ଓଡ଼ିଶାରେ ରିପିଟ୍ ହେବ କି ତଥାଗତଙ୍କ ଗାନ୍ଧିଗିରି?
 

ଓଡ଼ିଶାରେ ରିପିଟ୍ ହେବ କି ତଥାଗତଙ୍କ ଗାନ୍ଧିଗିରି?  

Share :

ଓଡ଼ିଶାର ଶାସକ ବିଜୁ ଜନତା ଦଳର ଢେଙ୍କାନାଳ ଲୋକସଭା ସଦସ୍ୟ ତଥା ଧରିତ୍ରୀ ଖବର କାଗଜର ସଂପାଦକ ତଥାଗତ ସତପଥୀ ଏବ ଏକ ଛୋଟ କିନ୍ତୁ ଅଧିକ ଗୁରୁତ୍ବପୂର୍ଣ୍ଣ ଘଟଣାକୁ ନେଇ ଜାତୀୟ ଓ ରାଜ୍ୟ ସ୍ତରେର ଆଲୋଚନାର ବିଷୟ ହୋଇଛନ୍ତି| ଘଟଣାଟି ଘଟିଛି ଦିଲ୍ଲୀରେ| ସାଂସଦଙ୍କ ଗାନ୍ଧିଗିରି ପାଇଁ ଜାତୀୟ ସ୍ତରରେ ଓଡ଼ିଶା ଦୃଷ୍ଟି ଆକର୍ଷଣ କରିଛି| ଜାନୁଆରୀ ୮ ତାରିଖ ସନ୍ଧ୍ୟାରେ ଏୟାର ଇଣ୍ଡିଆର ଗୋଟେ ବିମାନ ଭୁବନେଶ୍ବର ଆସିବାର ଥିଲା| କିନ୍ତୁ ମଧ୍ୟ ପ୍ରଦେଶର କେହି ଜଣେ ମନ୍ତ୍ରୀ ଏବଂ ସାଂସଦଙ୍କ ଚାପରେ ପଡ଼ି ଏୟାର ଇଣ୍ଡିଆ କର୍ତ୍ତପକ୍ଷ ଭୁବନେଶ୍ମର ବିମାନ ବାତିଲ କରି ତାହାକୁ ଭୋପାଳ ପଠାଇବାକୁ ନିଷ୍ପତ୍ତି କଲେ| ତଥାଗତ ସେହି ବିମାନରେ ଭୁବନେଶ୍ବର ଆସିବାର ଥିଲା| ସେହି ବିମାନେର ଜାତୀୟ ସ୍ତରର ପ୍ରତିଷ୍ଠିତ ଟିଭି ସାମ୍ବାଦିକ ରାଜଦୀପ ସାରଦେସାଇ ମଧ୍ୟ ଭୁବନେଶ୍ବର ଆସିବାକୁ ଅପେକ୍ଷା କରିଥିଲ| ତଥାଗତ ଏହା ଜାଣିବା ପରେ ଦିଲ୍ଲୀ ବିମାନ ବନ୍ଦରରେ ଧାରଣାରେ ବସିଥିଲ| ଭୁବନେଶ୍ବରକୁ ବିମାନ ବ୍ୟବସ୍ଥା ନହେବା ଯାଏଁ ସେ ଧାରଣାରୁ ଉଠିବେ ନାହିଁ ବାଲି ରୋକଠୋକ୍ ଜଣାଇ ଦେଇଥିଲେ| ଏୟାର ଇଣ୍ଡିଆର ଏପରି ଭିଭିଆପି ସଂସ୍କୃତି ବିରୋଧରେ ସେ ଗଣମାଧ୍ୟମରେ ଦୃଢ଼ ସ୍ବର ଉତ୍ତୋଳନ କରିଥିଲେ| ସନ୍ଧ୍ୟା ୬ ଘଣ୍ଟାରୁ ତାଙ୍କର ପ୍ରତିବାଦ ରାତି ୨ଟା ଯାଏଁ ଚାଲିଥିଲା| ଶେଷରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ମୁଣ୍ଡ ନୁଆଇଁଲେ| ଭୁବନେଶ୍ବର ପାଇଁ ଆଉ ଗୋଟେ ବିମାନ ବ୍ୟବସ୍ଥା ହେଲା| ତଥାଗତ ଧାରଣାରୁ ଉଠିଲେ| ଏକଥା ପ୍ରଘଟ କଲେ ସେହି ବିମାନେର ଭୁବନେଶ୍ବର ଆସିବାକୁ ଅପେକ୍ଷା କରିଥିବା ସାମ୍ବାଦିକ ରାଜଦୀପ ସାରଦେସାଇ| ସେ ଭୁବନେଶ୍ବରରେ ଜାନୁଆରୀ ୯ ତାରିଖରେ ଓଡ଼ିଶା ଟେଲିଭିଜନ ତରଫରୁ ଆୟୋଜିତ ହୋଇଥିବା ଫୋରସାଇଟ୍ କାର୍ଯ୍ୟକ୍ରମରେ ଭାଗ ନେବାର ଥିଲା| ଦିଲ୍ଲୀ ବିମାନ ବନ୍ଦରରେ ସାରା ରାତି ଅନିଦ୍ରା ରହିବା ସତ୍ତ୍ବେ ସେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ| ସେଠାରେ ସେ ମଜ୍ନାଳିଆ ଢଙ୍ଗରେ ଏହି କଥାର ଅବତାରଣା କରିଥିଲେ| ସେ କହିଥିଲେ ଯେ ତଥାଗତଙ୍କ ପ୍ରତିବାଦ ଯୋଗୁଁ ଏୟାର ଇଣ୍ଡିଆ ଭୁବନେଶ୍ବରକୁ ଅନ୍ୟ ଏକ ବିମାନ ପଠାଇଲା| ବିମାନର ଏୟାର ହଷ୍ଟେସମାନେ ବେଶ ଭଦ୍ର ଓ ସୁନ୍ଦରୀ| ଭୁବନେଶ୍ବରେର ବିମାନ ଅବତରଣ କରିବା ପରେ ସେମାନେ ପରମ୍ପରା ଅନୁଯାୟୀ ଘୋଷଣା କଲେ, ରାଜା ଭୋଜ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଆପଣମାନଙ୍କୁ ସ୍ବାଗତ! ଅବଶ୍ୟ ସଙ୍ଗେସଙ୍ଗେ ଭୁଲ ସୁଧାରି ସେ ଘୋଷଣା କଲେ, ଭୁବନେଶ୍ବର ବିମାନ ବନ୍ଦରକୁ ସ୍ବାଗତ| ରାଜା ଭୋଜ ବିମାନ ବନ୍ଦର ଭୋପାଳରେ| ଦିଲ୍ଲୀ ବିମାନ ବନ୍ଦରରେ ତଥାଗତ ଦେଖାଇଥିବା ଏପ୍ରକାର ଗାନ୍ଧିଗିରି ନିଶ୍ଚୟ ପ୍ରଶଂସାଯୋଗ୍ୟ| ମାତ୍ର, ଓଡ଼ିଶା ରାଜଧାନୀ ଭୁବନେଶ୍ବରରେ କ’ଣ ଏଭଳି ଭିଭିଆଇପି ସଂସ୍କୃତି ଚାଲି ନାହିଁ? ଏଠାରେ କ’ଣ ଭିଭିଆଇପି ନେତାଙ୍କ ଗାଡ଼ି ଯୂଥ ଯାଉଥିବା ସମୟେର ସାଧାରଣ ଲୋକଙ୍କ ପାଇଁ ରାସ୍ତାଘାଟ ବନ୍ଦ ହୋହାଇଯାଉ ନାହିଁ? ସେମାନଙ୍କ ସଭା ପାଇଁ ସ୍କୁଲଜଲେଜର ପାଠପଢ଼ା ବନ୍ଦ ହେଉ ନାହିଁ? ଭିଭିଆଇପିମାନଙ୍କୁ କ’ଣ ଡାକ୍ତରଖାନା, ଥାନା, ତହସିଲରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସଚିବାଳୟ ଯାଏଁ ସ୍ବତନ୍ତ୍ର ସୁବିଧା ମିଳୁ ନାହିଁ? ସରକାରୀ ଘର ଓ ଜିମ ଆବଣ୍ଟନରେ ସେମାନଙ୍କୁ ଅଗ୍ରାଧିକାର ଦିଆଯାଉ ନାହିଁ? ଭୁବନେଶ୍ବରର ସରକାରୀ କଲେଜ ଓ ବିଶ୍ବବିଦ୍ୟାଳୟରେ କ’ଣ ଭିଆଇପି ଓ ଭିଭିଆଇପିଙ୍କ ସଂପର୍କୀୟମାନଙ୍କୁ ଥଇଥାନ କରାଯାଉ ନାହିଁ? ସରକାରଙ୍କ ଦୁର୍ନତି ଇତ୍ୟାଦିକୁ ଚାପି ଦେଇଥିବା ଅଫିସରମାନଙ୍କୁ କ’ଣ ସ୍ବତନ୍ତ୍ର ଭାବ ଥଇଥାନ କରାଯାଉ ନାହିଁ? ଏହା ବିରୋଧରେ କିଏ କରିବେ ଗାନ୍ଧିଗିରି? ଭୁବନେଶ୍ବରରେ ଦିଲ୍ଲୀ ସାହସର ପୁନରାବୃତ୍ତି କରିପାରିବେ କି ତଥାଗତ?

Share :