କୋଣାର୍କ ବେଳା ପ୍ରତି ବିପଦ

କୋଣାର୍କ ବେଳା ପ୍ରତି ବିପଦ

Share :

  ବିଭିନ୍ନ ସମୟରେ ସମୁଦ୍ର ଗର୍ଭରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେବା ଯୋଗୁଁ ସମୁଦ୍ର ଅଶାନ୍ତ ହୋଇପଡୁଛି। ଫଳରେ ସମୁଦ୍ର ଗର୍ଭରେ ଉଚ୍ଚ ଜୁଆର ସୃଷ୍ଟି ହୋଇ କୂଳକୁ ମାଡ଼ିଆସୁଛି। ଏହି ଉଚ୍ଚ ଜୁଆର ଯୋଗୁଁ ଏବେ କୋଣାର୍କ-ପୁରୀ ବେଳାମାର୍ଗର ଚନ୍ଦ୍ରଭାଗାଠରୁ  ସାହୂଖଣତା ପର୍ଯ୍ୟନ୍ତ ସମୁଦ୍ର ଜୁଆରରେ ବାଲିବନ୍ତ ଧୋଇହୋଇ ଯାଉଥିବା ବେଳେ ବେଳାମାର୍ଗଟି ସମୁଦ୍ର ଜୁଆରରେ ଧୋଇ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି।   କୋଣାର୍କ ପୁରୀ ବେଳାଭୂମି ରାସ୍ତାରେ ଗତ କିଛି ବର୍ଷ ହେବ ସମୁଦ୍ର ଜୁଆର ପ୍ରକୋପରେ ବିଭିନ୍ନ ସ୍ଥାନରେ ରାସ୍ତା ଖାଇଯାଇଥିବା ଦେଖିବାକୁ ମିଳୁଛି। କେତେକ ସ୍ଥାନରେ ରାସ୍ତା ଉପରକୁ ବାଲି ମାଡ଼ିଯାଇଛି। କେତେକ ସ୍ଥାନରେ ପଥର ପ୍ୟାକିଂ କରାଯାଇ ରାସ୍ତାକୁ ସୁରକ୍ଷା ଦିଆଯାଇଛି। ଏବେ ଚନ୍ଦ୍ର ଭାଗା ନିକଟରୁ ସାହୁଖଣତା ପର୍ଯ୍ୟନ୍ତ ପ୍ରାୟ ୩ କିମି ଦୂରତା ମଧ୍ୟରେ ଥିବା ବାଲିବନ୍ତ ସମୁଦ୍ର ଜୁଆରରେ ଧୋଇହୋଇ ଯାଉଥିବା ଦେଖିବାକୁ ମିଳିଛି।   ମହାବାତ୍ୟା ଓ ଫାଇଲିନ ପୂର୍ବରୁ ସମୁଦ୍ର କୁଳରେ ଥିବା ଝାଉଁ ଜଙ୍ଗଲ କେତେକାଶଂରେ ସମୁଦ୍ର ଜୁଆରକୁ ପ୍ରତିରୋଧ କରୁଥିଲା। କିନ୍ତୁ ଏହି ଦୁଇ ସାମୁଦ୍ରିକ ଝଡ ପରେ  ସମୁଦ୍ର କୁଳରେ ଥିବା ଝାଉଁ ଜଙ୍ଗଲ ନଷ୍ଟ ହୋଇ ଯାଇଥିବା ହେତୁ ଜୁଆର ଦ୍ୱରା ବେଳାମାର୍ଗ ଉପରେ ବାଲି ମାଡ଼ିଯିବା ସହ ବେଳାମାର୍ଗ ପ୍ରତି ବିପଦ ସୃଷ୍ଟି ହୋଇଛି। କୋଣାର୍କ-ପୁରୀ ଦୀର୍ଘ ୩୫ କିମି ବେଳାମାର୍ଗଟି ଜାତୀୟ ରାଜପଥ ୩୧୬କୁ ହସ୍ତାନ୍ତର କରାଯାଇଥିଲେ ମଧ୍ୟ ଓଡ଼ିଶାର ଦୁଇଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରକୁ ସଂଯୋଗ କରୁଥିବା ଏହି ବେଳା ମାର୍ଗ ଏବେ ସମୁଦ୍ର ଜୁଆରର ପ୍ରଭାବରେ ପ୍ରଭାବିତ। ପ୍ରକୃତିର ଆକ୍ରମଣ ଆଗରେ ଏହି ବେଳାମାର୍ଗ ଦିନେ ନିଶ୍ଚିନ ହୋଇ ଯିବାର ସମ୍ଭାବନା ଦେଖାଦେଇଛି।

Share :