କୋଣାର୍କରେ ସ୍ବଚ୍ଛ ଭାରତ ଅଭିଯାନ

କୋଣାର୍କରେ ସ୍ବଚ୍ଛ ଭାରତ ଅଭିଯାନ

Share :

  ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଚାଲିଥିବା ସ୍ୱଚ୍ଛ ଓ ନିର୍ମଳ ଭାରତ ଗଠନ ଅଭିଯାନରେ କୋଣାର୍କରେ ନୂତନ ଭାବେ ଗଢି ଉଠିଥିବା କୋଣାର୍କ କ୍ଲବର କର୍ମକର୍ତ୍ତାମାନେ ସାମିଲ ହୋଇଛନ୍ତି। କୋଣାର୍କ କ୍ଲବ ପକ୍ଷରୁ ଜୁନ ୧୮ ତାରିଖ ଶନିବାର ସକାଳ ୮ଟା ସମୟରେ କୋଣାର୍କର ଅଧିଷ୍ଟାତ୍ରୀ ଦେବୀ ମା’ ଭଗବତୀଙ୍କ ପୀଠ ପରିସରକୁ ସଫେଇ କରାଯାଇଛି।   ଏହି ଅଭିଯାନରେ ନାଗରିକ ସଂଗଠନ କୋଣାର୍କ  ସୁରକ୍ଷା ସମିତିର ସଭାପତି ବାଦଲ ଦାଶ ଓ ବରିଷ୍ଟ ନାଗରୀକ ଧୃବଚରଣ ନାୟକ ପ୍ରମୁଖ ସାମିଲ ହୋଇଥିବା ବେଳେ କ୍ଲବର ସମସ୍ତ ସଭ୍ୟମାନେ ଉପସ୍ଥିତ ରହି ପୀଠର ଚତୁଃପାର୍ଶ୍ୱରେ ପଡିରହିଥିବା ଅଳିଆ ଆବର୍ଜନା ସଫେଇ କରିଥିଲେ। ଏହି ଅବସରରେ ମା’ ଭଗବତୀଙ୍କ ପୀଠରେ ଆଲୋକ, ପାନୀୟ ଜଳ, ମୁଖ୍ୟରାସ୍ତା ସମ୍ମୁଖରେ କଙ୍କ୍ରିଟ ଗେଟ‌୍‍ ନିମାର୍ଣ ଓ ପୀଠ ପରିସରରେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ପାଇଁ ଏନଏସି ଅଧ୍ୟକ୍ଷାଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କ୍ଲବର କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ। କ୍ଲବ ପକ୍ଷରୁ ଆଗାମୀ ଦିନରେ କୋଣାର୍କର ବିଭିନ୍ନ ସ୍ଥାନକୁ ସଫେଇ କରାଯିବା ସହିତ ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ କରି ଗଢି ତୋଳିବା ପାଇଁ ଏହି ପ୍ରକାର କାର୍ଯ୍ୟକ୍ରମ ଜାରିରହିବ ବୋଲି ସଭାପତି ଆଲୋକରଞ୍ଜନ ପଣ୍ଡା ସୁଚନା ଦେଇଛନ୍ତି।   ଗାନ୍ଧିଜୀଙ୍କ ସ୍ୱଚ୍ଛ ଓ ନିର୍ମଳ ଭାରତ ଗଠନ ପରିକଳ୍ପନାକୁ ସାକାର କରିବା ପାଇଁ  କ୍ଲବର କର୍ମକର୍ତ୍ତାମାନେ ଲାଗିପଡିଥିବା ବେଳେ ବ୍ୟାପକ ଜନ ସଚେତନତା ସୃଷ୍ଟି କରୁଛନ୍ତି। ଏହି କାର୍ଯ୍ୟକ୍ରମକୁ  କ୍ଳବର ଉପସଭାପତି ସୌମ୍ୟସୌରଭ ଦାଶ, ସଂପାଦକ ଜନ୍ମଜୟ ସେଠୀ ଓ କୋଷାଧ୍ୟକ୍ଷ ସଞ୍ଜୟ ବେହେରା ପ୍ରମୁଖ ପରିଚାଳନା କରିଥିଲେ।

Share :