ପାରାଦୀପରେ ଡେଙ୍ଗୁ ସଚେତନତା

ପାରାଦୀପରେ ଡେଙ୍ଗୁ ସଚେତନତା

Share :

ରାଜ୍ୟରେ ଡେଙ୍ଗୁ ରେଗୀ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବନ୍ଦର ନଗରୀ ପାରଦୀପ ସନ୍ନିକଟ ପାରାଦୀପଗଡ ପଞ୍ଚାୟତରେ ଏକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଧାଂଶୁ ସାମଲ, କ୍ଷିରୋଦ ଆଚାର୍ଯ୍ୟ, ଜଳପରିମଳ ସମିତିର ସଭାପତି ଯୁବ ଆଇନଜୀବୀ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ସଞ୍ଜୟ କୁମାର ବେହେରା, ସ୍ବୟଂ ସହାୟକ ଗୋଷ୍ଠୀ ସମୂହର ସଭାନେତ୍ରୀ ସ୍ନେହଲତା ପ୍ରଧାନ ପ୍ରମୁଖ ଯୋଗଦେଇ ଡେଙ୍ଗୁର ଭୟାବହତା ଓ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ। ନଳିନୀ ମହାପାତ୍ର, ପ୍ରଭାତ ସାହୁ ୱାର୍ଡ ସଭ୍ୟ ରମେଶ ବେହେରା, ହିମାଂଶୁ ମଲ୍ଲିକ, ବୈଷ୍ଠବ ମହାରଥା ଅଞ୍ଜଳି ମଲ୍ଲିକଙ୍କ ସହ ସମସ୍ତ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ପ୍ରମୁଖ ଯୋଗ ଦେଇଥିଲେ।

Share :