ଇମାମୀ ଅଧ୍ୟକ୍ଷଙ୍କ କିସ୍‌ ପରିଦର୍ଶନ

ଇମାମୀ ଅଧ୍ୟକ୍ଷଙ୍କ କିସ୍‌ ପରିଦର୍ଶନ

Share :

  ଇମାମୀ ଗ୍ରୁପ‍୍‌ର ଯୁଗ୍ମ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଆର. ଏସ‍୍‌. ଗୋଏଙ୍କା ଓ ଆର‍୍‌. ଏସ‍୍‌. ଅଗ୍ରୱାଲ‌ ଜୁଲାଇ ୧୧ ତାରିଖ ସୋମବାର କିଟ‍୍‌ ଓ କିସ‍୍‌ ପରଦର୍ଶନ କରିଛନ୍ତି। ଉଭୟ କିଟ‍୍‌ ଓ କିସ‍୍‌ର ବିଭିନ୍ନ କ୍ୟାମ୍ପସ ସହ ବିଭିନ୍ନ କାର୍ଯ୍ୟକ୍ରମ ବୁଲି ଦେଖିଥିଲେ। କିସ‍୍‌ ପରିଦର୍ଶନ ଅବସରରେ ଅଗ୍ରୱାଲ‍୍‌ କହିଥିଲେ କିସ‍୍‌ ହେଉଛି ସମଗ୍ର ବିଶ୍ୱରେ ଏକ ଆଶ୍ଚର୍ଯ୍ୟ ଏବଂ ଅଦ୍ୱିତୀୟ ଶିକ୍ଷା ଅନୁଷ୍ଠାନ। ଆମେ ଶହେ ଶିଳ୍ପ ପ୍ରତିଷ୍ଠା କରିପାରୁ କିନ୍ତୁ ଅଚ୍ୟୁତ ସାମନ୍ତ ଯେଉଁ କାର୍ଯ୍ୟ କରିଛନ୍ତି ସେଭଳି କାର୍ଯ୍ୟ ଆମେ କରିପାରିବୁ ନାହିଁ। ସାମନ୍ତଙ୍କ ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଯୋଗୁଁ ଏଭଳି ଦୁଇଟି ଅନନ୍ୟ ଅନୁଷ୍ଠାନ ପ୍ରତିଷ୍ଠା ସମ୍ଭବ ହୋଇଛି ବୋଲି ଅଗ୍ରୱାଲ‌ ପ୍ରକାଶ କରିଥିଲେ।   ସେହିପରି ଗୋଏଙ୍କା ମଧ୍ୟ ନିଜ ପ୍ରତିକ୍ରିୟାରେ କହିଥିଲେ ୨୫ ହଜାରରୁ ଊର୍ଦ୍ଧ୍ୱ ଜନଜାତି ଛାତ୍ରଛାତ୍ରୀଙ୍କୁ ଗୋଟିଏ ସ୍ଥାନରେ ରଖି ନିଃଶୁଳ୍କ ଶିକ୍ଷାଦାନ ସହ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଯୋଗାଇ ଦେବା ସହଜ କଥା ନୁହେଁ। ଏଭଳି ଅନୁଷ୍ଠାନକୁ ଯିଏ ଗଢ଼ିଛନ୍ତି ସେ ସମସ୍ତଙ୍କ ନମସ୍ୟ। ଇମାମୀ ଗ୍ରୁପ‍୍‌ କିସ‍୍‌ ଛାତ୍ରଛାତ୍ରୀମାନଙ୍କୁ ଇମାମୀ ଦ୍ୱାରା ପ୍ରସ୍ତୁତ କ୍ରିମ‍୍‌ ଓ ପାଉଡ଼ର‍୍‌ ତଥା ପିଲାଙ୍କ ବ୍ୟବହାରରେ ଆସୁଥିବା ଅନ୍ୟାନ୍ୟ ଉତ୍ପାଦ ସମୟକୁ ସମୟ ଯୋଗାଇ ଦେବା ପାଇଁ ଗୋଏଙ୍କା ଘୋଷଣା କରିଥିଲେ। ସାମନ୍ତଙ୍କ କାର୍ଯ୍ୟ ଆମକୁ ସମାଜର ତଳସ୍ତର ଲୋକଙ୍କ ପାଇଁ କିଛି କରିବା ପାଇଁ ପ୍ରେରଣା ଯୋଗାଇଛି ବୋଲି ମଧ୍ୟ ସେ କହିଥିଲେ।   ନିଜ ପ୍ରତିକ୍ରିୟାରେ ପ୍ରତିଷ୍ଠାତା ସାମନ୍ତ କହିଲେ, ଗୋଏଙ୍କା ଓ ଅଗ୍ରୱାଲ‍୍‌ଙ୍କ ଭଳି ବ୍ୟକ୍ତିତ୍ୱ କିସ‍୍‌ ବୁଲି ଆସିବା ଏବଂ ଏହାର ଛାତ୍ରଛାତ୍ରୀଙ୍କ ସହ ଭାବର ଆଦାନ ପ୍ରଦାନ କରିବା ଦ୍ୱାରା ପିଲାମାନେ ଅନେକ ଉତ୍ସାହିତ ହୋଇଛନ୍ତି। ପିଲାମାନଙ୍କ ସହ ଦୀର୍ଘ ସମୟ ଅତିବାହିତ କରି ସେମାନଙ୍କୁ ଉଦ‍୍‌ବୋଧନ ଦେଇଥିବାରୁ ସେ ଉଭୟଙ୍କୁ ନିଜର କୃତଜ୍ଞତା ଜଣାଇଥିଲେ।

Share :