କୋଣାର୍କରେ କୋଲକାତା ମୁଖ୍ୟ ବିଚାରପତି

କୋଣାର୍କରେ କୋଲକାତା ମୁଖ୍ୟ ବିଚାରପତି

Share :

  କୋଲକତା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ମଞ୍ଜୁଳା ଚିଲ୍ଲୁର ଜୁନ ୧୮ ଶନିବାର ଅପରାହ୍ନ୍ନ ୪ଟାରେ ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। ଶ୍ରୀମତୀ ଚିଲ୍ଲୁର ଏଠାରେ ପହଞ୍ଚିବା ପରେ ସୂର୍ଯ୍ୟମନ୍ଦିର ପ୍ରବେଶ ଦ୍ୱାର ସମ୍ମୁଖରେ କୋଣାର୍କ ପର୍ଯ୍ୟଟନ କାର୍ଯ୍ୟାଳୟର ସହ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ପୁଷ୍ପଗୁଚ୍ଛ ଦେଇ ମୁଖ୍ୟ ବିଚାରପତି ଶ୍ରୀମତୀ ଚିଲ୍ଳୁରଙ୍କୁ ସ୍ୱାଗତ କରିଥିଲେ।   ସୂର୍ଯ୍ୟମନ୍ଦିର ପରିଦର୍ଶନ ସମୟରେ ମନ୍ଦିରର ପ୍ରାଚୀନ ଐତିହ୍ୟ ଓ ସୂକ୍ଷ୍ମ କାରୁକାର୍ଯ୍ୟ ସଂପର୍କରେ ବରିଷ୍ଠ ଗାଇଡ ଆଭଷ ମହାନ୍ତି ଶ୍ରୀମତୀ ଚିଲ୍ଳୁରଙ୍କୁ ଅବଗତ କରିଥିଲେ। ତ୍ରୟୋଦଶ ଶତାବ୍ଦୀରେ ସୂର୍ଯ୍ୟମନ୍ଦିର ପ୍ରସ୍ତରରେ ଖୋଦିତ ହୋଇଥିବା ସୂକ୍ଷ୍ମ କାରୁକାର୍ଯ୍ୟକୁ ଦେଖି ମୁଖ୍ୟ ବିଚାରପତି ଶ୍ରୀମତୀ ଚିଲ୍ଳୁର ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଥିବା ବେଳେ ସୂର୍ଯ୍ୟମନ୍ଦିରରେ ଖୋଦିତ ହୋଇଥିବା ସୁକ୍ଷ୍ମ କାରୁକାର୍ଯ୍ୟ ଓ ଓଡିଶାର କଳା ସଂସ୍କୃତିକୁ ଭୂୟସୀ ପ୍ରଶଂସା କରିଥିଲେ।   ଶ୍ରୀମତୀ ଚିଲ୍ଲୁର ହେଉଛିନ୍ତି କୋଲକତା ଉଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ମୁଖ୍ୟ ବିଚାରପତି। ଏତଦବ୍ୟତିତ ଶ୍ରୀମତୀ ଚିଲ୍ଲୁର କେରଲ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାର ପତି ଓ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ବିଚାରପତି ଭାବେ ଦକ୍ଷତାର ସହ କାର୍ଯ୍ୟଭାର ତୁଲାଇଥିବା ଜଣା ପଡିଛି। ବିଚାରପତି ଶ୍ରୀମତୀ ଚିଲ୍ଲୁର ପରିବାର ସହ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବା ପରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୁରୀ ଯାଇଥିଲେ।

Share :