରୋହରେ ଯୋଗ ଦେଇ ସଂଗୀତ ପରିବେଶଣ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।   ଏହି ଅବସରରେ ସମାଜର ବିଭିନ୍ନ କ୍ଷତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତି ଓ ସଂଗୀତକାରମାନଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ୱର୍ଦ୍ଧିତ ଓ ସମ୍ମାନୀତ କରାଯାଇଥିଲା। ଭଜନ ସମାରୋହ ଦେଖିବା ପାଇଁ ଦର୍ଶକଙ୍କର ନାହିଁ ନ ଥିବା ଭିଡ ପରିଲକ୍ଷିତ ହୋଇଥିଲା। ବୁବୁନ କୁମାର, ଜ୍ୟୋତ୍ସାମୟୀ ନାୟକ, ଓ ଆଦ୍ୟାଶା ଦିବ୍ୟଦର୍ଶୀନୀ ଭଜନ ସମାରୋହାର ମଞ୍ଚ ସଂଞ୍ଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ପ୍ରଭାତ ପୃଷ୍ଟି, ସଂପାଦକ ରଜନୀକାନ୍ତ ମିଶ୍ର, ଭଜନ ସମାରୋହ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ନାରାୟଣ ଗୋଛିକାର, ଭାରତ-ଜାପାନ ବନ୍ଧୁତା ସଂପର୍କ ସ୍ଥାନର ସଭାପତି ଶ୍ରମନ୍ତ ଦାଶଙ୍କ ସମତେ ସମସ୍ତ ସଦସ୍ୟ ପରିଚାଳନା କରିଥିଲେ।

Share :