ଧର୍ମେନ୍ଦ୍ରଙ୍କ ଯୋଗ ଚର୍ଚ୍ଚା

ଧର୍ମେନ୍ଦ୍ରଙ୍କ ଯୋଗ ଚର୍ଚ୍ଚା

Share :

  ଦ୍ୱିତୀୟ ଆନ୍ତଜାର୍ତିକ ଯୋଗ ଦିବସ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରଠାରେ ନେହେରୁ ଯୁବ କେନ୍ଦ୍ର ସଂଗଠନ ଏବଂ ଜାତୀୟ ସମର ଶିକ୍ଷାଥୀର୍ ବାହିନୀ (ଏନସିସି) ପକ୍ଷରୁ ମିଳିତ ଭାବେ ଜନତା ମଇଦାନରେ ରାଜ୍ୟସ୍ତରୀୟ ଆନ୍ତଜାର୍ତିକ ଯୋଗ ଦିବସ ଆୟୋଜିତ ହୋଇଥିଲା। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମାରୋହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସମବେତ ଜନତାଙ୍କୁ ସମ୍ୱୋଧିତ କରିଥିଲେ।   କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଏବେ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଜୁନ ୨୧ ତାରିଖରେ ଏହି ଦିବସ ପାଳନ କରାଯାଉଛି। ୧୯୦ରୁ ଅଧିକ ସଦସ୍ୟ ରାଷ୍ଟ୍ର ଆନ୍ତଜାର୍ତିକ ଯୋଗ ଦିବସକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରୁଛନ୍ତି। ଭାରତରେ ପ୍ରାଚୀନ କାଳରୁ ପ୍ରଚଳିତ ଏହି ଯୋଗ ବିଜ୍ଞାନ ଏବଂ ପ୍ରାଣାୟାମ ବୈଜ୍ଞାନିକ ଭିତି ଉପରେ ଆଧାରିତ। ଏପରିକି ଅନେକ ରାଷ୍ଟ୍ରରେ କ୍ରୀଡାବିତ‌୍‍ମାନଙ୍କୁ ଉନ୍ନତ ପ୍ରଦର୍ଶନ ପାଇଁ ଯୋଗାଭ୍ୟାସ ପ୍ରଶିକ୍ଷଣ ଦିଆଯାଉଛି।   କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଆମେରିକା ଭଳି ଉନ୍ନତ ରାଷ୍ଟ୍ରର ସହରାଂଚଳଗୁଡିକରେ ଆଜି ଯୋଗ ଦିବସ ପାଳନ ପାଇଁ ବେଶ‌୍‍ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି। ଏପରିକି ଆରବ ରାଷ୍ଟ୍ର ଗୁଡିକରେ ମଧ୍ୟ ଯୋଗ ବିଜ୍ଞାନର ଆଦର ରହିଛି। ଏହା କୌଣସି ଧର୍ମବିଶ୍ୱାସ ସହ ସଂପୃକ୍ତ ନୁହେଁ। ଏହା ଏକ ସମୃଦ୍ଧ ସ୍ୱାସ୍ଥ୍ୟ ବିଜ୍ଞାନ। ଆଜିର ପ୍ରତିଯୋଗିତାମୂଳକ ଏବଂ ଚାପଗ୍ରସ୍ତ ଦୈନନ୍ଦିନ ଜୀବନରେ ଦୁଃଖ, କ୍ଳେଶ ଓ ବିଷାଦକୁ ଦୂରେଇବା ପାଇଁ ହେଲେ ଯୋଗାଭ୍ୟାସ ଏବଂ ପ୍ରାଣାୟାମ ନିହାତି ଆବଶ୍ୟକ। ଏହା ଶରୀର ଓ ମନକୁ ଚିନ୍ତାମୁକ୍ତ ଓ ଚାପମୁକ୍ତ ରଖିଥାଏ। ଏଥିଲାଗି ପ୍ରାଚୀନ କାଳରେ ମୁନିଋଷିମାନେ ଯୋଗ ଓ ପ୍ରାଣାୟାମ ସାଧନା କରି ଦୀର୍ଘଜୀବୀ ହୋଇଥିଲେ।   କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ମନ ଓ ଶରୀର ଉପରେ ଯୋଗ ଓ ପ୍ରାଣାୟାମର ବ୍ୟାପକ ସୁପ୍ରଭାବ ପଡୁଥିବାରୁ ଏବେ ଦେଶ ବିଦେଶରେ ଶ୍ରମିକ କର୍ମଚାରୀଙ୍କ ନିୟମିତ ଯୋଗାଭ୍ୟାସ ଉପରେ ଗୁରୁତ୍ୱ ଦିଆଯାଉଛି। ଯୁବ ଓ ଶ୍ରମ ଶକ୍ତି ଚାପମୁକ୍ତ ହେଲେ ଉପିାଦିକା ଶକ୍ତି ବଢିଥାଏ। ନିୟମିତ ଯୋଗାଭ୍ୟାସ ଦ୍ୱାରା ଅନେକ ପ୍ରକାର ସ୍ୱାସ୍ଥ୍ୟଗତ ଜଟିଳତାରୁ ମୁକ୍ତି ମିଳିଥାଏ। ଏହା ନିରୋଗ ରହିବାର ଏକ ଶକ୍ତିଶାଳୀ ମନ୍ତ୍ର ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ବର୍ଣ୍ଣନା କରିଥିଲେ।   ଏହି ଅବସରରେ ଯୋଗାଭ୍ୟାସର ଏକ ମାର୍ଗଦର୍ଶିକା ପୁସ୍ତିକାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଉନ୍ମୋଚନ କରିଥିଲେ। ଏହାଛଡା ଯୋଗ ବିଜ୍ଞାନର ପ୍ରଚାର, ପ୍ରସାର ଓ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ କାଯ୍ର୍ୟ ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରିଥିଲେ। ଆଜିକାର ଏହି ଅନ୍ତଜାର୍ତିକ ଯୋଗ ଦିବସ ପାଳନ ଅବସରରେ ଜନତା ମଇଦାନଠାରେ ଏକ ଯୋଗାଭ୍ୟାସ ଶିବିର ଆୟୋଜିତ ହୋଇଥିଲା। ଏଥିରେ ସହରର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ ଏବଂ ସମାଜର ବିଭିନ୍ନ ଶ୍ରେଣୀର ଲୋକଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗ ଦେଇଥିଲେ। ଏହି ଯୋଗ ପ୍ରଶିକ୍ଷଣ କାଯ୍ର୍ୟକ୍ରମ ପ୍ରାୟ ୪୫ ମିନିଟ ଧରି ଚାଲିଥିଲା।

Share :