କ୍ରୌଂଚ ମିଥୁନ

କ୍ରୌଂଚ ମିଥୁନ

Share :

କବି ଗିରିଜା କୁମାର ବଳୀୟାରସିଂହଙ୍କ ଆଦ୍ୟ ଯୌବନର ଈଷତ୍ ଇସ୍ତାହାର ଆଉ ଥରେ ଫେରେ ଯଦି ଅତୀତର ଗୋଧୂଳି ତମ ଓଠ ବଗୀଚାରେ ଫୁଟେ ଯଦି ବଧୁଲି ସମୟକୁ ଡାକୁଡାକୁ ଆମେ ତେବେ ଉଡ଼ିଯିବା ତମର ମୁଁ ବଗ ଆଉ ତମେ ମୋର ବଗୁଲି|| ଆମ ଭୁଲ ବୟସର ବାକିଖାତା ଭିତରେ ଜମିଥିବା ଧୂଳିସବୁ ଝାଡ଼ିବାକୁ ସତରେ ବେଳ କାଇଁ ଆମ ପାଇଁ? ସ୍ମୃତିର ଶିଉଳି ସବୁ ଥାଉ ପଛେ ଲାଗିଥାଉ ଅତୀତର ତୁଠରେ|| ଆମେ ଦୁହେଁ ଭାଙ୍ଗିବା ଏ ବୟସର ବତାସ ରଖିବାନି ଛାଇରେ ବି ଆମରି ଏ ଆଭାସ! ମନ ଯେବେ ହୁଏ କେବେ ଉଡ଼ିବାକୁ କିଛି ଦିନ ଆମେ ତେବେ ବାଛିନେବା ଆଉ ଏକ ଆକାଶ|| ଆଉ ଏକ ଆକାଶର ଆମେ ହେବା ଚାରଣ ଆମେ ଦୁହେଁ ପାରିହବା ଜନ୍ମ ଆଉ ମରଣ ଆମ ଭଲ ପାଇବାର ଦୁଇଟୋପା ଲୁହ ହବ ଆଉ ଏକ ଆକାଶର ଆଷାଢ଼ ଓ ଶ୍ରାବଣ|| ହେଲେ ଆମେ ପାରିହେଇ ଏ ପାରିର କୁହୁଡ଼ି ସମୟର ସେପାରିକି ଯିବା ଦିନେ ବାହୁଡ଼ି! ଆମେ ବଗବଗୁଲି ଗୋ ଆଉ କେବେ ଫେରିବାନି ଆଉ ଥରେ ଡାକିଲେ ବି ଅତୀତର ଗୋଧୂଳି||

Share :