କଂଗ୍ରେସ କରିବ କେବିକେ ବନ୍ଦ

କଂଗ୍ରେସ କରିବ କେବିକେ ବନ୍ଦ

Share :

  ନବରଙ୍ଗପୁରର ପୁର୍ବତନ ସାଂସଦ ତଥା କଂଗ୍ରେସ ନେତା ପ୍ରଦୀପ ମାଝିଙ୍କୁ ବେଆଇନ ଭାବେ ଗିରଫ ଘଟଣାକୁ କଳାହାଣ୍ଡି ଜିଲ୍ଲା କଂଗ୍ରେସ ତୀବ୍ର ନିନ୍ଦା କରିଛି। ଯଥାଶୀଘ୍ର ପ୍ରଦୀପ ମାଝିଙ୍କୁ ନିସର୍ତ୍ତ ଖଲାସ କରା ନଗଲେ ଆସନ୍ତା ଜୁଲାଇ ୨ ତାରିଖ ଦିନ କେବିକେର ୮ ଟି ଜିଲ୍ଲା ବନ୍ଦ ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଡାକରା ଦେଇଛି। ଏନେଇ ସ୍ଥାନୀୟ ଟାଉନ ହଲଠାରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ଅଦିବାସୀ ସେଲ‌୍‍ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲା ସଭାପତି ଗୋବର୍ଦ୍ଧନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।   ଏଥିରେ ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟକଳାପକୁ ନିନ୍ଦା କରାଯିବା ସହ ଆଗାମୀ ୨ ତାରିଖ କେବିକେ ଜିଲ୍ଲା ବନ୍ଦ ପାଇଁ ଆହ୍ୱାନ ଦେଇଥିଲେ। ଏଥିରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଭକ୍ତଚରଣ ଦାସ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ବରିଷ୍ଠ କଂଗ୍ରେସ ନେତା ଚିତ୍ତରଞନ ମଣ୍ଡଳ, ଦେବୀଦେବ ଶର୍ମା, ଦେବୀପ୍ରସାଦ ସିନ୍ଦୁର, ସାମନ୍ତ ଖମାରି, ତରୁଣ ମାଝି, ପ୍ରଶାନ୍ତ ନାଏକ, ଦ୍ରୌପଦୀ ମାଝି, ପ୍ରଦୀପ ମାଝି ଓ ଜିଲ୍ଲା କଂଗ୍ରେସ ଆଦିବାସୀ ସେଲ ସଭାପତି ପ୍ରକାଶ ମାଝି ପ୍ରମୁଖ ଉପସ୍ଥିତ ଥିଲେ।

Share :