କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣର ପ୍ରତିବାଦ

କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣର ପ୍ରତିବାଦ

Share :

ବରଗଡ ଜିଲ୍ଲାରେ ଭାରତୀୟ ଜନତା ପାର୍ଟି(ବିଜେପି) ପକ୍ଷରୁ ଶୁକ୍ରବାର ଆୟୋଜିତ ହୋଇଥିବା ବିକାଶ ସମାବେଶରେ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳର କର୍ମୀମାନେ ଅଟକାଇ ଢେଲା ପଥର ମାଡ଼ କରିବା ସହ କଳାପତାକା ପ୍ରଦର୍ଶନ କରିଥିଲେ। ଢେଳା ପଥର ମାଡରେ କେନ୍ଦ୍ର ବୟନ ଶିଳ୍ପମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ କାର୍ କାଚ ଭାଙ୍ଗି ଯାଇଥିଲା। ବିଜେଡି କର୍ମୀଙ୍କ ଏହି ଆକ୍ରମଣରୁ କେନ୍ଦ୍ର ମନ୍ତ୍ରୀ ଶ୍ର ଗଙ୍ଗୱାତ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହି ବିକାଶ ସମାବେଶରେ ଯୋଗ ଦେବା ପାଇଁ ଆସିଥିବା ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଓ ଅନ୍ୟ ନେତୃମଣ୍ଡଳିଙ୍କୁ ମଧ୍ୟ ବିଜେଡି କର୍ମୀମାନଙ୍କ ଉନ୍ମତ୍ତ ଆକ୍ରମଣର ସମ୍ମୁଖୀନ ହେବାକୁ ପଡିଥିଲା।   କେନ୍ଦ୍ରରୁ ଆସିଥିବା ଏହି ରାଜ୍ୟ ଅତିଥିମାନଙ୍କୁ ରାଜ୍ୟ ସରକାର ଓ ପୁଲିସ ପ୍ରଶାସନ ସୂରକ୍ଷା ଦେବାରେ ବିଫଳ ହୋଇଥିବାରୁ ସବୁ ମହଲରୁ ତୀବ୍ର ନିନ୍ଦା କରାଯାଇଛି। ବିଜେଡି କର୍ମୀମାନଙ୍କର ଏଭଳି ଅଭଦ୍ରୋଚିତ ବ୍ୟବହାରକୁ ବିଜେପିର ବରିଷ୍ଠ ନେତୃମଣ୍ଡଳି ନାପସନ୍ଦ କରିବା ସହ ପ୍ରତିକ୍ରିୟା ପ୍ରକଟ କରିଛନ୍ତି। ଏହାର ପ୍ରତିବାଦରେ କୋଣାର୍କ ବିଜେପି ମଣ୍ଡଳ ପକ୍ଷରୁ ସଭାପତି ସୁରେନ ପାଲ ଓ ଜିଲ୍ଲା ଦଳିତ ମୋର୍ଚ୍ଚାର ସଭାପତି ସର୍ବେଶ୍ୱର ମଲ୍ଳିକଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଶନିବାର ଅପରାହ୍ନ ୬ଟାରେ କୋଣାର୍କ ମେଡିକାଲ ଛକଠାରେ ଏକତ୍ରିତ ହୋଇ ରାଜ୍ୟ ସରକାରଙ୍କ କୁଶପିତ୍ତୁଳିକା ଦାହ କରିବା ସହ ପ୍ଲାକାଡ ଧରି ବିଭିନ୍ନ ନାରାବାଜି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସୌଦାମିନୀ ମହାପାତ୍ର, ନିବେଦିତା ପଣ୍ଡା, ଜସ୍ମିତା ନାୟକ, ଆଶାଲତା ରାଉତରାୟ, ଚନ୍ଦ୍ରଶେଖର ନାୟକ, ମଧୁସୂଦନ ପାତ୍ର, ନିରଞ୍ଜନ ରାଉତ, ତ୍ରିଲୋଚନ ନାୟକ, ନୃସିଂହ ନାୟକ, ତ୍ରିଲୋଚନ ନାୟକ, ବସନ୍ତ ପରିଡା, ସୁବାସ ନାୟକ ପ୍ରମୁଖ ସାମିଲ ହୋଇଥିଲେ।

Share :