ସୂର୍ଯ୍ୟ ମନ୍ଦିରରେ ଇ-ଟିକେଟ

ସୂର୍ଯ୍ୟ ମନ୍ଦିରରେ ଇ-ଟିକେଟ

Share :

  ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଓ କୋଣାର୍କ ସଂଗହାଳୟରକୁ ବୁଲି ଦେଖିବା ପାଇଁ ୨୦୧୬ ଜୁଲାଇ ୧୦ ତାରିଖରୁ ଆରମ୍ଭ ହୋଇଛି ଇ ଟିକେଟହ ବ୍ୟବସ୍ଥା। ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଟିକଟ ଖଣ୍ଡେ ପାଇଁ ଟିକଟ କାଉଁଣ୍ଟର ସମ୍ମୁଖରେ ଆଉ ଧାଡିରେ ଛିଡାହୋଇ ଅପେକ୍ଷା କରିବାକୁ ପଡିବ ନାହିଁ। ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ପର୍ଯ୍ୟଟକମାନେ ଅତି ସହଜରେ ଇ ଟିକେଟ ପାଇବା ପାଇଁ କାଉଣ୍ଟର ମାନ ଖୋଲାଯାଇଛି। ଏତଦବ୍ୟତିତ ପର୍ଯ୍ୟଟକମାନେ ଇ-ଟିକଟ ପାଇଁ ନିଜ ମୋବାଇଲ, ଲାପଟପ ଓ କମ୍ପୁରେ ମଧ୍ୟ ବ୍ୟବହାର କରି ପାଇପାରିବେ।   ସୂର୍ଯ୍ୟମନ୍ଦିର ଓ କୋଣାର୍କ ସଂଗ୍ରହାଳୟରେ ଏହି ବ୍ୟବସ୍ତା ଉପଲବଧ ହୋଇଥିବାରୁ ପର୍ଯ୍ୟଟକମାନେ ଆସ୍ୱସ୍ଥି ଅନୁଭବ କରିଛନ୍ତି। ସୂର୍ଯ୍ୟମନ୍ଦିର ମଧ୍ୟକୁ ପ୍ରବେଶ ନିମନ୍ତେ ଘରୋଇ ପର୍ଯ୍ୟଟକଙ୍କଠାର ୩୦ ଓ ବିଦେଶୀ ପର୍ଯ୍ୟଟକଙ୍କଠାରୁ ୫୦୦ ଟଙ୍କା ଏବଂ ସଂଗ୍ରହାଳୟ ପ୍ରବେଶ ଶୁଳ୍କ ବାବଦରେ ୧୦ଟଙ୍କା ରଖାଯାଇଛି। ପର୍ଯ୍ୟଟକଙ୍କୁ ଇ-ଟିକଟର ସୁବିଧା ଯୋଗାଇ ଦେବା ନିମନ୍ତେ ଭାରତୀୟ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ ଏକ ଘରୋଇ ସଂସ୍ଥାକୁ ଟେଣ୍ଡର ଦିଆଯାଇଛି। ସଂପୃକ୍ତ ସଂସ୍ଥା ପକ୍ଷରୁ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ୮ ଜଣ ଏବଂ ସଂଗ୍ରହାଳୟରେ ୪ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।   କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ ଧଉଳି, ଖଣ୍ଡଗିରି, ରତ୍ନଗିରି, ଲଳିତଗିରି, ଉଦୟଗିରିରେ ମଧ୍ୟ ଏଏସଆଇ ପକ୍ଷରୁ ଇ-ଟକଟ ଲାଗୁ କରାଯାଇ ଥିବା ସଂପର୍କରେ ସୂର୍ଯ୍ୟମନ୍ଦିର  ସଂରକ୍ଷଣ ସହାୟକ ନିର୍ମଲ ମହାପାତ୍ର ସୂଚନା ଦେଇଛନ୍ତି। ଏହି ଇ ଟିକେଟ ବ୍ୟବସ୍ଥା ଲାଗୁ ହେବା ପରେ ପର୍ଯ୍ୟଟକଙ୍କର ଅନେକ ସମୟ ବଂଚିବା ସହିତ ସହଜରେ ଟିକଟ ପାଇହେବ ବୋଲି ମନ୍ଦିର ସହ ଜଡିତ ଗାଇଡ‌୍‍ ଓ ଫଟୋ ଗ୍ରାଫରମାନେ ମତ ପ୍ରକାଶ କରିଛନ୍ତି।

Share :