ଅଗ୍ନାଶୟ

ଅଗ୍ନାଶୟ

Share :

ଡାକ୍ତର ସ୍ବରୂପ କୁମାର ଭଞ୍ଜ ଅଗ୍ନାଶୟ କିମ୍ୱା ପାନକ୍ରିଆଟିଟିସ ହେଉଛି ପେଟ (ଉପର ଏବଂ ତଳ ପେଟ)ର ସମ୍ୱନ୍ଧୀୟ ଯୋଗାଉଥିବା ତଥ୍ୟ, ଯେଉଁଥିରେ ପାଚନରସ ଏକ ମୁଖ୍ୟ ଅଂଗ ଅଟେ। ଯାହାକି ଶରୀରରେ ସ୍ମଲ ଇଣ୍ଟେନ୍‌ଷ୍ଟାଇନ୍‌ରୁ ଲାର୍ଜ ଇଣ୍ଟେନ୍‌ଷ୍ଟାଇନ୍‌ର ଦ୍ୱାର ନେଇ ପ୍ରବେଶ କରୁଥିବା - ଖାଦ୍ୟ ପଦାର୍ଥର ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ। ଏହି ପାଚନରସ ମୁଖ୍ୟତଃ ଦୁଇ ଭାଗରେ କାର୍ଯ୍ୟ କରିଥାଏ।   (୧) ଅନ୍ତଃସ୍ରାବ - ଯାହାର ରସ ରକ୍ତକୁ ସିଧା ସଳଖ ପ୍ରଭାବିତ କରିଥାଏ। (୨) ବହିଃସ୍ରାବ – ବାହିକ୍ୟ ଡକ୍ଟ ଦେଇ ରସ ନିଃସୃତ କରୁଥାଏ।   (୧) ଅନ୍ତଃସ୍ରାବ - ଏହି ପ୍ରକ୍ରିୟାର ମୁଖ୍ୟ କାର୍ଯ୍ୟ ସିଧା ସଳଖ ଶରୀରର ଗ୍ଲୁକାଗନ ଏବଂ ଇନ‌୍‍ସୁଲିନ ଉତ୍ପାଦନ କରିଥାଏ। ଯେଉଁଥି ପାଇଁ ଶରୀରରେ ଗ୍ଲୁକୋଜର ପରିମାଣ ଉଚ୍ଚ ଏବଂ ନୀଚ ହୋଇ ରକ୍ତରେ ସର୍କରା ଉପସ୍ଥିତ କରାଇଥାଏ।    ଶରୀରରେ ଗ୍ଲୁକୋଜ ପରିମାଣ କମିଯାଇ ରକ୍ତ ସର୍କରା ଅଭାବ ହୋଇଥାଏ। ସେହିପରି ଗ୍ଲୁକୋଜ ମାତ୍ରା ଅଧିକ ହେଲେ ରକ୍ତ ଶର୍କରା ସନ୍ତୁଳନ ରକ୍ଷା କରିବା ପାଇଁ ଇନସୁଲିନର ପ୍ରୟୋଗ କରାଯାଇଥାଏ।   (୨) ବହିଃସ୍ରାବ - ଏହି କାର୍ଯ୍ୟକାରିତାରେ ପାନକ୍ରିଆରୁ ଅଗ୍ନାଶୟ ନିର୍ଗତ ହୋଇ ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ଏବଂ ସେହିପରି ଅଗ୍ନାଶୟ ପିତ୍ତ କୋଷରୁ ନିର୍ଗତ ପିତ୍ତ ସହିତ ମିଳିତ ହୋଇ ଖାଦ୍ୟ ପଦାର୍ଥକୁ ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ।   ଅଗ୍ନାଶୟ କେତେ ପ୍ରକାର? ଏହା ମୁଖ୍ୟତଃ ଦୁଇ ପ୍ରକାର - (୧) ତୀବ୍ର ବା ଆକ୍ୟୁଟ୍, (୨) ବହୁକାଳ ଧରି ସ୍ଥାୟୀ ବା କ୍ରୋନିକ।   (୧) ତୀବ୍ର ବା ଆକ୍ୟୁଟ- ଏହା ସାଧାରଣତଃ ପେଟ ଯନ୍ତ୍ରଣା ସହ ତୀବ୍ର ପ୍ରକ୍ରିୟାରେ ଆରମ୍ଭ ହୋଇଥାଏ। ଖାଦ୍ୟ ଯଥା – ଚର୍ବି ଜାତୀୟ ଏବଂ ମଦ୍ୟପାନରେ ସାଧାରଣତଃ ଦେଖା ଦେଇଥାଏ। ଏଥିରେ ରୋଗୀର ପେଟ ଫୁଲି ଦରଜ ହୋଇଯାଇଥାଏ, ପ୍ରାୟ ସମୟ ବାନ୍ତି ହୋଇଥାଏ, ପେଟ ଯନ୍ତ୍ରଣା ସାଙ୍ଗକୁ ପିଠି ଆଡକୁ ପ୍ରଭାବିତ ହୋଇଥାଏ। (୨) ବହୁକାଳ ଧରୀ ସ୍ଥାୟୀ ବା କ୍ରୋନିକ - ତୀବ୍ର ପାନକ୍ରିଆଟିଟିସ ବାରମ୍ୱାର ହେବା ଫଳରେ ତାହା କ୍ରୋନିକରେ ପରିଣତ ହୋଇଥାଏ। ଯାହା ଫଳରେ ପାନକ୍ରିଆର କାର୍ଯ୍ୟକାରିତା କ୍ଷମତା ହ୍ରାସ ପାଇଥାଏ। ଫଳରେ ପାଚନରସ କ୍ଷରଣ କମ‌୍‍ ହୋଇ ହଜମ ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ। ତତ‌୍‍ସହିତ ଇନସୁଲିନ କ୍ଷରଣ ବାଧାପ୍ରାପ୍ତ ହୋଇ ମଧୁମେହ ରୋଗ ହୋଇଥାଏ ଏବଂ ଅଗ୍ନାଶୟରେ ପଥର ସୃଷ୍ଟି ହୋଇଥାଏ।   ରୋଗ ନିରୁପଣ- ପେଟ ବଥା ବା ଅସହ୍ୟ ଯନ୍ତ୍ରଣା ହୋଇ ପିଠି ଆଡକୁ ଗତି କରିଥାଏ। ବାନ୍ତି ହେବା, ପେଟ ଫୁଲିବା, ଜର ହେବା, ଏହି ସବୁ ଲକ୍ଷଣ ଦେଖା ଯାଉଥିଲେ  ସାଙ୍ଗେ ସାଙ୍ଗେ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶରେ ରକ୍ତର ଆମିଲେସ୍ ପରୀକ୍ଷା କରାଇ ନିଅନ୍ତୁ। ଯଦି ଆମିଲେସ ପରିମାଣ ଅଧିକ ଥିବ ତେବେ ପାନକ୍ରିଆଟିଟିସ ହୋଇଛି ବୋଲି ଜାଣିବା ଏବଂ ଅଲ୍ଟ୍ରା ସୋନୋଗ୍ରାଫି ମାଧ୍ୟମରେ ପାନକ୍ରିଆଟିଟିସର ଫୁଲିବା କିମ୍ୱା ପୁଜ ରହିବା ଜଣାଇଥାଏ।   ସେହିପରି କ୍ରୋନିକ ପାନକ୍ରିଆଟିଟିସ ହେଇଥିଲେ ଏକସ-ରେ କିମ୍ୱା ୟୁଏସଜିରେ ପଥରର ସନ୍ଧାନ ମିଳିପାରେ।   ତେବେ ପାନକ୍ରିଆଟିଟିସ ରୋଗରେ ଆକ୍ରାନ୍ତ ରୋଗୀମାନଙ୍କ ପାଇଁ ମଦ୍ୟପାନ ଏବଂ ଧୂମପାନ ସଂପୂର୍ଣ୍ଣ ନିଷେଧ ଅଟେ। ଚର୍ବି ଜାତୀୟ ଖାଦ୍ୟ ସାଙ୍ଗକୁ ସହଜରେ ହଜମ ହେଉଥିବା ଖାଦ୍ୟକୁ ଖାଇବା ଆବଶ୍ୟକ ଏବଂ ଚର୍ବିଜାତୀୟ ଖାଦ୍ୟ ହଜମ ନହେବା ପାଇଁ ପାଚନ ରସ ଯୁକ୍ତ ବଟିକା ବିଜ୍ଞ ଡାକ୍ତରଙ୍କ ପରାମର୍ଶରେ ସେବନ କରିବା ଆବଶ୍ୟକ।   ସିନିୟର ମେଡିସିନ ଷ୍ପେଷାଲିଷ୍ଟ ଏବଂ ଡାଇନେଟାଲୋଜିଷ୍ଟ ଆଦିତ୍ୟ କେୟାର ହସ୍ପିଟାଲ, ଭୁବନେଶ୍ୱର

Share :