କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅବକାରୀ ସବ୍ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ପରିଡା ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଗିରଫ ହୋଇଛନ୍ତି। ମିଛ କେଶରେ ଫସାଇ ଦେବାର ଧମଲ ଦେଇ ଅଇଁଳା ତରା ଗାଁର ଆକାଶ ଶର୍ମା ନାମକ ଜଣେ ମହୁଲ ବ୍ୟବସାୟୀଙ୍କ ଠାରୁ ସେ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ବ୍ୟବସାୟୀ ଜଣକ ଜୁଲାଇ ପହିଲାରେ ୧୦ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ଭବାନୀପାଟଣା ଭିଜିଲାନ୍ସ ଡିଏସପି ଅନନ୍ତ କୁମାର ମାଝିଙ୍କ ନେତୃତ୍ୱରେ ପୁର୍ବରୁ ଜଗି ରହିଥିବା ଟିମ ଅବକାରୀ ସବ୍ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ପରିଡାଙ୍କୁ ଗିରଫ ଓ ଲାଞ୍ଚ ଟଙ୍କା ଜବତ କରିଥିଲେ। ଏନେଇ ଭିଜିଲାନ୍ସ କେସ ନଂ-୩୬/୨୦୧୬ ସେଭେନ ପିସି ଆକ୍ଟରେ ଅଭିଯୁକ୍ତ ସବ୍ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ପରିଡାଙ୍କୁ କୋର୍ଟ ଚଲାଣ କରାଯାଇଛି।