ପୁଣି ହେବ ବିଜେଡ଼ି-ବିଜେପି ମେଣ୍ଟ!

ପୁଣି ହେବ ବିଜେଡ଼ି-ବିଜେପି ମେଣ୍ଟ!

Share :

ଏବେ ରାଜ୍ୟ†ସାରା ଗୋଟିଏ ଚର୍ଚ୍ଚା : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଭାବଦୋସ୍ତି ବଢ଼ିଯାଇଛି | ଆଉ ଏହି ଭାବଦୋସ୍ତିର କାରଣ ଖୋଜୁଛନ୍ତି ରାଜନୀତିକ ସମୀକ୍ଷକ| କିଏ କହୁଛି ଖଣି ଓ ଚିଟ…ଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ ରୋକିବା ପାଇଁ ନବୀନ ମୋଦିଙ୍କ ନିକଟତର ହେଉଛନ୍ତି ତ ଆଉ କିଏ କହୁଛି ରାଜ୍ୟସଭାରେ ଭୋଟ…ସକାଶେ ମୋଦି ନବୀନଙ୍କ ଆଡ଼କୁ ମୋଡ଼ି ହୋଇଯାଉଛନ୍ତି| ଏହା ହୁଏତ କିଛି କାରଣ ମଧ୍ୟରୁ ଗୋଟିଏ ହୋଇପାରେ | କିନ୍ତୁ ଏହାକୁ ଏକମାତ୍ର ଓ ମୁଖ୍ୟ†କାରଣ କୁହାଯାଇପାରିବ ନାହିଁ | ବହୁ ରାଜନୈତିକ, ସାମାଜିକ ଓ ବ୍ୟକ୍ତିଗତ କାରଣ ଯୋଗୁଁ ନବୀନ-ମୋଦି ବା ନ-ମୋ ସମ୍ପର୍କ ନିବିଡ଼ ହୋଇଥିବାବେଳେ ପୁଣି ଏକ ନୂତନ ରାଜନୈତିକ ସମୀକରଣ ସୃଷ୍ଟି ହେବାକୁ ଯାଉଛି |  ପୁଣିଥରେ ବିଜେଡ଼ି ଓ ବିଜେପି ମେଣ୍ଟ[ ହେବାର ମୂଳଦୁଆ ପଡ଼ିସାରିଛି | ହାତୀର ଖାଇବା ଦାନ୍ତ ଓ ଦେଖାଇବା ଦାନ୍ତ ଭଳି ବିଜେଡ଼ି ଓ ବିଜେପି ନେତାମାନେ ଏହାକୁ ଅସ୍ବୀକାର କରିପାରନ୍ତ କିନ୍ତୁ ରାଜନୀତିର ପରିସଂଖ୍ୟାନନ ଓ ତାର୍କିକ ଅନୁଶୀଳନକୁ କେହି ଅଣଦେଖା କରିପାରିବେ ନାହିଁ| ଅବଶ୍ୟ†ଏହାର ପୂର୍ଣ୍ଣାଙ୍ଗ ରୂପରେଖ ପାଇଁ ଆହୁରି ଅନେକ ପାଦ ବାକି ରହିଛି | ପ୍ରସଙ୍ଗ ଭିତରକୁ ଯିବା ପୂର୍ବରୁ ଗୋଟିଏ କଥାର ଅବତାରଣା କରାଯାଇପାରେ | ମୋଦି ଓ ନବୀନଙ୍କ ସମ୍ପର୍କକୁ ନେଇ ସେମାନେ ପ୍ରଶ୍ନ କରୁଛନ୍ତି ଯେଉଁମାନେ ନବୀନଙ୍କୁ କଠୋର ବିରୋଧ କରନ୍ତି | ନଚେତ…ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଲେ ରାଜ୍ୟର ବିକାଶ ହେବାର ଯଥେଷ୍ଟ ସମ୍ଭାବନା ଥିବାବେଳେ ଏହି ସମ୍ପର୍କକୁ ନେଇ ପ୍ରଶ୍ନ ଉଠିବାର ଅନ୍ୟ କାରଣ କିଛି ନାହିଁ | ଦ୍ବିତୀୟ କଥାଟି ହେଉଛି ମୋଦି ନବୀନଙ୍କୁ, ନବୀନ ମୋଦିଙ୍କୁ କାହିଁକି ବିରୋଧ କରିବେ ? ପ୍ରତ୍ୟେକ ଶତ୍ରୁତା ମଧ୍ୟରେ କିଛି କାରଣ ହିଁ ଥାଏ | ହଁ ଗୋଟିଏ କାରଣ କୁହାଯାଇପାରେ, ଆଗାମୀ ଦିନରେ ରାଜ୍ୟ†ବିଜେପିର ଲକ୍ଷ୍ୟ ହେଉଛି ନବୀନଙ୍କୁ ହଟାଇ କ୍ଷମତାକୁ ଆସିବା | କିନ୍ତୁ ମୋଦି ନବୀନଙ୍କୁ ବିରୋଧ କରିବା ଆରମ୍ଭ କଲେ ରାଜ୍ୟରେ କ’ଣ ବିଜେପି ଆସିପାରିବ ? ଏ ପ୍ରଶ୍ନ ଅମିତ…ଶାହା ୨୦୧୫ ଜାନୁଆରୀରେ ପଚାରିଥିଲେ|  ଶାହା ଏଭଳି ଟିପ୍ପଣୀ ଦେବାର କାରଣ ହେଉଛି, ରାଜ୍ୟ ବିଜେପିର ଶକ୍ତି କ’ଣ ତାହା ବିଜେପିର ଅନ୍ତରୀଣ ସର୍ଭେରୁ ସେ ଜାଣିଛନ୍ତି| ଶାହାଙ୍କ ଅନ୍ତରୀଣ ସର୍ଭେ ଅନୁଯାୟୀ, ରାଜ୍ୟର ଅଧା ଗାଁରେ ବିଜେପିର କର୍ମୀ ନାହାନ୍ତି|  ଅଧା ବ୍ଲକରେ ଦଶ କୋଡ଼ିଏ ଜଣ ବ୍ଲକ…ପଦାଧିକାରୀଙ୍କୁ ଛାଡ଼ିଦେଲେ ସଂଗଠନ ଘର ଶୂନ | ଗତ ନିର୍ବାଚନରେ ଦଳ ପକ୍ଷରୁ ଯେଉଁମାନେ ବିଧାୟକ ପ୍ରାର୍ଥୀ ହୋଇଥିଲେ ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ବିଧାୟକଙ୍କର କାଣିଚାଏ ବି ସଂଗଠନ ନଥିଲା | ଖାଲି ପଡ଼ିଆ ଫାଙ୍କା ପଡ଼ିବ ନାହିଁ ବୋଲି ଠିଆ ହେବା କଥା | ରାଜ୍ୟ ବିଜେପି ଏହି ବାସ୍ତବ ସତ୍ୟକୁ ଅନୁଶୀଳନ କରିବାର ମଧ୍ୟ ଆବଶ୍ୟକତା ରହିଛି | ଚିଟ…ଫଣ୍ଡ ଓ ଖଣି ଦୁର୍ନୀତିରେ ସିବିଆଇ ତଦନ୍ତ ଯୋଗୁଁ ଭୀତତ୍ରସ୍ତ ହୋଇ ନବୀନ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟତର ହୋଇଛନ୍ତି ବୋଲି ଯେଉଁ ଚର୍ଚ୍ଚା ହେଉଛି ସେଥିରେ କିଛିଟା ସତ୍ୟତା ରହିଛି | ହୁଏତ ଦଳର ଭାବମୂର୍ତ୍ତି ରକ୍ଷା ପାଇଁ ଏହା ଏକ ରଣନୀତି ହୋଇଥାଇ ପାରେ| ତେବେ ଯଦି କାଲି ମୋଦି ଆକ୍ରମଣାତ୍ମକ ହୋଇ ସିବିଆଇ ତଦନ୍ତକୁ ଗତିଶୀଳ କରାନ୍ତି ସେଥିରେ ବ୍ୟକ୍ତିଗତ ଭାବେ ନବୀନଙ୍କର କିଛି କ୍ଷତି ହେବାର ନାହିଁ | କାହିଁକିନା ଚିଟ…ଫଣ୍ଡ ଠକେଇରେ ତାଙ୍କର ପ୍ରତ୍ୟକ୍ଷ ସମ୍ପର୍କ ନାହିଁ | ସେହିପରି ଖଣି ଦୁର୍ନୀତି ଅତି ଗହନ କଥା | ବିଜେପିର ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କର ଖଣି ଦୁର୍ନୀତିରେ ପ୍ରତ୍ୟକ୍ଷ ସମ୍ପର୍କ ଥିଲେ ବି ତାଙ୍କୁ ଦଳ କୋଳେଇ ନେଇଛି | ତଦନ୍ତରୁ ୟେଦୁରପ୍ପାଙ୍କର ମଧ୍ୟ କିଛି କ୍ଷତି ହୋଇନାହିଁ | ବରଂ ତାଙ୍କ ପ୍ରତି କେତେ ଜନସମର୍ଥନ ଥିଲା ତାହା କର୍ଣ୍ଣାଟକ ବିଧାନସଭା ନିର୍ବାଚନରୁ ସ୍ପଷ୍ଟ ପରିଲକ୍ଷିତ ହୋଇସାରିଛି | ୟେଦୁଙ୍କ ପାଇଁ ବିଜେପି ସେଠାରେ ପରାଭବ ଭୋଗିବା ସହ ଦାକ୍ଷିଣାତ୍ୟର ଗୋଟିଏ ରାଜ୍ୟ†ହରାଇଛି | ଝାଡ଼ଖଣ୍ଡରେ ମଧୁ କୋଡ଼ା ନିଜେ ଟଙ୍କା କାରବାର କରିଥିବା ପ୍ରମାଣିତ ହୋଇଥିବାରୁ ତାଙ୍କୁ ଜେଲ ଯିବାକୁ ପଡ଼ିଛି | କିନ୍ତୁ ଏଯାବତ…ଖଣି ଦୁର୍ନୀତି ନେଇ ଗଣମାଧ୍ୟମ ଯେଉଁ ରିପୋର୍ଟ ଲେଖିଛି କେହି ବି ନବୀନଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ଓ ଅର୍ଥ କାରବାର ନେଇ ଠୋସ…ଭାବେ ଲେଖିନାହାନ୍ତି | ଶାହା କମିଶନଙ୍କ ରିପୋର୍ଟ ହେଉ କି ସିଇସିଙ୍କ ଅନୁଧ୍ୟାନ ହେଉ, ଏସବୁଥିରେ ରାଜ୍ୟ†ସରକାରଙ୍କୁ ଦୋଷ ଦିଆଯାଇ ପାରିଥାଏ| ହେଲେ ସିଧାସଳଖ ନବୀନଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇନାହିଁ | ତେଣୁ ସେଭଳି ଦେଖିଲେ ଏହି ଦୁଇ ଘଟଣାରେ କିଛି ଦଳୀୟ ନେତା ଛନ୍ଦି ହୋଇପାରନ୍ତି ହେଲେ ଲୋକଙ୍କ ଆଗରେ ଏବେବି ନବୀନ ସ୍ବଚ୍ଛତା ବଜାୟ ରଖିଛନ୍ତି| ପଶ୍ଚିମବଙ୍ଗରେ ଚିଟ…ଫଣ୍ଡ ଠକେଇ ଯୋଗୁଁ ତୃଣମୂଳ କଂଗ୍ରେସ ହାଇକମାଣ୍ଡଙ୍କ ଠାରୁ ନେଇ ନେତା ପର୍ଯନ୍ତ  ହଲାପଟା ହୋଇଥିଲେ ମଧ୍ୟ ସେଠାକାର ପୌର ନିର୍ବାଚନରେ ତୃଣମୂଳ କଂଗ୍ରେସ ଏକପାଖିଆ ବାଜିମାତ… କରିଥିଲା | ଦୁର୍ନୀତିର ଗଦାଗଦା ପ୍ରମାଣ ଥାଇ ଯଦି ମୁଲାୟମ, ଜୟଲଳିତା, ମାୟାବତୀ, ଲାଲୁ କ୍ଷମତାରୁ ହଟୁନାହାନ୍ତି ତେବେ ନବୀନଙ୍କ ବିରୋଧରେ ସିବିଆଇ ତଦନ୍ତ ହେଲେ ଯେ, ବିଜେପି କ୍ଷମତାକୁ ଆସିଯିବ ଏହା ଭାବିବା ବୋକାମୀର ପରିଚୟ ହେବ | କାହିଁକି ମୋଦି ଓ ନବୀନଙ୍କ ମଧ୍ୟରେ ବନ୍ଧୁତା ଜମୁଛି ? ପ୍ରଥମ କଥା ହେଲା ମୋଦିଙ୍କର ପ୍ରଥମ ଲକ୍ଷ୍ୟ, କଂଗ୍ରେସ ମୁକ୍ତ ଭାରତ | ଓଡ଼ିଶାରେ ନବୀନଙ୍କ ପାଇଁ ହିଁ କଂଗ୍ରେସ ଦୀର୍ଘ ବର୍ଷର ଗଡ଼ ଦୁଇ ଦଶନ୍ଧି ପାଇଁ ହରାଇ ସାରିଛି | ପ୍ରଥମ ଥର ପାଇଁ ଲୋକସଭାକୁ କଂଗ୍ରେସର ଜଣେ ସାଂସଦ ନିର୍ବାଚିତ ହୋଇ ନଥିବାବେଳେ ରାଜ୍ୟସଭାରେ ମାତ୍ର ଜଣିଏ ସାଂସଦ ଅଛନ୍ତି|  ସେମିତି ଦେଖିଲେ 2018ରେ ସଂସଦରେ ଓଡ଼ିଶା କଂଗ୍ରେସର ଆଦୌ ପ୍ରତିନିଧିତ୍ବ ରହିବ ନାହିଁ | ତେଣୁ ମୋଦିଙ୍କର କଂଗ୍ରେସ ମୁକ୍ତ ଭାରତ ଅଭିଯାନର ନବୀନ ହିଁ ଜଣେ ବିନ୍ଧାଣୀ | ଏଠାରେ ଆଉ ଗୋଟିଏ କଥା ଉଲ୍ଳେଖ କରାଯାଇପାରେ, ମୋଦି ଦିଲ୍ଲୀରେ ଢ଼େର ସଂଖ୍ୟା ପାଇଥିବାବେଳେ ରାଜ୍ୟରେ ନବୀନଙ୍କ ସଂଖ୍ୟା ଆକାଶ ଛୁଆଁ| ତେଣୁ ବିରୋଧ କଲେ କେହି କାହାକୁ ହଟାଇବାର ଚାନ୍ସ ହିଁ ନାହିଁ | ଯଦି ନବୀନ ମୋଦିଙ୍କ ସାଙ୍ଗରେ ଯିବେ ନାହିଁ, ତେବେ କାହା ସାଙ୍ଗରେ ଯିବେ ? କଂଗ୍ରେସ ସହ ଯିବାର ତ ଚାନ୍ସ ନାହିଁ | ବିକଳ୍ପ ହେଉଛି ଜନତା ପରିବାର | ତେବେ ଜନତା ପରିବାରଭୁକ୍ତ ସବୁ ଦଳର ସ୍ଥିତି ଓଡ଼ିଶାରେ ସାଇନ…ବୋର୍ଡ଼ ଭଳି | ଖାଲି ସେତିକିନୁହେଁ ଲାଲୁଙ୍କଠୁ ନେଇ ମୁଲାୟମ ପର୍ଯନ୍ତ ସମସ୍ତେ ଜାତିବାଦ ରାଜନୀତିର ପ୍ରବକ୍ତା ହୋଇଥିବାବେଳେ ଦୁର୍ନୀତି ଖୁନ୍ଦି ହୋଇଯାଇଛି | ତେଣୁ ରାଜନୈତିକ ହେଉକି ଆଦର୍ଶବାଦ ଦୃଷ୍ଟିରୁ ଏଥିରୁ ନବୀନ କିଛି ଫାଇଦା ପାଇବାର ନାହିଁ | ସେହିପରି ମୋଦି ଜାଣିଛନ୍ତି ନବୀନ ଏବେ ଓଡ଼ିଶାର ଘରେ ଘରେ ଲୋକପ୍ରିୟ | ନିର୍ବାଚନ ପାଇଁ ସେ ପପୁଲିଷ୍ଟ କାର୍ଯକ୍ରମ ନିଆନ୍ତୁ  ନା କାହିଁକି ପପୁଲାରିଟି ବଢ଼ୁଛି | ଓଡ଼ିଶାର ପ୍ରତି ନିର୍ବାନରେ ନବୀନ ଏତେ ଆଗରେ ରହିଛନ୍ତି ଯେ,ଆଉ କିଏ ବିଜେଡ଼ିକୁ ଟକ୍କର ଦେବ ତାହା କେହି ଭାବୁ ପାରୁ ନାହାନ୍ତି| ସେହିପରି ବିଜେପି ଏଯାଏଁ ଶକ୍ତିଶାଳୀ ହୋଇନଥିବାରୁ ନବୀନ ବା ବିଜେପିର ବିକଳ୍ପ ହୋଇପାରିନାହିଁ | ଏଭଳି କ୍ଷେତ୍ରରେ ନବୀନଙ୍କ ସହ ଶତ୍ରୁତା ଆଚରଣ ଅପେକ୍ଷା ବନ୍ଧୁତା କରିବା ଶ୍ରେୟସ୍କର ବୋଲି ମୋଦି ମନେ କରିଛନ୍ତି| ସେହିପରି 1998ରୁ 2009 ଯାଏଁ ବିଜେଡ଼ି ଓ ବିଜେପି ମଧ୍ୟରେ ମେଣ୍ଟ ଥିବାରୁ ବିଜେପିର ବହୁ ବରିଷ୍ଠ ନେତାଙ୍କ ସହ ନବୀନଙ୍କର ଭଲ ସମ୍ପର୍କ ରହିଛି | ନବୀନ ଲାଲୁ, ନୀତିଶ, ମୁଲାୟମଙ୍କ ଭଳି ଜାତୀୟସ୍ତରୀୟ ନେତାଙ୍କ ବିରୋଧରେ କେବେ ଟିପ୍ପଣୀ ଦେଉନଥିବାରୁ ସ୍ବତଃସ୍ଫୂର୍ତ୍ତ ଭାବେ ଦିଲ୍ଲୀରେ ସମସ୍ତେ ତାଙ୍କୁ ଭଲ ପାଆନ୍ତି | ଏମିତିକି ଜନତା ପରିବାରରେ ଯୋଗ ଦେଇନଥିଲେ ମଧ୍ୟ ଜନତା ପରିବାରର ଜଣେ ବି ନେତା ତାଙ୍କ ବିରୋଧରେ କହିପାରୁନାହାନ୍ତି| ବିଜେଡ଼ି ଓ ବିଜେପି ମେଣ୍ଟ ଭାଙ୍ଗିବା ପଛରେ ରାଜ୍ୟ ବିଜେପି ନେତାମାନେ ନବୀନଙ୍କୁ ଦୋଷ ଦେଇପାରିଥାନ୍ତି କିନ୍ତୁ ବାସ୍ତବରେ ସେଥିପାଇଁ ନବୀନଙ୍କ ଅପେକ୍ଷା ସେମାନେ ହିଁ ଅଧିକ ଦାୟୀ | ନିଜର ଶକ୍ତି ଅନୁଶୀଳନ ନକରି ଅଧିକ ଲୋଭ କରିବାର ଫଳ ସେମାନେ ଏଯାଏଁ ପାଇ ଆସୁଛନ୍ତି| ବାସ୍ତବରେ ଓଡ଼ିଶାର ଅର୍ଦ୍ଧାଧିକ ଲୋକ ନବୀନ ଓ ମୋଦିଙ୍କର ସମ୍ପର୍କକୁ ନେଇ ବେଶ…ଖୁସି | କାହିଁକିନା ବହୁ ଭୋଟର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଓ ନବୀନଙ୍କୁ ମୁଖ†ମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି| ନବୀନଙ୍କୁ ରାଜନୈତିକସ୍ତରରୁ ବିରୋଧ କରୁଥିବା ନେତା ଓ ରାଜନୀତିକ ସମୀକ୍ଷକମାନେ ହିଁ କେବଳ ଏହି ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଉଛନ୍ତି|  ଧୀରେଧୀରେ ଦୁଇ ଦଳର ହାଇକମାଣ୍ଡ ପରସ୍ପରର ନିକଟତର ହେଉଥିବାବେଳେ ଆଗାମୀ ଦିନରେ ଏସମ୍ପର୍କ ଆହୁରି ମଜବୁତ… ହେବାରେ ଲାଗିଛି | ତେଣୁ ପୁଣି ଥରେ ବିଜେଡ଼ି ଓ ବିଜେପି ମଧ୍ୟରେ ଯଦି ମେଣ୍ଟ ହୁଏ ତେବେ ସେଥିରେ ଆଶ୍ଚର୍ଯ† ହେବାର କିଛି ନାହିଁ | ବରଂ ଏହାଦ୍ବାରା ବିଜେପି ହିଁ ଅଧିକ ଲାଭବାନ ହେବ | କାହିଁକିନା ଗତ ନିର୍ବାଚନରେ ବିଜେଡ଼ିର 40ରୁ ଉର୍ଦ୍ଧ୍ବ ବିଧାୟକ 40 ହଜାରରୁ ଅଧିକ ଭୋଟରେ ଜିଣିଥିବାବେଳେ ବିଜେପିର ଶକ୍ତିବୃଦ୍ଧି ସେମାନଙ୍କ ବିଜୟରେ ଅନ୍ତରାୟ ହେବନାହିଁ | ତା’ର ମୂଳ କାରଣ ହେଉଛି ବିଜେପି ଏବେ ବିଜେଡ଼ି ନୁହେଁ କଂଗ୍ରେସ ଭୋଟ…ହିଁ ଖାଇଯାଉଛି | ଆଉ ରାଜ୍ୟର ଯେଉଁ ବିଜେପି ନେତାମାନେ ସମ୍ଭାବ୍ୟ†ମେଣ୍ଟକୁ ବିରୋଧ କରୁଛନ୍ତି ସେମାନଙ୍କ ମଧ୍ୟରେ ଜଣେ ଦି ଜଣଙ୍କୁ ଛାଡ଼ିଦେଲେ ଆଉ କାହାର ଅମାନତ ନାହିଁ | ଏହି ରାଜନୀତିକ ବାସ୍ତବତା ସମ୍ପର୍କରେ କେଉଁଦିନ ଔପଚାରିକ ଭାବେ ଘୋଷଣା ହେଉଛି ତାହା ଉପରେ ରହିବ ସଭିଙ୍କ ନିଘା |

Share :