ଅମରେନ୍ଦ୍ର ଖଟୁଆ ଫେରେଇଦେଇ ପାରିବ ସବୁ ଦୃଶ୍ୟଙ୍କୁ ଏତେ ଦୂରରୁ ଦେଖି ନିଜ ଭିତରର ଘନ ଅନ୍ଧାରକୁ ପୋଛି ପକାଇବାର ସମ୍ଭବ ଦିନଙ୍କୁ? ପ୍ରତି ଦୃଶ୍ୟରେ ଏମିତି ନିଜର ପ୍ରଗଳ୍ଭ ଶବ୍ଦଙ୍କୁ ହରାଉଥାଏ ଚୁପ୍ଚାପ ସମୟ ବିତାଇବାର କାରୁଣ୍ୟ, ପ୍ରେମ ପ୍ରେମ ଭଳି ନଥାଏ, ଦେହକୁ ଭାଙ୍ଗି ଅଭାବର ଖୋଜାଲୋଡ଼ାରେ ଭୋକ ବନି ଯାଇଥାଏ ପ୍ରେମ, ଦୁଃଖ ଦୁଃଖ ପରି ନଥାଏ, ଆବେଗର ଏତେ ସମୟକୁ ସଂପର୍କର ଓ ଅନୁଭବର ଠିକଣା ଖୋଜିବାରେ ହଜେଇ ସାରିଥାଏ ବର୍ତ୍ତମାନ, କିଛି ଅନ୍ବେଷଣ। କିଛି ଫେରେଇ ହବନି ଏ ଜୀବନରେ। କପାଳ ଉପରେ ଲେଖାଯାଇଥିବା ଅଭାବ ସେପାଖର ସୁଖକୁ। ଛାତିରେ ସବୁ ସୁଗନ୍ଧକୁ ଛୁପେଇ ନିଜ ପାଇଁ ଛଳନାମୟ ଚିତ୍ର ଆଙ୍କିବାର ଅଭିନୟକୁ। ଏମିତିକି ପାରିବାରିକ ଚିତ୍ରର ସାଧାରଣତା ସେ ପାଖର ଅବିଶ୍ବାସକୁ। କିଛି ଫେରେଇ ଦବାର କ୍ଷମତା ଛାଡ଼ି ନଥାଏ ଜୀବନ ବିତାଇବାର ଏ ଇତିହାସ ଏଇ ଜୀବନର ପ୍ରତି ସ୍ଥାନାନ୍ତର। ତା’ପରେ ପୁଣି ପଚାର ସମସ୍ତଙ୍କୁ ନିଜଠାରୁ ନିଜର ଦୂରତମ ସ୍ବପ୍ନଙ୍କ ରଙ୍ଗ ଓ ଆକାର ଉପରେ ବିଶ୍ବସ୍ତ ପ୍ରଶ୍ନାବଳୀଙ୍କୁ ନେଇ। ସମସ୍ତେ ବାଟିକାଟି ନିଜ ରାସ୍ତାରେ ଚାଲିଯିବେ, ତମ ଏକାକୀପଣ ଚାରି ପାଖରେ। ସଚିବ, ବିଦେଶ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାର