ଭିଜିଲାନ୍ସ ଜାଲରେ ରେଞ୍ଜ ଅଫିସର

ଭିଜିଲାନ୍ସ ଜାଲରେ ରେଞ୍ଜ ଅଫିସର

Share :

  କଳାହାଣ୍ଡି ଉତ୍ତର ବନଖଣ୍ଡ ଭବାନୀପାଟଣା ରେଞ‌୍‍ ଅଫିସର ପ୍ରସନ୍ନ ମିଶ୍ରଙ୍କ ଅଫିସ, ହିଲ ଟାଉନସ୍ଥିତ ବାସଭବନ, ତାଙ୍କ ଇରିଗେସନ କଲୋନୀ ସ୍ଥିତ ଶ୍ୱଶୁର ଘର, ଜୁନାଗଡ ବ୍ଲକ ପଡିଆଗାଁ ସ୍ଥିତ ନିଜ ବାସଭବନ ଓ ଗୋଲାମୁଣ୍ଡା ବ୍ଲକ କେଗାଁ ରେଞ୍ଜ ଅଫିସ ମୋଟ ୫ଟି ସ୍ଥାନରେ  ଭିଜିଲାନ୍ସର ୨୫ ଜଣିଆ ଟିମ ଏକ ସାଙ୍ଗେ ଚଢଉ କରି ଆୟ ବହିର୍ଭୁତ କୋଟିଏ ଟଙ୍କାର ସଂପତି ଠୁଳ କରିଥିବା ଜଣାପଡିଛି।   କୋରାପୁଟ ଭିଜିଲାନ୍ସ ଏସପି ଶଶିଭୁଷଣ ମିଶ୍ରଙ୍କ ନେତୃତ୍ୱରେ ଡିଏସ‌୍‍ପି ଏସ‌୍‍ ଦାଶ, ଏଚ‌୍‍ କୁଲୁ, ବି ବି ବାରିକ, ଇନ୍ସପେକ୍ଟର ଏସ‌୍‍ ପାଣି, ଏନ‌୍‍ କେ ବେହେରା, ଶିବରାମ ସାହୁ ପ୍ରମୁଖ ଚଢଉରେ ଭାଗ ନେଇ ରେଞ୍ଜ ଅଫିସର ପ୍ରସନ୍ନ ମିଶ୍ରଙ୍କ ହିଲ ଟାଉନ ସ୍ଥିତ ୫୦ ଲକ୍ଷର ବାସଭବନ, ୭ ଲକ୍ଷର ଟଙ୍କା ର ସୁନା, ୯ ଲକ୍ଷର ଏଲଆଇସି, ୧୨ ଲକ୍ଷର ବ୍ୟାଙ୍କ ପସବୁକ, ୨୦ ଲକ୍ଷ ଟଙ୍କାର ଜାଗା, ୫ ଲକ୍ଷ ଟଙ୍କାର ଆବାସପତ୍ର ଓ ନଗଦ ଟଙ୍କା ଜବତ କରି ଥିବା ବେଳେ କେଗାଁ ରେଞ୍ଜ ଅଫିସରୁ ୧୨୨୦୦ ଟଙ୍କା ସହ ୭ ଗୋଟି ବାଘ ନଖ ଜବତ କରିଛି। ଏହା ସହ ଜୁନାଗଡ ସ୍ଥିତ ଏକ ଲକରକୁ ମଧ୍ୟ ବିଜିଲାନ୍ସ ବିଭାଗ ସିଲ କରି ତଦନ୍ତ ଜାରି ରଖିଛି।

Share :