ଠକ ବିଜେଡ଼ି ସଭାପତି ଫେରାର

ଠକ ବିଜେଡ଼ି ସଭାପତି ଫେରାର

Share :

  ଯାଜପୁର ଜିଲା ବଡ଼ଚଣା ବିଜେଡ଼ି ସଭାପତି ଅରବିନ୍ଦ ସାମଲଙ୍କ ନାମରେ ଠକେଇ ଓ ଜାଲିଆତି ମାମଲା ରୁଜୁ ହୋଇଛି। ଆଞ୍ଚଳିକ ପରିବହନ ଅଧିକାରୀ ପ୍ରହଲାଦ ବେହେରାଙ୍କ ରିପୋର୍ଟ ଉପରେ ପୁଲିସ ଥାନା କେସ ନଂ ୧୧୫/୧୬ରେ ମାମଲା ରୁଜୁ କରିଛି। ସଭାପତି ସାମଲ ତା ୩୧.୭. ୨୦୧୨ରେ ସ୍କୋର୍ପିଓ ନଂ ଓଆର୦୪କ୍ୟୁ -୦୩୩୩ କିଣି ରିହାତି ହାତେଇବା ପରେ ପୁଣି ଗାଡ଼ିକୁ ଘରୋଇ କରିଥିଲେ। ସେ ଗାଡ଼ିକୁ ୯ ଲକ୍ଷ ୫୮ ହଜାର ୯୪୨ ଟଙ୍କାରେ କିଣିଥିବା ବେଳେ ପଂଜୀକରଣ ବେଳେ ୬ ଲକ୍ଷ ୧୭ ହଜାର ୯୪୨ ଟଙ୍କା ଦର୍ଶାଇ ଟିକସ ପଇଠ କରିଥିଲେ। ଏହା ଏକ ପ୍ରକାର ଟିକସ ଫାଙ୍କି। ସେଥିପାଇଁ ତାଙ୍କୁ ରିଟେଲ ଇନଭଏସସରେ ଜାଲିଆତି କରିବାକୁ ପଡ଼ିଥିଲା।   ଏହାକୁ ନେଇ ଆରଟିଓ ଚଳିତ ମାସ ୫ ତାରିଖରେ ବଡ଼ଚଣା ଥାନାରେ ଅଭିଯୋଗ କରିଥିଲେ। ପୁଲିସ‌୍‍ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ବେଳେ ୯ ତାରିଖ ଏସପି ଅନୁପ କୁମାର ସାହୁ ବଡ଼ଚଣା ଥାନାରେ ପହଞ୍ଚି ଆରଟିଓଙ୍କ ଅଭିଯୋଗ ଉପରେ ମାମଲା ରୁଜୁ କରିବାକୁ ଆଇଆଇସି ଉମାକାନ୍ତ ନାୟକଙ୍କୁ  ନିର୍ଦ୍ଦେଶ ଦେଇଥିଲେ।  ଏସପିଙ୍କ ନିର୍ଦ୍ଦେଶ ପରେ ବଡ଼ଚଣା ପୁଲିସ ଶେଷରେ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଛି।   ମାମଲା ରୁଜୁ ହେବା ପୂର୍ବରୁ ବ୍ଲକ ବିଜେଡି ସଭାପତି ଫେରାର‌୍‍ ହୋଇଯାଇଛନ୍ତି। ପୁଲିସ ତାଙ୍କୁ ଗିରଫ କରିବ ନା ଭୁତଗାଡ଼ି ମାମଲାରେ ଅଭିଯୁକ୍ତ ଥିବା ବିଜେଡ଼ି ନେତାଙ୍କ ଖାସ‌୍‍ ସମର୍ଥଙ୍କ ପରି ଫେରାର ହେବାର ସୁଯୋଗ ଦେବ ତାହା ହିଁ ପ୍ରଶ୍ନ ହୋଇଛି।

Share :